ପ୍ରିୟଙ୍କା ସହ ନିକ ଙ୍କ ବାହାଘର ହେବାକୁ ଯାଉଛି, ଅସଲି ରେ ନିକ କିଏ ଜାଣିଛନ୍ତି କି?

ଆଜିକାଲି ସୋସିଆଲ ମିଡ଼ିଆ ରେ ପ୍ରିୟଙ୍କା ଆଉ ନିକ୍ ଜୋନ୍ସଙ୍କୁ ନେଇ ଯେଉଁ କଥା ବାର୍ତା ଚାଲିଥିଲା ତାହା ସମାପ୍ତ ହେଇସାରିଛି । ଶନିବାର ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି। ଉଭୟ ପରିବାର ସଦସ୍ୟ ଓ ବନ୍ଧୁ ତଥା ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଉଭୟଙ୍କ ରୋକା ସେରିମନି ହୋଇଛି। ନିର୍ବନ୍ଧ ସରିବାପରେ ବର୍ତ୍ତମାନ ସେମାନଙ୍କ ବାହାଘର କେବେ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହାରି ଭିତରେ ଚର୍ଚ୍ଚା ଯୋର ଧରିଛି ଯେ,
 
ପ୍ରିୟଙ୍କା ସହ ନିକ ଙ୍କ ବାହାଘର ହେବାକୁ ଯାଉଛି, ଅସଲି ରେ ନିକ କିଏ ଜାଣିଛନ୍ତି କି?

ଆଜିକାଲି ସୋସିଆଲ ମିଡ଼ିଆ ରେ ପ୍ରିୟଙ୍କା ଆଉ ନିକ୍‌ ଜୋନ୍ସଙ୍କୁ ନେଇ ଯେଉଁ କଥା ବାର୍ତା ଚାଲିଥିଲା ତାହା ସମାପ୍ତ ହେଇସାରିଛି । ଶନିବାର ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି। ଉଭୟ ପରିବାର ସଦସ୍ୟ ଓ ବନ୍ଧୁ ତଥା ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଉଭୟଙ୍କ ରୋକା ସେରିମନି ହୋଇଛି। ନିର୍ବନ୍ଧ ସରିବାପରେ ବର୍ତ୍ତମାନ ସେମାନଙ୍କ ବାହାଘର କେବେ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ତେବେ ଏହାରି ଭିତରେ ଚର୍ଚ୍ଚା ଯୋର ଧରିଛି ଯେ, କିଏ ଏହି ନିକ୍‌? ଯାହାଙ୍କ ପାଇଁ ଦେଶୀ ଗର୍ଲ ଅନେକ ବଲିଉଡ୍‌ ହିରୋଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହିତ ପ୍ରିୟଙ୍କା ତାଙ୍କ ଠାରୁ ୧୦ ବର୍ଷ ବୟସରେ ବଡ଼ ହୋଇ ମଧ୍ୟ ନିକ୍‌ଙ୍କୁ ବିବାହ କରିବା ପାଇଁ ପାଗଳି ହୋଇଛନ୍ତି।

ପ୍ରିୟଙ୍କା ସହ ନିକ ଙ୍କ ବାହାଘର ହେବାକୁ ଯାଉଛି, ଅସଲି ରେ ନିକ କିଏ ଜାଣିଛନ୍ତି କି?

