ସରକାର ଅନୁମତି ଦେଲେ ଦେଶରେ ୩୫ ଟଙ୍କାରେ ପେଟ୍ରୋଲ ଦେବ ପତଞଳୀ, କହିଲେ ବାବା ରାମଦେବ

ଯେଉଁଭଳି ଭାବେ କିଛି ଦିନରୁ ପେଟ୍ରୋଲ ଡିଜେଲ ଦର ବଢି ଚାଲିଛି ତାହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି. ଏଥିରେ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି ସାଧାରଣ ବର୍ଗର ଲୋକମାନେ. ପ୍ରତିଦିନ ତେଲ ଦର ବଢି ଚାଲିଛି. ଏହିଭଳି ଯଦି ତେଲ ଦାମ ବଢୁଥିବ ତେବେ କିଛି ଦନରେ ଲୋକମାନେ ଗାଡି ଚଲେଇବା ବନ୍ଦ କରି ସାଇକେଲ ଚଲେଇବା ଆରମ୍ଭ କରିଦେବେ. ତେଲ ଦାମ କମ ନ ହେଲେ ଆଗକୁ ଦେଶକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ
 
ସରକାର ଅନୁମତି ଦେଲେ ଦେଶରେ ୩୫ ଟଙ୍କାରେ ପେଟ୍ରୋଲ ଦେବ ପତଞଳୀ, କହିଲେ ବାବା ରାମଦେବ

ଯେଉଁଭଳି ଭାବେ କିଛି ଦିନରୁ ପେଟ୍ରୋଲ ଡିଜେଲ ଦର ବଢି ଚାଲିଛି ତାହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି. ଏଥିରେ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି ସାଧାରଣ ବର୍ଗର ଲୋକମାନେ. ପ୍ରତିଦିନ ତେଲ ଦର ବଢି ଚାଲିଛି. ଏହିଭଳି ଯଦି ତେଲ ଦାମ ବଢୁଥିବ ତେବେ କିଛି ଦନରେ ଲୋକମାନେ ଗାଡି ଚଲେଇବା ବନ୍ଦ କରି ସାଇକେଲ ଚଲେଇବା ଆରମ୍ଭ କରିଦେବେ. ତେଲ ଦାମ କମ ନ ହେଲେ ଆଗକୁ ଦେଶକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ.

ସରକାର ଅନୁମତି ଦେଲେ ଦେଶରେ ୩୫ ଟଙ୍କାରେ ପେଟ୍ରୋଲ ଦେବ ପତଞଳୀ, କହିଲେ ବାବା ରାମଦେବ

ଦିଲ୍ଲୀରେ ପେଟ୍ରୋଲ ଦର ୮୫ ଟଙ୍କା ଟପିଥିବା ବେଳେ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୧ ଟଙ୍କା ରହିଛି. ତେଲଦର ବୃଦ୍ଧିକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡିଥିବାବେଳେ ସରକାର ମଧ୍ୟ ଚିନ୍ତାରେ ଅଛନ୍ତି. ତେବେ ଯୋଗଗୁରୁ ରାମଦେବ ବାବା ଏତିକି ବେଳେ ଏପରି ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି ଯାହାକୁ ନେଇ ଲୋକମାନେ ତାଙ୍କୁ ଥଟ୍ଟା କରିବାରେ ଲାଗିଛନ୍ତି. କିଛି ଲୋକ ବାବା ରାମଦେବ ପାଗଳ ହୋଇଯାଇଛନ୍ତି ବୋଲି ମଧ୍ୟ କହିଛନ୍ତି.

ସରକାର ଅନୁମତି ଦେଲେ ଦେଶରେ ୩୫ ଟଙ୍କାରେ ପେଟ୍ରୋଲ ଦେବ ପତଞଳୀ, କହିଲେ ବାବା ରାମଦେବ

ଖବର ଅନୁସାର, ଯୋଗଗୁରୁ ବାବା ରାମଦେବ NDTV ୟୁଥ କନକ୍ଲେଭରେ ଯୋଗ ଦେଇଥିଲେ. ଯେଉଁଥିରେ ସେ ତେଲ ଦରଦାମକୁ କମ୍ କରିବା ପାଇଁ ଲୋକମାନଙ୍କୁ କହିଥିଲେ. ସେ କହିଛନ୍ତି ଯେ ସରକାର ଯଦି ତାଙ୍କୁ ଅନୁମତି ଦିଅନ୍ତି ଓ କିଛି ଟିକସ ରିହାତି ଦିଅନ୍ତି, ସେ ଲୋକମାନଙ୍କୁ ୩୫ରୁ ୪୦ ଟଙ୍କାରେ ପେଟ୍ରୋଲ, ଡିଜେଲ ଯୋଗାଇଦେବେ. ସେ ଆହୁରି ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁଁ ସରକାର ଅସୁବିଧାରେ ପଡିପାରନ୍ତି. ଏହା ହେଲେ ତେଲ ଦର କମିବ ବୋଲି ସେ କହିଛନ୍ତି. ଏହି କଥାକୁ ନେଇ ଏବେ ସବୁଆଡେ ଖୁବ୍ ଚର୍ଚା ଚାଲିଛି. ତେଲକୁ ଜିଏସଟି ଅଧିନକୁ ଆଣିବାକୁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି.