ସପୁରୀ ବିଷୟରେ କିଛି ଖାସ କଥା, ଯାହା ସମସ୍ତଙ୍କ ପାଇଁ ଜାଣିବା ଆବଶ୍ୟକ।

ସପୁରୀ ଆମକୁ ଯେତିକି ସ୍ୱାଦିଷ୍ଟ ଲାଗେ , ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପକାରୀ। ତେବେ ଏହାର ଉପକରିତା ବିଷୟରେ ଆସନ୍ତୁ ଆମେ ଆଜି ଜାଣିବା। ଶ୍ୱାସ ଆଉ କଫ ସମସ୍ୟା ପାଇଁ : ଆପଣ ଯଦି ପ୍ରତିଦିନ ସପୁରୀ ଖାଆନ୍ତି ତେବେ ରୋଗ କିମ୍ବା କଫ ସମସ୍ୟା ଥାଏ, ତେବେ କଁଫ ଓ ଶ୍ୱାସ ଜନିତ ସମସ୍ୟା ଦୂର ହୁଏ। ମୁଖ ସମସ୍ୟା: ସପୁରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମୁଖ କର୍କଟ ଜନିତ ଜୀବାଣୁ ନଷ୍ଟ କରେ।
 
ସପୁରୀ ବିଷୟରେ କିଛି ଖାସ କଥା, ଯାହା ସମସ୍ତଙ୍କ ପାଇଁ ଜାଣିବା ଆବଶ୍ୟକ।

ସପୁରୀ ଆମକୁ ଯେତିକି ସ୍ୱାଦିଷ୍ଟ ଲାଗେ , ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପକାରୀ। ତେବେ ଏହାର ଉପକରିତା ବିଷୟରେ ଆସନ୍ତୁ ଆମେ ଆଜି ଜାଣିବା।

ଶ୍ୱାସ ଆଉ କଫ ସମସ୍ୟା ପାଇଁ : ଆପଣ ଯଦି ପ୍ରତିଦିନ ସପୁରୀ ଖାଆନ୍ତି ତେବେ ରୋଗ କିମ୍ବା କଫ ସମସ୍ୟା ଥାଏ, ତେବେ କଁଫ ଓ ଶ୍ୱାସ ଜନିତ ସମସ୍ୟା ଦୂର ହୁଏ।

ମୁଖ ସମସ୍ୟା: ସପୁରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମୁଖ କର୍କଟ ଜନିତ ଜୀବାଣୁ ନଷ୍ଟ କରେ। ଏହା ଦାନ୍ତର ମାଢ଼ିକୁ ଶକ୍ତ ରଖେ ଫଳରେ ଦାନ୍ତ ମୂଳ ଢ଼ିଲା ହେବା ଆଶଙ୍କା ରୁହେ ନାହିଁ। ଦାନ୍ତ କ୍ଷୟ ସମସ୍ୟା ମଧ୍ୟ ଦୂରାଏ।

ହଜମ କରେ: ତେବେ ହଜମ ପାଇଁ ଖାଦ୍ୟ ଖାଇବା ପରେ ଅଳ୍ପ ସପୁରୀରେ କଳା ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଖାଇପାରିବେ। ସପୁରୀ ରେ ବ୍ରୋମେଲେନ୍‌ (bromelain) ନାମକ ଏନଜାଇମ ରହିଛି ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। କିଛି ଲୋକ ଅଧିକ ମସଲା ଖାଦ୍ୟ ଓ ପ୍ରୋଟିନ୍‌ ଖାଦ୍ୟ ଖାଇଥାନ୍ତି।

ସପୁରୀ ବିଷୟରେ କିଛି ଖାସ କଥା, ଯାହା ସମସ୍ତଙ୍କ ପାଇଁ ଜାଣିବା ଆବଶ୍ୟକ।

ପେଟରେ କୃମି: ଛୋଟ ପିଲାଙ୍କ ପେଟରେ କୃମି ସମସ୍ୟା ଏକ ସାଧାରଣ କଥା ହେଲେ ମଧ୍ୟ ଯନ୍ତ୍ରଣା ଦାୟକ। ପ୍ରତିଦିନ କିଛି ସପୁରୀ ଖଣ୍ଡ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଯନ୍ତ୍ରଣା କମିବା ସହ କୃମି ମଧ୍ୟ ମରିଯିବେ।

ସୌନ୍ଦର୍ଯ୍ୟ ପାଇଁ ସପୁରୀ: ଏଥିରେ ଥିବା ଆଷ୍ଟ୍ରିଜେଣ୍ଟ କେଶ ଝଡ଼ିବା ସମସ୍ୟା କମ୍‌ କରେ। ଚର୍ମ ଢ଼ିଲା ହେବାକୁ ଦିଏ ନାହିଁ। ମାଂସପେଶୀ ମଧ୍ୟ ଶକ୍ତ ରଖେ।

ସକାଳ ଜଳଖିଆରେ ସପୁରୀ: ଅନେକ ଲୋକ ସକାଳର ଜଳଖିଆ ଖୁବ୍‌ କମ୍‌ ମାତ୍ରାର କରିଥାନ୍ତି। ତେବେ ଉପଯୁକ୍ତ ପରିମାଣର ଜଳଖିଆ ପାଇଁ ସପୁରୀ ସହ କଦଳୀ, ସେଓର ଏକ ଫ୍ରୁଟ୍‌ ସାଲାଡ ଖାଇପାରିବେ। ଯାହା ପେଟ ବି ପୁରିବ ଓ ସ୍ୱାସ୍ଥ୍ୟ ବି ଭଲ ରହିବ।

କିଡନୀରେ ଷ୍ଟୋନ୍‌: କଡନୀରେ ଷ୍ଟୋନ୍‌ ପାଇଁ ଯନ୍ତ୍ରଣା ହେଉଥିଲେ ପ୍ରତିଦିନ ଏକ ଗ୍ଲାସ୍‌ ସପୁରୀ ରସ ପିଅନ୍ତୁ ଯନ୍ତ୍ରଣାରୁ ଉପଶମ ମିଳିବ।