ସ୍ୱାଧିନତା ଦିବସ ଉପଲକ୍ଷେ କୋହଲିଙ୍କ ନିଆରା ଚ୍ୟାଲେଞ୍ଜ

ଚଳିତ ବର୍ଷ ସ୍ୱାଧିନତା ଦିବସକୁ ଟିକେ ଭିନ୍ନ ଢ଼ଙ୍ଗରେ ପାଳନ କରିବା ପାଇଁ ଭାରତୀୟ କ୍ରିକେଟ ଟିମ୍ ର ଅଧିନାୟକ ବିରାଟ କୋହଲୀ କରିଛନ୍ତି ଏକ ନିଆରା ପ୍ରୟାସ । ୨୯ ବର୍ଷୀୟ ବିରାଟ ସ୍ୱାଧିନତା ଦିବସ ଉପଲକ୍ଷେ ନିଜ ଇଂଷ୍ଟାଗ୍ରାମ୍ ପେଜରେ ଚ୍ୟାଲେଞ୍ଜ ଦେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ବିରାଟ କୋହଲୀ ଚର୍ଚ୍ଚାରେ ଅଛନ୍ତି । ବିରାଟଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଛୋଟ ଭିଡିଓ ଚ୍ୟାଲେଞ୍ଜରେ ରୋଚକ
 
ସ୍ୱାଧିନତା ଦିବସ ଉପଲକ୍ଷେ କୋହଲିଙ୍କ ନିଆରା ଚ୍ୟାଲେଞ୍ଜ

ଚଳିତ ବର୍ଷ ସ୍ୱାଧିନତା ଦିବସକୁ ଟିକେ ଭିନ୍ନ ଢ଼ଙ୍ଗରେ ପାଳନ କରିବା ପାଇଁ ଭାରତୀୟ କ୍ରିକେଟ ଟିମ୍ ର ଅଧିନାୟକ ବିରାଟ କୋହଲୀ କରିଛନ୍ତି ଏକ ନିଆରା ପ୍ରୟାସ । ୨୯ ବର୍ଷୀୟ ବିରାଟ ସ୍ୱାଧିନତା ଦିବସ ଉପଲକ୍ଷେ ନିଜ ଇଂଷ୍ଟାଗ୍ରାମ୍ ପେଜରେ ଚ୍ୟାଲେଞ୍ଜ ଦେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ବିରାଟ କୋହଲୀ ଚର୍ଚ୍ଚାରେ ଅଛନ୍ତି ।

ସ୍ୱାଧିନତା ଦିବସ ଉପଲକ୍ଷେ କୋହଲିଙ୍କ ନିଆରା ଚ୍ୟାଲେଞ୍ଜ

ବିରାଟଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଛୋଟ ଭିଡିଓ ଚ୍ୟାଲେଞ୍ଜରେ ରୋଚକ ବିଷୟ ଦେଖିବାକୁ ମିଳିଛି । ବିରାଟଙ୍କ ଏହି ଭିଡିଓ ଆରମ୍ଭ ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ କହିଥିବା “ ତୁମେ ମେତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି” ସ୍ମରଣୀୟ କଥାରୁ । ଏବଂ ନିଜେ ମଧ୍ୟ ଦେଶପ୍ରେମରେ ମଜ୍ଜି ଏକ ପାରମ୍ପାରିକ ବସ୍ତ୍ର ପିନ୍ଧିଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ବିରାଟଙ୍କ ଏହି ସ୍ୱାଧିନତା ଦିବସର ଚ୍ୟାଲେଞ୍ଜ ଦ୍ୱାରା ଆମେ ଏକାଠି ହେବା ବୋଲି ଲୋକମାନେ ମଧ୍ୟ ଏହାକୁ ଗ୍ରହଣ କରୁଛନ୍ତି ।

ସ୍ୱାଧିନତା ଦିବସ ଉପଲକ୍ଷେ କୋହଲିଙ୍କ ନିଆରା ଚ୍ୟାଲେଞ୍ଜ

ବିରାଟ ଦେଇଥିବା ଏହି ନିଆରା #Veshbhusha ଚ୍ୟାଲେଞ୍ଜ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଶିଖର ଧାୱନ ଓ ଯୁବ ଖେଳାଳୀ ରିଶଭ ପନ୍ତଙ୍କୁ ଟ୍ୟାଗ କରି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ତେବେ ବିରାଟଙ୍କ ଏହି ଚ୍ୟାଲେଞ୍ଜର ଉଦ୍ଦେଶ୍ୟ ସ୍ୱାଧିନତା ଦିବସରେ ଦେଶବାସୀ ନିଜର ପାରମ୍ପାରିକ ବସ୍ତ୍ର ପରିଧାନ କରନ୍ତୁ । ଏବଂ ଭାରତୀୟ ହେବାର ଗୌରାବନ୍ୱିତକୁ ଅନୁଭବ କରନ୍ତୁ ବୋଲି ଏହି ଚ୍ୟାଲେଞ୍ଜରେ ଆହ୍ୱାନ ଦେଇଛନ୍ତି ବିରାଟ କୋହଲୀ ।