୨୬.୧୧.୨୦୧୮ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ।

ଆଜିର ରାଶିଫଳ: ମେଷ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣ ନିଜର ଲକ୍ଷ୍ୟ ହାସଲ ପାଇଁ ଠୋସ୍ ଯୋଜନା କରିବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ବୃଷ: ଆଜି ପୂରା ଦିନ ମନ ପ୍ରସନ୍ନ ରହିବ। କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରିନେବେ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ପାଇବେ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର
 
୨୬.୧୧.୨୦୧୮ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ।

ଆଜିର ରାଶିଫଳ:

ମେଷ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣ ନିଜର ଲକ୍ଷ୍ୟ ହାସଲ ପାଇଁ ଠୋସ୍‌ ଯୋଜନା କରିବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

ବୃଷ: ଆଜି ପୂରା ଦିନ ମନ ପ୍ରସନ୍ନ ରହିବ। କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରିନେବେ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ପାଇବେ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ।

ମିଥୁନ: ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ଆପଣଙ୍କ ପ୍ରଭାବ ଲୋକଙ୍କ ଉପରେ ପଡ଼ିବ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

କର୍କଟ: ଆଜି ଆପଣ ପ୍ରେମ ହିଁ ପ୍ରେମ ବାଣ୍ଟିବେ। ସମୟ ଆପଣଙ୍କୁ ଅବଶ୍ୟ ସାଥ ଦେବ। କୌଣସି ଶୁଭ ଖବର ପାଇବେ। ପୂର୍ବରୁ ସ୍ଥଗିତ ଥିବା କାର୍ଯ୍ୟର ସମାଧାନ ହେବ। ସମାଜରେ ଆପଣଙ୍କର ସମ୍ମାନ ବଢ଼ିବ।

୨୬.୧୧.୨୦୧୮ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ।

ସିଂହ : ଆଜିର ଦିନ ଆପଣଙ୍କପାଇଁ ଭଲ ରହିବ। ତଥାପି ମଧ୍ୟ ଦ୍ୱନ୍ଦ୍ୱତାପୂର୍ଣ୍ଣ ମାନସିକତା କାରଣରୁ ସାମନାରେ ଆସିଥିବା ସୁଯୋଗ ହାତଛଡ଼ା ହୋଇପାରେ। ଆପଣଙ୍କ ମନ, ବିଚାରରେ ମଗ୍ନ ରହିବ। ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ ଆଜି କରନ୍ତୁ ନାହିଁ।

କନ୍ୟା : ଆଜିର ଦିନ ଆପଣଙ୍କ ପାଇଁ ଶୁଭଫଳଦାୟୀ ହେବ। ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ ଆଜି ସଫଳ ହେବ। ବ୍ୟାପାରୀ ତଥା ବୈତନିକ କର୍ମଚାରୀମାନଙ୍କ ପାଇଁ ଲାଭପ୍ରଦ ଦିନ ଅଟେ। ତାଙ୍କ ପଦୋନ୍ନତିର ସମ୍ଭାବନା ଅଧିକ ଅଟେ।

ତୁଳା : ଆଜି ଆପଣ ବୌଦ୍ଧିକ ତଥା ଲେଖନ କାର୍ଯ୍ୟରେ ସକ୍ରିୟ ରହିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଦିନ ଭଲ ଅଟେ। ଲମ୍ବା ପ୍ରବାସ କିମ୍ବା ଧାର୍ମିକ ସ୍ଥଳର ଯାତ୍ରା କରିବାର ପ୍ରସଙ୍ଗ ଉପସ୍ଥିତ ହେବ। ବ୍ୟବସାୟରେ ଲାଭର ସୁଯୋଗ ମିଳିବ।

ବିଚ୍ଛା : ଆଜିର ଦିନ ସାବଧାନ ରହିବାକୁ ଉପଦେଶ। ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରନ୍ତୁ ନାହିଁ ଏବଂ କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ରଖିବେ। ଅନୈତିକ କାମବୃତ୍ତିରୁ ଦୂରରେ ରୁହନ୍ତୁ। ରାଜକୀୟ ଭୁଲ ସମ୍ବନ୍ଧିତ ତଥା ସରକାରୀ

ଧନୁ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ମଜଭୁତ ହେବ।

ମକର: ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଇଚ୍ଛା ପୂରା କରିବାର ପ୍ରୟାସରେ ସଫଳ ହେବେ। ଚାକିରିଆଙ୍କୁ ଅଧିକାରୀଙ୍କ ସାହାଯ୍ୟ ମିଳିବ। ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ। ସନ୍ଧ୍ୟାରେ ପ୍ରିୟ ବନ୍ଧୁଙ୍କ ଠାରୁ ଖୁସି ଖବର ମିଳିବ।

କୁମ୍ଭ : ଆଜି କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବା ପାଇଁ ଉପଦେଶ। ଆଜି ଆପଣଙ୍କ ବିଚାରରେ ପରିବର୍ତ୍ତନ ଶୀଘ୍ର ଆସିବ। ମହିଳାମାନଙ୍କୁ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ହିତକର ହେବ।

ମୀନ : ଆଜିର ଦିନ ଅରୁଚିକର ଘଟଣା କାରଣରୁ ଉତ୍ସାହ ଜନକ ରହିବ ନାହିଁ। ଘରେ ପରିବାର ସହିତ ବାଦବିବାଦ ହେବ। ମାତାଙ୍କର ସ୍ଵାସ୍ଥ୍ୟ ବିଗିଡ଼ି ପାରେ, ଏହା ଚିନ୍ତାର କାରଣ ହେବ। ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ ନାହିଁ।