୧୬ ସେପ୍ଟେମ୍ବର ୧୯୯୨ରେ ଆମେରିକାର ଡେଲ୍ସ ସହରରେ ନିକ୍‌ଙ୍କ ଜନ୍ମ। ନିକ୍‌ ଜୋନ୍ସ ପେସାରେ ଜଣେ ଗିଟାରିଷ୍ଟ ଓ ସିଙ୍ଗର ଭାବରେ ଜଣା। ତାଙ୍କ ମା’ ସାଇନ୍‌ ଲେଙ୍ଗ୍ୱେଜ୍‌ ଟିଚର ଓ ପୀତା ସଙ୍ଗ୍‌ ଜଣେ ଲେଖକ ଓ ମ୍ୟୁଜିସିଆନ୍‌ ଭାବେ ପରିଚିତ। ନିକ୍‌ ନ୍ୟୁଜର୍ସିରେ ହିଁ ତାଙ୍କ ମା’ଙ୍କ ପାଖରେ ପିଲାଦିନ କାଟିଛନ୍ତି। ଏହା ସହିତ ତାଙ୍କର ଦୁଇଜଣ ବଡ଼ଭାଇ କୋବେନ୍‌ ଓ ଜୋ ଅଛନ୍ତି। ଜଣେ ଛୋଟ ଭାଇ ଫ୍ରେଙ୍କ୍‌ ରହିଛନ୍ତି। ସେ ତାଙ୍କ ଠାରୁ ୮ ବର୍ଷ ସାନ ବୋଲି ଜଣାପଡ଼ିଛି। ନିକ୍‌ ବିଭିନ୍ନ ମ୍ୟୁଜିକ୍‌ ଆଲବମ୍‌ରେ ଅଭିନୟ କରିଛନ୍ତି। ତାଙ୍କୁ ୨୦୦୪ରେ ସୋଲୋ ଆଟିଷ୍ଟ ଭାବେ ସାଇନ୍‌ କରାଯାଇଥିଲା। ସେ ତାଙ୍କ ତାଙ୍କ ସହିତ ମିଶି ଏକ ଖ୍ରୀଷ୍ଟମାସ୍‌ ଗୀତ ମଧ୍ୟ ଲେଖିଛନ୍ତି। ପୂର୍ବରୁ ତାଙ୍କର ଆମେରିକାନ ସେଲିବ୍ରେଟି ଜେସିକା ଆଲ୍‌ବାଙ୍କ ସହିତ ପ୍ରେମ ସମ୍ପର୍କ ଥିଲାବୋଲି ମଧ୍ୟ ଚର୍ଚ୍ଚା ହୁଏ।

ପ୍ରିୟଙ୍କା ସହ ନିକ ଙ୍କ ବାହାଘର ହେବାକୁ ଯାଉଛି, ଅସଲି ରେ ନିକ କିଏ ଜାଣିଛନ୍ତି କି?

ନିକ୍‌ ୨୦୦୫ରେ ଟାଇପ୍‌-୧ ଡାଏବେଟିସ୍‌ରେ ଶିକାର ହୋଇଥିଲେ। ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଏହି ରୋଗ ସମ୍ବନ୍ଧରେ ଲୋକଙ୍କୁ ସତର୍କ କରିବା ପାଇଁ ଏକ ଚ୍ୟାରିଟି ଫାଉଣ୍ଡେସନ୍‌ ମଧ୍ୟ ଚଳାଉଛନ୍ତି। ଡେଲିମେଲ୍‌ର ଏକ ରିପୋର୍ଟ ଅନୁସାରେ, ନିକ୍‌ ଜୋନ୍ସଙ୍କର ପୂରା ସମ୍ପତ୍ତିର ପରିମାଣ ପାଖାପାଖି ୨.୫ କୋଟି ଡଲାର୍‌ ହେବ। ନିକ୍‌ ଏସ୍କଲେଡ୍‌ କାର ଚଢ଼ିବାକୁ ପସନ୍ଦ କରିଥାନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ପ୍ରିୟଙ୍କା ସହ ନିକ ଙ୍କ ବାହାଘର ହେବାକୁ ଯାଉଛି, ଅସଲି ରେ ନିକ କିଏ ଜାଣିଛନ୍ତି କି?

କୁହାଯାଉଛି ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଡେଲ୍‌ଟା ଗୁଣ୍ଡେମ୍‌ଙ୍କ ସହିତ ମଧ୍ୟ ତାଙ୍କର ସମ୍ପର୍କ ଥିଲା। ଉଭୟଙ୍କ ସମ୍ପର୍କ ମଇ ୨୦୧୧ରୁ ଫେବୃଆରୀ ୨୦୧୨ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା। ନିକ୍‌ ଅଗଷ୍ଟ ୨୦୧୩ରେ ମିସ୍‌ ୟ୍ୟୁନିଭର୍ସ ଆଲୋବିୟା କଲପୋଙ୍କୁ ମଧ୍ୟ ଡେଟ୍‌ କରିବା ଆରମ୍ଭ କରିଥିଲେ,ଯାହାଙ୍କ ସହିତ ସେ ମିସ୍‌ ୟୁଏସ୍‌ଏ ପ୍ରତିଯୋଗିତାରେ ପରିଚିତ ହୋଇଥିଲେ। ଗୋଟିଏ ଇଣ୍ଟରଭ୍ୟୁରେ ସେ ଏହି ରିଲେସନ୍‌କୁ ସ୍ୱୀକାର ମଧ୍ୟ କରିଛନ୍ତି।