ସର୍ବ ସମ୍ମୁଖରେ କାନ୍ଥରେ ପଡିଥିବା ପାନ ଛେପ ଓ ଗୋବରକୁ ହାତରେ ଓଦା କପଡା ଧରି ସଫା କଲେ ଜିଲ୍ଲାପାଳ

ଦୁନିଆରେ ଯେମିତି ଖରାପ ଲୋକ ଥାଆନ୍ତି ଠିକ୍ ସେମିତି ହିଁ କିଛି ଭଲ ଲୋକ ମଧ୍ୟ ଥାଆନ୍ତି ଆଜିକାଲି ଦୁନିଆରେ ଭଲ ମିଳିବା ଏତେ ସହଜ ନୁହଁ ହେଲେ ବି କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ସଚ୍ଚୋଟ ଭାବରେ ନିଜ କାର୍ଯ୍ୟ କରିଥାନ୍ତି. ଆଜି ଆମେ ଆପଣଙ୍କୁ ଏମିତି ଜଣେ ଜିଲ୍ଲାପାଳଙ୍କ ବିଷୟରେ ବତେଇବାକୁ ଯାଉଛୁ ଯିଏକି ସର୍ବ ସମ୍ମୁଖରେ କାନ୍ଥରେ ପଡିଥିବା ପାନ ଛେପକୁ ସଫା କଲେ. ଘଟଣାଟି ହେଉଛି ମହାରାଷ୍ଟ୍ରର. ମହାରାଷ୍ଟ୍ରର ଅକୋଲା
 
ସର୍ବ ସମ୍ମୁଖରେ କାନ୍ଥରେ ପଡିଥିବା ପାନ ଛେପ ଓ ଗୋବରକୁ ହାତରେ ଓଦା କପଡା ଧରି ସଫା କଲେ ଜିଲ୍ଲାପାଳ

ଦୁନିଆରେ ଯେମିତି ଖରାପ ଲୋକ ଥାଆନ୍ତି ଠିକ୍ ସେମିତି ହିଁ କିଛି ଭଲ ଲୋକ ମଧ୍ୟ ଥାଆନ୍ତି ଆଜିକାଲି ଦୁନିଆରେ ଭଲ ମିଳିବା ଏତେ ସହଜ ନୁହଁ ହେଲେ ବି କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ସଚ୍ଚୋଟ ଭାବରେ ନିଜ କାର୍ଯ୍ୟ କରିଥାନ୍ତି. ଆଜି ଆମେ ଆପଣଙ୍କୁ ଏମିତି ଜଣେ ଜିଲ୍ଲାପାଳଙ୍କ ବିଷୟରେ ବତେଇବାକୁ ଯାଉଛୁ ଯିଏକି ସର୍ବ ସମ୍ମୁଖରେ କାନ୍ଥରେ ପଡିଥିବା ପାନ ଛେପକୁ ସଫା କଲେ. ଘଟଣାଟି ହେଉଛି ମହାରାଷ୍ଟ୍ରର. ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେ ଏମିତି କରି ସୋସିଆଲ ମିଡିଆରେ ସେ ଏବେ ଭାଇରାଲ ହେଇଛନ୍ତି.

ସର୍ବ ସମ୍ମୁଖରେ କାନ୍ଥରେ ପଡିଥିବା ପାନ ଛେପ ଓ ଗୋବରକୁ ହାତରେ ଓଦା କପଡା ଧରି ସଫା କଲେ ଜିଲ୍ଲାପାଳ

ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ ଆସି ପହଞ୍ଚିଥିଲେ ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେ. ହେଲେ ସେଠାରେ ପହଞ୍ଚିବା ପରେ ଯାହା ସେ ଦେଖିଲେ ତାହା ତାଙ୍କୁ ବାଧ୍ୟ କଲା କି ହାତରେ କପଡା ଧରି ସଫା କରିବା ପାଇଁ. ପୂର୍ତ୍ତ ବିଭାଗର କାର୍ଯ୍ୟାଳୟରେ ବୁଲୁଥିବା ବେଳେ ହଠାତ ତାଙ୍କ ନଜର କାନ୍ଥ ଉପରେ ପଡିଥିଲା. ପୂରା କାନ୍ଥ ପାନ ଛେପରେ ଭର୍ତ୍ତି ହୋଇ ଯାଇଥିଲା. ଆଉ ଏହା ଦେଖିବା ପରେ ନିଜ ସହଯୋଗୀଙ୍କୁ ବାଲଟି ଓ କପଡା ଆଣିବାକୁ କହିଥିଲେ ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେ.

ସର୍ବ ସମ୍ମୁଖରେ କାନ୍ଥରେ ପଡିଥିବା ପାନ ଛେପ ଓ ଗୋବରକୁ ହାତରେ ଓଦା କପଡା ଧରି ସଫା କଲେ ଜିଲ୍ଲାପାଳ

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଜିଲ୍ଲାପାଳ ଅନ୍ୟ ବିଭାଗ ବୁଲୁଥିବା ବେଳେ କାର୍ଯ୍ୟାଳୟ ପରିସରରେ ଗୋବର ପଡିଥିବାର ଦେଖି ଝାଡୁରେ ମଧ୍ୟ ସଫା କରିଥିଲେ. ବାଲଟି ଓ କପଡା ମଗାଇ ସେ ଫେଇ କାମରେ ଲାଗି ପଡିଥିଲେ. ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟ ଦେଖି ଅନ୍ୟ ଅଫିସରଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ନଇଁ ଯାଇଥିଲା. ଅଧିକାରୀମାନେ ନିଜେ କାନ୍ଥକୁ ସଫା କରିଦେବେ ବୋଲି କହିବା ପରେ ଜିଲ୍ଲାପାଳ ସଫା କରିବା ବନ୍ଦ କରିଥିଲେ.