ତଦନ୍ତ ରୁ ଜଣା ପଡିଲା, ଆନ୍ଧ୍ର ରୁ ଆସୁଥିବା ମାଛମାନଙ୍କ ରେ ଫାର୍ମଳୀନ ର ପ୍ରୟୋଗ କରା ଯାଉ ନାହିଁ।

ଆନ୍ଧ୍ର ରୁ ଆସୁଥିବା ମାଛମାନଙ୍କ ରେ ଫାର୍ମଳୀନ ର ପ୍ରୟୋଗ କରା ଯାଉ ନାହିଁ, ଏହି କଥା ର ପୃଷ୍ଟି ଭୁବନେଶ୍ୱର କୁ ଅନୁସନ୍ଧାନ ପାଇଁ ପଠା ଯାଇଥିବା ମାଛ ମାନଙ୍କ ରିପୋର୍ଟ ମିଳିଲା ପରେ ଜଣାପଡିଲା। ଏହି ରିପୋର୍ଟ ମହାନଗର ନିଗମ ର ସ୍ୱାସ୍ଥ ବିଭାଗ କୁ ମିଳି ଯାଇଛି। ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ମାଛ ରେ କୌଣସି ପ୍ରକାରର କେମିକାଲ ମିଶା ଯାଉ ନାହିଁ। ଏହି ଖବର ମିଳିଲା ପରେ ଡେଲି
 
ତଦନ୍ତ ରୁ ଜଣା ପଡିଲା, ଆନ୍ଧ୍ର ରୁ ଆସୁଥିବା ମାଛମାନଙ୍କ ରେ ଫାର୍ମଳୀନ ର ପ୍ରୟୋଗ କରା ଯାଉ ନାହିଁ।

ଆନ୍ଧ୍ର ରୁ ଆସୁଥିବା ମାଛମାନଙ୍କ ରେ ଫାର୍ମଳୀନ ର ପ୍ରୟୋଗ କରା ଯାଉ ନାହିଁ, ଏହି କଥା ର ପୃଷ୍ଟି ଭୁବନେଶ୍ୱର କୁ ଅନୁସନ୍ଧାନ ପାଇଁ ପଠା ଯାଇଥିବା ମାଛ ମାନଙ୍କ ରିପୋର୍ଟ ମିଳିଲା ପରେ ଜଣାପଡିଲା। ଏହି ରିପୋର୍ଟ ମହାନଗର ନିଗମ ର ସ୍ୱାସ୍ଥ ବିଭାଗ କୁ ମିଳି ଯାଇଛି। ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ମାଛ ରେ କୌଣସି ପ୍ରକାରର କେମିକାଲ ମିଶା ଯାଉ ନାହିଁ।

ଏହି ଖବର ମିଳିଲା ପରେ ଡେଲି ମାର୍କେଟ ମାଛ ବଜାର ରେ ଆୟୋଜିତ ସଭା ରେ ରାଉରକେଲା ଫିସ ଡିଲର ଏସୋସିଏସନ ଅଦକ୍ଷ୍ୟ ନଦୀମ କହିଲେ “ଏହି ସବୁ ମିଛ କଥା ଉପରେ ଧ୍ୟାନ ନ ଦେଇ ପ୍ରଥମ ଭଳି ମାଛ କିଣନ୍ତୁ, ଏହି ମାଛ ଖାଇଲେ କୌଣସି କ୍ଷତି ହବନି।

ତଦନ୍ତ ରୁ ଜଣା ପଡିଲା, ଆନ୍ଧ୍ର ରୁ ଆସୁଥିବା ମାଛମାନଙ୍କ ରେ ଫାର୍ମଳୀନ ର ପ୍ରୟୋଗ କରା ଯାଉ ନାହିଁ।

ସେ କହିଲେ ଗୋଟେ ଫେକ ଭିଡ଼ିଓ ଭାଇରଲ କରି କିଛି ଲୋକ ସମସ୍ତଙ୍କ ମଧ୍ୟରେ ଡର କୁ ଜନ୍ମ ଦେବାକୁ ଚେଷ୍ଟା କରିଥିଲେ। ମାଛ ବ୍ୟବସାୟୀ ମାନଙ୍କୁ ଜଗରୁକ କରେଇବା ପାଇଁ ଗୋଟେ ସଭା ଆୟୋଜନ କରାଯାଇଥିଲା। ସରକାର ସବୁ ସ୍ଥାନ ରୁ ରାଜ୍ୟ ର ମାଛ ସଂଗ୍ରହ କରି ଫୁଡ଼ ଟେଷ୍ଟିଙ୍ଗ ଲେବୋଟେରୀ ପଠେଇ ଥିଲା।

ରାଜ୍ୟ ରେ ଆନ୍ଧ୍ର ସହ ବାଲୁଗାଁ , ପାରାଦୀପ, ନାଗପୁର, ବାଲେଶ୍ୱର ,ରାୟଗଡ, କଲିକତା ଏହି ସବୁ ସ୍ଥାନ ରୁ ମାଛ ସବୁ ଆଣି ବିକ୍ରୟ କରାଯାଉଛି। ବର୍ତ୍ତମାନ ବ୍ୟାପାରି ମାନେ ୫୦% ଅଧିକ ମାଛ ଅଣୁଛନ୍ତି। କିଛି ଦିନ ଧରି ବାହାରୁ ମାଛ ଆସିବ ବନ୍ଦ ହେଇଯାଇ ଥିବାରୁ ଏବେ ବଡ଼ ବଡ଼ ବ୍ୟାପାରି ମାନେ ଏମିତି କରୁଛନ୍ତି।

Source of the article : Click here to read