ଏଣିକି ପ୍ଲାଷ୍ଟିକ ଫେରେଇଲେ ମିଳିବ ଟଙ୍କା

ପ୍ଲାଷ୍ଟିକ୍ ଦିଅନ୍ତୁ ଟଂକା ନିଅନ୍ତୁ । ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଆଉ ଏକ ପାଦ ଆଗେଇ ଛନ୍ତି ରାଜ୍ୟ ସରକାର । ସଚିବାଳୟରେ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । କ୍ଷୀର ଜରି ଜରି, ପାଣି ବୋତଲ ଫେରାଇଲେ ଏଣିକି ମିଳିବ ଟଂକା । ଏଜେଣ୍ଟ ଜରିଆରେ ଏହି ପ୍ଲାଷ୍ଟିକ୍ ବୋତଲ ଓ ଜରି ସଂଗ୍ରହ କରାଯିବ । ବିଭିନ୍ନ ପ୍ଲାଷ୍ଟିକ୍ ସଂଗ୍ରହ କେନ୍ଦ୍ର ମଧ୍ୟ ଗଠନ କରାଯିବ । ଜନସାଧାରଣ ମତମତ
 
ଏଣିକି ପ୍ଲାଷ୍ଟିକ ଫେରେଇଲେ ମିଳିବ ଟଙ୍କା

ପ୍ଲାଷ୍ଟିକ୍ ଦିଅନ୍ତୁ ଟଂକା ନିଅନ୍ତୁ । ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଆଉ ଏକ ପାଦ ଆଗେଇ ଛନ୍ତି ରାଜ୍ୟ ସରକାର । ସଚିବାଳୟରେ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । କ୍ଷୀର ଜରି ଜରି, ପାଣି ବୋତଲ ଫେରାଇଲେ ଏଣିକି ମିଳିବ ଟଂକା । ଏଜେଣ୍ଟ ଜରିଆରେ ଏହି ପ୍ଲାଷ୍ଟିକ୍ ବୋତଲ ଓ ଜରି ସଂଗ୍ରହ କରାଯିବ । ବିଭିନ୍ନ ପ୍ଲାଷ୍ଟିକ୍ ସଂଗ୍ରହ କେନ୍ଦ୍ର ମଧ୍ୟ ଗଠନ କରାଯିବ । ଜନସାଧାରଣ ମତମତ ପାଇଁ ୧୫ ଦିନର ସମୟ ଦିଆଯିବ । ସେପ୍ଟେମ୍ବର ୧୫ ସୁଦ୍ଧା ପ୍ଲାଷ୍ଟିକ୍ ନିଷେଧ ନିୟମ ଆସିବ ।
ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ଓଡିଶା ପାଇଁ ଆରମ୍ଭ ହେବ ଅଭିଯାନ । ଏନେଇ ଜୁଲାଇ ୧୦ ତାରିଖରେ ଏକ ବଡ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏସବୁ ଭିତରେ ଓଡିଶାରେ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାକୁ ଆଉ ଏକ ପାଦ ଆଗେଇଛନ୍ତି ରାଜ୍ୟ ସରକାର । ଏଣିକି ପ୍ଲାଷ୍ଟିକ ବଦଳରେ ମିଳିବ ଟଙ୍କା । ସଚିବାଳୟରେ ବସିଥିବା ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଖାସକରି ଓମଫେଡ ଜରି, ପାଣି ବୋତଲ ଫେରାଇଲେ ଏଣିକି ମିଳିବ ଟଙ୍କା । ଏଜେଣ୍ଟକ ଜରିଆରେ ଏହି ପ୍ଲାଷ୍ଟିକ ବୋତଲ ଓ ଜରି ସଂଗ୍ରହ କରାଯିବ । ଏପରିକି ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଉପରେ ଗ୍ରାହକଙ୍କ ଠାରୁ ପୁଣିଥରେ ଜରି ଯୋଗାଡ କରିବାର ଦାୟିତ୍ୱ ରହିବ ।

ଏଣିକି ପ୍ଲାଷ୍ଟିକ ଫେରେଇଲେ ମିଳିବ ଟଙ୍କା

ବ୍ୟାନ୍ ହେବ :
ପିଇବା ପାଣି ପାଉଚକୁ ବ୍ୟାନ କରିବା ପାଇଁ ନିଷ୍ପତି ନେଇ ପାରନ୍ତି ସରକାର । ୨୦୦ ମିଲିମିଟରରୁ କମ୍ ପାଣି ବୋତଲ ଓ ପଲିଥିନ୍ ବ୍ୟାଗ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯିବ ।

ଏଣିକି ପ୍ଲାଷ୍ଟିକ ଫେରେଇଲେ ମିଳିବ ଟଙ୍କା

ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ପୁରୀ ଜିଲ୍ଲାରେ ପ୍ଲାଷ୍ଟିକ ବ୍ୟାନ କରିବାକୁ ଘୋଷଣା କରିଛନ୍ତି ସରକାର । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ପ୍ଲାଷ୍ଟିକ ବ୍ୟାନ କରାଯିବ । ଆଉ ସରକାରଙ୍କ ଏହି ପ୍ରୟାସ ବଳରେ ପୂରା ରାଜ୍ୟ ହେବ ପ୍ଲାଷ୍ଟିକ ମୁକ୍ତ । ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ପରେ ତୃତୀୟ ରାଜ୍ୟ ଭାବେ ପ୍ଲାଷ୍ଟିକ ବ୍ୟାନ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।