ଜଣେ ବସ୍‌ କଣ୍ଡକ୍ଟରଙ୍କ ଝିଅ ହେଲେ ଆଇପିଏସ୍‌, ନାଁ ଶୁଣିଲେ ଡରି ଯାଆନ୍ତି ଅପରାଧୀ….

ଶାଲିନିଙ୍କ ଜନ୍ମ ହୋଇଥିଲା ୧୪ ଜାନୁଆରୀ ୧୯୮୯ ରେ । ହିମାଚଳ ପ୍ରଦେଶ ରେ ଥିବା ଉନ୍ନା ଜିଲ୍ଲା ଥଟ୍ହାଲ୍ ଗାଁରେ । ବାପା ରମେଶ ଜଣେ ବସ୍ କଣ୍ଡକ୍ଟର ଏବଂ ମା’ ଶୁଭଲତା ଅଗ୍ନିହୋତ୍ରୀ ଗୃହିଣୀ। ଶାଲିନି ଜଣେ ଭଲ ଛାତ୍ରୀ ଥିଲେ। DAV ସ୍କୁଲ୍ରୁ ଉତ୍ତୀର୍ଣ୍ଣ ହେବା ପରେ ସେ ହିମାଚଳ ପ୍ରଦେଶ ଏଗ୍ରିକଲ୍ଚର୍ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ କରିଛନ୍ତି। ହିମାଚଳ ପ୍ରଦେଶର କୁଲ୍ଲରେ SP ଭାବେ ଅବସ୍ଥାପିତ ଆଇପିଏସ୍ ଅଧିକାରୀ ଶାଲିନୀ ଅଗ୍ନିହୋତ୍ରୀ ସମସ୍ତଙ୍କ
 
ଜଣେ ବସ୍‌ କଣ୍ଡକ୍ଟରଙ୍କ ଝିଅ ହେଲେ ଆଇପିଏସ୍‌, ନାଁ ଶୁଣିଲେ ଡରି ଯାଆନ୍ତି ଅପରାଧୀ….

ଶାଲିନିଙ୍କ ଜନ୍ମ ହୋଇଥିଲା ୧୪ ଜାନୁଆରୀ ୧୯୮୯ ରେ । ହିମାଚଳ ପ୍ରଦେଶ ରେ ଥିବା ଉନ୍ନା ଜିଲ୍ଲା ଥଟ୍‌ହାଲ୍‌ ଗାଁରେ । ବାପା ରମେଶ ଜଣେ ବସ୍‌ କଣ୍ଡକ୍ଟର ଏବଂ ମା’ ଶୁଭଲତା ଅଗ୍ନିହୋତ୍ରୀ ଗୃହିଣୀ। ଶାଲିନି ଜଣେ ଭଲ ଛାତ୍ରୀ ଥିଲେ। DAV ସ୍କୁଲ୍‌ରୁ ଉତ୍ତୀର୍ଣ୍ଣ ହେବା ପରେ ସେ ହିମାଚଳ ପ୍ରଦେଶ ଏଗ୍ରିକଲ୍‌ଚର୍‌ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍‌ କରିଛନ୍ତି।

ହିମାଚଳ ପ୍ରଦେଶର କୁଲ୍ଲରେ SP ଭାବେ ଅବସ୍ଥାପିତ ଆଇପିଏସ୍‌ ଅଧିକାରୀ ଶାଲିନୀ ଅଗ୍ନିହୋତ୍ରୀ ସମସ୍ତଙ୍କ ପାଇଁ ପ୍ରେରଣା ହେବା ସହିତ ଅପରାଧୀଙ୍କ ପାଇଁ କାଳ ସାଜିଥିବା କୁହାଯାଉଛି। ଅଗ୍ନିହୋତ୍ରୀଙ୍କ ନାମ ଶୁଣିଲେ ଅପରାଧୀ ଥରହର ହୋଇଉଠନ୍ତି ବୋଲି କୁହାଯାଏ। ଏଭଳି ସଫଳତା ପାଇଥିବା ଶାଲିନୀ ଅଗ୍ନିହୋତ୍ରୀଙ୍କୁ ଏଥିଲାଗି ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଅାସନ୍ତୁ ଜାଣିବା କିଛି ଖାସ କଥା

ଜଣେ ବସ୍‌ କଣ୍ଡକ୍ଟରଙ୍କ ଝିଅ ହେଲେ ଆଇପିଏସ୍‌, ନାଁ ଶୁଣିଲେ ଡରି ଯାଆନ୍ତି ଅପରାଧୀ….

ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଶାଲିନୀ କଠିନ ପରିଶ୍ରମ କରି ଆଇପିଏସ୍‌ ହେବାର ସ୍ୱପ୍ନକୁ ସାକାର କରିଥିଲେ। କୁଲ୍ଲୁରେ ପୋଷ୍ଟିଙ୍ଗ୍‌ ସମୟରେ ନିଶାଡିଆ ଓ ନିଶାକାରବାରରେ ଲିପ୍ତ ଥିବା ଅପରାଧୀଙ୍କ ବିରୋଧରେ ସେ ଏକ ଶକ୍ତ ଅଭିଯାନ ଆରମ୍ଭ କରିଥିଲେ। ଶାଲିନୀ ଜଣେ ସାଧାରଣ ବସ୍‌ କଣ୍ଡକ୍ଟରଙ୍କ ଝିଅ। ତାଙ୍କ ବାପା ରମେଶ କୁମାର ଅଗ୍ନିହୋତ୍ରୀ ଧର୍ମଶାଳାରେ ଏଚଆରଟିସିରେ କଣ୍ଡକ୍ଟର ଭାବେ କାମ କରନ୍ତି ଏବଂ ମା’ ଶୁଭଲତା ଜଣେ ଗୃହିଣୀ। ଭଉଣୀ ଡାକ୍ତର ଓ ଭାଇ ଇଣ୍ଡିୟାନ୍‌ ଆର୍ମିରେ କାର୍ଯ୍ୟରତ।

ଜଣେ ବସ୍‌ କଣ୍ଡକ୍ଟରଙ୍କ ଝିଅ ହେଲେ ଆଇପିଏସ୍‌, ନାଁ ଶୁଣିଲେ ଡରି ଯାଆନ୍ତି ଅପରାଧୀ….

ଶାଲିନି ବାପା ମାଆଙ୍କୁ ତାଙ୍କର ସବୁଠୁ ବଡ଼ ଶକ୍ତି ଭାବନ୍ତି। ସେ କୁହନ୍ତି, ମୋ ବାପା ମା’ ମତେ ଭଲ ଶିକ୍ଷା ସବୁ କିଛିର ପରିବର୍ତ୍ତନ କରିପାରିବ ବୋଲି ଶିଖାଇଛନ୍ତି। ମୁଁ ଦଶମ ପରୀକ୍ଷାରେ ୯୨.୨% ନମ୍ବର ରଖିଥିଲି। ଦ୍ୱାଦଶରେ ମାର୍କ କମିଲା ଏବଂ ମୁଁ ୭୭% ରଖିଲି।

ତଥାପି ମୋ ବାପା ମା’ଙ୍କର ବିଶ୍ୱାସ ଥିଲା ମୁଁ ଜୀବନରେ କିଛି ବଡ଼ କରିବି। ଆଉ ତାଙ୍କର ସେହି ବିଶ୍ୱାସ ହିଁ ମୋ ପାଇଁ ସବୁକିଛି ଥିଲା। ତାହା ହିଁ ହେଲା। ଦ୍ୱାଦଶର ନିରାଶାଜନକ ଫଳାଫଳ ପରେ ମୁଁ ପୁଣି ଭଲ ମାର୍କ ରଖିବା ଆରମ୍ଭ କଲି।

ଜଣେ ବସ୍‌ କଣ୍ଡକ୍ଟରଙ୍କ ଝିଅ ହେଲେ ଆଇପିଏସ୍‌, ନାଁ ଶୁଣିଲେ ଡରି ଯାଆନ୍ତି ଅପରାଧୀ….

ସେ କହିଛନ୍ତି, ମୋ ପରିବାରରେ ସମ୍ପର୍କୀୟ ଭଉଣୀମାନଙ୍କୁ ଏତେ ସୁବିଧା ସୁଯୋଗ ମିଳି ନଥିଲା। କିଛି ଝିଅ ବମ୍‌ ବୟସରେ ବାହା ହୋଇଯାଇଥିଲେ। କିନ୍ତୁ ମୋ ବାପା ମା’ ମତେ ସବୁବେଳେ ମୋ କ୍ୟାରିଅର ଉପରେ ଧ୍ୟାନ ଦେବାକୁ କହୁଥିଲେ।

ଯେତେବେଳେ ମୁଁ ସିଭିଲ୍‌ ସର୍ଭିସ୍‌ରେ ଉତ୍ତୀର୍ଣ୍ଣ ହୋଇ ମସୌରୀ ଟ୍ରେନିଂ ଏକାଡେମିରେ ଯୋଗଦେଲି ସେତେବେଳେ ମୋ ସହ ବାପା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମୋ ବାପା ମତେ ନେଇ ଗର୍ବ ଅନୁଭବ କରୁଥିବାର ମଧ୍ୟ ମୁଁ ଜାଣିପାରୁଥିଲି।