୨୮.୧୧.୨୦୧୮ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି।

ଆଜିର ରାଶିଫଳ: ମେଷ: ଆପଣଙ୍କ ବିଚାରକୁ ସକାରାତ୍ମକ ରଖନ୍ତୁ। ବେପାରକୁ ନେଇ ଭାଗୀଦାରିଙ୍କ ସହିତ ମତଭେଦ ହୋଇପାରେ। ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ। ମହିଳାମାନେ ପ୍ରେମ ପାଇବାର ଦିନଟିଏ। ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ସାହ ଭରା ରହିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ମିଥୁନ: ଦିନଟି ଲାଭପ୍ରଦ ରହିବ। କ୍ୟାରିୟର
 
୨୮.୧୧.୨୦୧୮ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି।

ଆଜିର ରାଶିଫଳ:

ମେଷ: ଆପଣଙ୍କ ବିଚାରକୁ ସକାରାତ୍ମକ ରଖନ୍ତୁ। ବେପାରକୁ ନେଇ ଭାଗୀଦାରିଙ୍କ ସହିତ ମତଭେଦ ହୋଇପାରେ। ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ। ମହିଳାମାନେ ପ୍ରେମ ପାଇବାର ଦିନଟିଏ।

ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ସାହ ଭରା ରହିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ।

ମିଥୁନ: ଦିନଟି ଲାଭପ୍ରଦ ରହିବ। କ୍ୟାରିୟର ଗଢ଼ିବା ପାଇଁ ଭଲ ପ୍ରସ୍ତାବ ପାଇବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ।

କର୍କଟ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଚାକିରିଆଙ୍କୁ ଉତ୍ତମ ଅବସର ମିଳିବା ଯୋଗ ରହିଛି। ପାରିବାରିକ ଜୀବନ ସୁଖ ଶାନ୍ତି ଭରା ରହିବ।

୨୮.୧୧.୨୦୧୮ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି।

ସିଂହ : କାର୍ଯ୍ୟରେ ସଫଳତା ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟର ନିଶା ଆପଣଙ୍କ ମନରେ ଆସିବ। ଭାଇ-ଭଉଣୀମାନଙ୍କ ସହିତ ମିଶିକରି ଘର ପାଇଁ କିଛି ଆୟୋଜନ କରିବେ। ମିତ୍ର ତଥା ସ୍ନେହୀଜନମାନଙ୍କ ସହିତ ଯାତ୍ରା କରିବାର ଯୋଗ ଅଛି। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ।

କନ୍ୟା : ପରିବାରରେ ଆଜି ଆନନ୍ଦର ବାତାବରଣ ରହିବ। ବାଣୀର ମଧୁରତା ଏବଂ ନ୍ୟାୟପ୍ରିୟ ବ୍ୟବହାରରେ ଆପଣ ଲୋକପ୍ରିୟତା ପ୍ରାପ୍ତ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମିଷ୍ଟାନ୍ନ ଭୋଜନ ମିଳିବ।

ତୁଳା : ନିଜର କଳା-କାରୀଗରୀକୁ ବାହରକୁ ଆଣିବା ପାଇଁ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଆପଣଙ୍କ ରଚନାତ୍ମକ ଏବଂ କଳାତ୍ମକ ଶକ୍ତି ଅଧିକ ଫୁଟି ବାହାରିବ। ଶାରୀରିକ, ମାନସିକ ସୁସ୍ଥତା ରହିବ।

ବିଚ୍ଛା : ଆମୋଦ-ପ୍ରମୋଦ, ମନୋରଞ୍ଜନ ପଛରେ ଧନ ବ୍ୟୟ ହୋଇପାରେ। ମାନସିକ ଚିନ୍ତା ଏବଂ ଶାରୀରିକ କଷ୍ଟ କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି। ଦୁର୍ଘଟଣା କିମ୍ବା ଶଲ୍ୟ ଚିକିତ୍ସାରେ ସମ୍ଭାଳି କରି ରୁହନ୍ତୁ।

ଧନୁ: ଆଜି ଆପଣ ଟିିକେ ବିଷାଦଗ୍ରସ୍ତ ରହିବେ। କ˚ପାନି ତରଫରୁ ବିଦେଶ ଯିବାକୁ ପଡ଼ିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ସମୟ ଦେବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରଖନ୍ତୁ।

ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କ୍ୟାରିୟର ମାମଲାରେ ସଠିକ୍‌ ବିଚାର କରିପାରନ୍ତି। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ବ୍ୟବସାୟ‌େର ଶୀଘ୍ର ଫଇସଲାରୁ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।

କୁମ୍ଭ : ଆଜି ସ୍ଵାସ୍ଥ୍ୟ ଖରାପ ରହିପାରେ। ଅଫିସ୍ ତଥା କାର୍ଯ୍ୟାଳୟର ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ। ମଉଜ-ସଉକ ଏବଂ ବୁଲିବା ପଛରେ ଧନ ଖର୍ଚ୍ଚ ହୋଇପାରେ। ଲମ୍ବା ଯାତ୍ରା ହେବ।

ମୀନ : ସ୍ଵାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। ସ୍ୱାସ୍ଥ୍ୟର ଧ୍ୟାନ ରଖିବେ। କାମକାର୍ଯ୍ୟରେ ଆପଣଙ୍କୁ ଟିକେ ପ୍ରତିକୂଳତା ଅନୁଭବ ହୋଇପାରେ।