ଲଣ୍ଡନ ବସରେ ଓଡିଶାର ଐତିହ୍ୟ ଛବି ପୁରୁଷ ହକି ବିଶ୍ୱକପର ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ

ଲଣ୍ଡନ ବସରେ ଓଡିଶାର ଐତିହ୍ୟ ଛବି କ୍ରୀଡା ମହାକୁମ୍ଭ ପୁରୁଷ ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ ଏ ହେଉଛି ଏକ ଜ୍ୱଳନ୍ତ ଉଦାହରଣ ଓଡିଶା ବିକାଶର , କେବଳ ସାରା ଦେଶ ରେ ନୁହେଁ ଏବେ ପୁରା ଦେଶ ବିଦେଶ ରେ ଓଡିଶାର ଚର୍ଚା, ପୁରୁଷ ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ ,ଏହା ମାଧ୍ୟମ ରେ ଲଣ୍ଡନ ବସରେ ଓଡିଶାର ଐତିହ୍ୟ ଛବି
 
ଲଣ୍ଡନ ବସରେ ଓଡିଶାର ଐତିହ୍ୟ ଛବି ପୁରୁଷ ହକି ବିଶ୍ୱକପର ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ

ଲଣ୍ଡନ ବସରେ ଓଡିଶାର ଐତିହ୍ୟ ଛବି କ୍ରୀଡା ମହାକୁମ୍ଭ ପୁରୁଷ ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ ଏ ହେଉଛି ଏକ ଜ୍ୱଳନ୍ତ ଉଦାହରଣ ଓଡିଶା ବିକାଶର , କେବଳ ସାରା ଦେଶ ରେ ନୁହେଁ ଏବେ ପୁରା ଦେଶ ବିଦେଶ ରେ ଓଡିଶାର ଚର୍ଚା, ପୁରୁଷ ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ ,ଏହା ମାଧ୍ୟମ ରେ ଲଣ୍ଡନ ବସରେ ଓଡିଶାର ଐତିହ୍ୟ ଛବି ଝଲସୁଛି

ବିଶ୍ୱ ଦେଖୁଛି ଓଡିଶାର ଐତିହ୍ୟ ଛବି । ଲଣ୍ଡନ ବସରେ ଲାଗିଲା ଓଡିଶା ଐତିହ୍ୟର ଲୋଗୋ । ଆସନ୍ତା ନଭେମ୍ବର ମାସରୁ ଓଡିଶାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ ୨୦୧୮ । ଯାହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ତରଫରୁ ହୋଇଛି ପ୍ରଚାର ଅଭିଯାନ । ଏହି ପ୍ରଚାର ଅଭିଯାନର ଟାଇଟେଲ ନାଁ ‘ଓଡିଶା ବାଏ ମର୍ଣ୍ଣିଙ୍ଗ, ହକି ବାଏ ଇଭିନିଙ୍ଗ’ ରଖାଯାଇ ଲଣ୍ଡନର ସିଟି ବସରେ ପଦର୍ଶିତ ହେଉଛି ଓଡିଶାର ଐତିହ ଓ ପର୍ଯ୍ୟଟନ ସ୍ଥଳୀ । ଏହି ବିଜ୍ଞାପନ ଦାୟିତ୍ୱରେ ଥିବା ସଚିନ ଦାସବର୍ମା କହିଛନ୍ତି ଯେ, ହକିପ୍ରେମୀ ମାନଙ୍କୁ ଓଡିଶା ଆସିବା ପାଇଁ ଏହା ଏକ ପ୍ରୟାସ । ଏବଂ ସମସ୍ତ ମ୍ୟାଚ ସନ୍ଧ୍ୟାରେ ଥିବାବେଳେ ବିଦେଶରୁ ଆସିଥିବା ହକିପ୍ରେମୀଙ୍କୁ ସକାଳେ ଅନେକ ସମୟ ମିଳିବ, ଏହାରି ମଧ୍ୟରେ ସେ ରାଜ୍ୟର ଅନେକ ପର୍ଯ୍ୟଟନସ୍ଥଳୀକୁ ବୁଲି ଦେଖିପାରିବେ ।

ଲଣ୍ଡନ ବସରେ ଓଡିଶାର ଐତିହ୍ୟ ଛବି ପୁରୁଷ ହକି ବିଶ୍ୱକପର ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ

ଏହି ପ୍ରତିଯୋଗିତାର ହୋଷ୍ଟ ଦାୟିତ୍ୱ ଓଡିଶା ପର୍ଯ୍ୟଟନ ବିଭାଗ ନେଇଥିବାବେଳେ ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ଲଣ୍ଡନ ବସରେ ଓଡିଶାର ଐତିହ୍ୟ କୀର୍ତ୍ତିମାନ ପଦର୍ଶିତ କରାଯାଉଛି । ଯେଉଁଥିରେ ଅଭିଯାନର ନାଁ ‘ଓଡିଶା ବାଏ ମର୍ଣ୍ଣିଙ୍ଗ, ହକି ବାଏ ଇଭିନିଙ୍ଗ’ ରଖି ଓଡିଶାର ଐତିହ୍ୟ ଯଥା- କୋଣାର୍କ ମନ୍ଦିର, ଚିଲିକା ଭଳି ଅନେକ ପର୍ଯଟନସ୍ଥଳୀମାନ ସିଟି ବସରେ ପଦର୍ଶିତ କରାଯାଉଛି । ଯାହାଦ୍ୱାରା ହେବାକୁଥିବ ହକି ବିଶ୍ୱକପରେ ବିଦେଶୀ ଦର୍ଶକମାନେ ଓଡିଶାକୁ ଆସି ଏହି କ୍ରୀଡା ମହାକୁମ୍ଭର ମଜା ଉଠାଇବା ଲକ୍ଷ୍ୟ ରଖିଥିବା ଜଣାପଡୁଛି ।

ଭାରତର ଜାତୀୟ ଖେଳ ହକିକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧତା ଦେଖାଇଛନ୍ତି । ଯାହାର ଉଦାହରଣ ଅନେକ ନିକଟରେ ହୋଇଥିବା ବିଶ୍ୱ ହକି ଲିଗ୍ ଫାଇନାଲ ମୁକାବିଲାରୁ ହିଁ ପ୍ରମାଣିତ ହୋଇଛି । ପୂର୍ବରୁ କଳିଙ୍ଗ ଷ୍ଟାଡିୟରେ ଅର୍ନ୍ତଜାତୀୟ ସ୍ତରୀୟ ଖେଳ ଯଥା- ହକି ଇଣ୍ଡିଆ ଲିଗ୍, ଏବଂ ୨୨ତମ ଏସିଆନ ଆଥଲେଟିକ୍ ଚମ୍ପିୟନସିପ୍ ପ୍ରତିଯୋଗିତାକୁ ଶୃଙ୍ଖଳାର ସହ ସମ୍ପାଦିତ କରି ବିଶ୍ୱରେ କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏବେ ଆସନ୍ତା ପୁରୁଷ ହକି ବିଶ୍ୱକପ ୨୦୧୮ ପ୍ରଚାର ପାଇଁ ଲଣ୍ଡନକୁ ଓଡିଶାର କେନ୍ଦ୍ରବିନ୍ଦୁ କରିଛନ୍ତି ରାଜ୍ୟ ସରକାର ।