ମା ହେବ ତ ଏମିତି! ଝିଅକୁ କୋଳରେ ଧରି ନାଇଟ୍ ପେଟ୍ରୋଲିଂ କଲେ ଲେଡି ଡିଏସ୍‌ପି…

ଆଜିକାଲି ଦୁନିଆରେ ଝିଅମାନେ ପୁଅମାନଙ୍କ ଠାରୁ କିଛି କାମରେ ପଛରେ ନୁହଁନ୍ତି. କାହିଁକି ବର୍ଡରରେ ଦେଶର ସୁରକ୍ଷା ଠାରୁ ନେଇକରି ଫାଇଟର ପ୍ଲେନ ଉଡେଇକରି ଦେଶର ଝିଅମାନେ ପ୍ରମାଣ କରିଦେଇଛନ୍ତି କି ସେମାନେ କୌଣସି ବି କାମରେ ପୁଅମାନଙ୍କ ଠାରୁ କମ୍ ନୁହଁନ୍ତି. ସେ ରାଜନୀତିରେ ହେଉ କି ରଣଭୂମିରେ, ସର୍ବଦା ପରାକାଷ୍ଠା ଦେଖାଇ ଆସିଛି ନାରୀ. ସେହିପରି ସନ୍ତାନର ସୁରକ୍ଷା ହେଉ କି ପରିବାରର ଯତ୍ନ, ଅବା ସମାଜର ମଙ୍ଗଳ କାମନା, ସବୁ କ୍ଷେତ୍ରରେ ନାରୀର
 
ମା ହେବ ତ ଏମିତି! ଝିଅକୁ କୋଳରେ ଧରି ନାଇଟ୍ ପେଟ୍ରୋଲିଂ କଲେ ଲେଡି ଡିଏସ୍‌ପି…

ଆଜିକାଲି ଦୁନିଆରେ ଝିଅମାନେ ପୁଅମାନଙ୍କ ଠାରୁ କିଛି କାମରେ ପଛରେ ନୁହଁନ୍ତି. କାହିଁକି ବର୍ଡରରେ ଦେଶର ସୁରକ୍ଷା ଠାରୁ ନେଇକରି ଫାଇଟର ପ୍ଲେନ ଉଡେଇକରି ଦେଶର ଝିଅମାନେ ପ୍ରମାଣ କରିଦେଇଛନ୍ତି କି ସେମାନେ କୌଣସି ବି କାମରେ ପୁଅମାନଙ୍କ ଠାରୁ କମ୍ ନୁହଁନ୍ତି. ସେ ରାଜନୀତିରେ ହେଉ କି ରଣଭୂମିରେ, ସର୍ବଦା ପରାକାଷ୍ଠା ଦେଖାଇ ଆସିଛି ନାରୀ. ସେହିପରି ସନ୍ତାନର ସୁରକ୍ଷା ହେଉ କି ପରିବାରର ଯତ୍ନ, ଅବା ସମାଜର ମଙ୍ଗଳ କାମନା, ସବୁ କ୍ଷେତ୍ରରେ ନାରୀର ରହିଛି ଅତୁଳନୀୟ ଅବଦାନ. ଆଜି ଆପଣଙ୍କୁ ଏପରି ଜଣେ ନାରୀଙ୍କ ବିଷୟରେ ବତେଇବାକୁ ଯାଉଛୁ ଯିଏ କି ନିଜ ଛୋଟ ଝିଅକୁ ଅଣ୍ଟାରେ ବାନ୍ଧି ସେ ନିଜ କର୍ତ୍ତବ୍ୟ ପାଳନ କରିଥିଲେ.

ମା ହେବ ତ ଏମିତି! ଝିଅକୁ କୋଳରେ ଧରି ନାଇଟ୍ ପେଟ୍ରୋଲିଂ କଲେ ଲେଡି ଡିଏସ୍‌ପି…

ଝାନ୍‌ସୀର ରାଣୀ ଲକ୍ଷ୍ମୀ ବାଈ ମଧ୍ୟ କାନ୍ଧରେ ନିଜ ପୁଅକୁ ଝୁଲାଇ ଯୁଦ୍ଧ ଭୂମିକୁ ଓହ୍ଲାଇଥିଲେ. ସେ ଇଂରେଜମାନଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଯୁଦ୍ଧ କରିଥିଲେ. ଲକ୍ଷ୍ମୀ ବାଈଙ୍କର ଏପରି ରଣକୌଶଳ ଦେଖି ଇଂରେଜମାନେ ଝାନ୍‌ସୀ ଛାଡ଼ି ପଳାଇଥିଲେ. ତେବେ ଅର୍ଚ୍ଚନାଙ୍କର କାହାଣୀକୁ ଦେଖିଲେ ତାଙ୍କୁ ମଧ୍ୟ ଆଜିର ରାଣୀ ଲକ୍ଷ୍ମୀ ବାଈ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ.

ମା ହେବ ତ ଏମିତି! ଝିଅକୁ କୋଳରେ ଧରି ନାଇଟ୍ ପେଟ୍ରୋଲିଂ କଲେ ଲେଡି ଡିଏସ୍‌ପି…

ରାୟପୁରର ଡିଏସପି ଅର୍ଚ୍ଚନା ଝା. ଗର୍ଭାବସ୍ଥାରେ ଅର୍ଚ୍ଚନା ଗର୍ଭରେ ପିଲାକୁ ଧରି ଛତିଶଗଡ଼ର ରାସ୍ତାରେ ଲଗାତାର ସାତ ଦିନ ଧରି ପାଟ୍ରୋଲିଂ କରିଥିଲେ. ଖାଲି ଏତିକି ନୁହେଁ ଝିଅ ଜନ୍ମ ହେବାର ପରେ ମଧ୍ୟ ସେ ଝିଅକୁ ସାଙ୍ଗରେ ଧରି ନିଜ ଡ୍ୟୁଟି କରୁଥିଲେ. ଅର୍ଚ୍ଚନା ଚାହିଁଥିଲେ ଛୁଟି ନେଇପାରିଥାନ୍ତେ. ହେଲେ ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପସନ୍ଦ କରିଥିଲେ. ଏମିତିକି ଥରେ ଛତିଶଗଡ଼ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିବା ବେଳେ ଗର୍ଭାବସ୍ଥାକୁ ଖାତିର ନକରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରାତିରେ ପାଟ୍ରୋଲିଂ କରିଥିଲେ ଅର୍ଚ୍ଚନା.

ମା ହେବ ତ ଏମିତି! ଝିଅକୁ କୋଳରେ ଧରି ନାଇଟ୍ ପେଟ୍ରୋଲିଂ କଲେ ଲେଡି ଡିଏସ୍‌ପି…

ସେ ପାଟ୍ରୋଲିଂ କିମ୍ବା ଅପରାଧୀଙ୍କୁ ସାବାଡ଼ କରିବା ହେଉ, ଅବା ନିର୍ବାଚନ କି ଆଇପିଏଲ ମ୍ୟାଚ୍‌ରେ କଡ଼ା ସୁରକ୍ଷା କଥା, ସବୁ କ୍ଷେତ୍ରରେ ଭଲ କାମ କରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ଅର୍ଚ୍ଚନା. ସେଥିପାଇଁ ସେ ଆଜି ପୁରା ପୋଲିସ୍ ବିଭାଗ ପାଇଁ ଆଦର୍ଶ ଓ ପ୍ରେରଣା ପାଲଟି ଯାଇଛନ୍ତି। କଠୋର ପରିଶ୍ରମ, କର୍ତ୍ତବ୍ୟ ପ୍ରତି ନିଷ୍ଠାପରାୟଣତା ଏବଂ ସଚ୍ଚୋଟ ପଣିଆ ପାଇଁ ଅର୍ଚ୍ଚନା କ୍ରାଇମ୍‌ବ୍ରାଞ୍ଚ୍ ମୁଖ୍ୟ ଅଫିସର ହୋଇପାରିଛନ୍ତି. ନିଜ ନିଷ୍ଠାପରତା ପାଇଁ ଅର୍ଚ୍ଚନା ସମାଜ ଆଗରେ ଏକ ଉଦାହରଣ ପାଲଟିଯାଇଛନ୍ତି.