୦୭.୧୨.୨୦୧୮ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନେ ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ।

ମେଷ: ଦିନଟି ଆପଣଙ୍କ ଲାଗି ଦୁଃଖ ଓ ସୁଖ ମିଶ୍ରିତ ହୋଇ ରହିବ। କିଛି ନୂଆ କରି ଦେଖାଇବା ଲାଗି ଯୋଜନା କରିପାରନ୍ତି। ସହକର୍ମୀଙ୍କ ସହିତ ତର୍କ ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ। ବୃଷ: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। ପ୍ରତ୍ୟେକ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଗଣିତ ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ମିଥୁନ:
 
୦୭.୧୨.୨୦୧୮ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନେ ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ।

ମେଷ: ଦିନଟି ଆପଣଙ୍କ ଲାଗି ଦୁଃଖ ଓ ସୁଖ ମିଶ୍ରିତ ହୋଇ ରହିବ। କିଛି ନୂଆ କରି ଦେଖାଇବା ଲାଗି ଯୋଜନା କରିପାରନ୍ତି। ସହକର୍ମୀଙ୍କ ସହିତ ତର୍କ ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ।

ବୃଷ: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। ପ୍ରତ୍ୟେକ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଗଣିତ ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ମିଥୁନ: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ।

କର୍କଟ: ଦିମାକରେ ଲାଗି ରହିଥିବା ନକାରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ। ବ୍ୟବସାୟିକ କଥାବାର୍ତ୍ତା ଲାଗି ଦୂରସ୍ଥାନକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭ ପ୍ରାପ୍ତ ହେବ।

ସିଂହ : ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।

୦୭.୧୨.୨୦୧୮ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନେ ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ।

କନ୍ୟା : ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ।

ତୁଳା : ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ।

ବିଚ୍ଛା : ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ।

ଧନୁ: ଆପଣଙ୍କର ମନୋଭାବ ହାସ୍ୟୋଦ୍ଦୀପକ ରହିବ। ବନ୍ଧୁଙ୍କ ସହିତ ସମୟ କଟିବ। ଚାକିରିଆଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ସାକ୍ଷାତକାରରେ ସଫଳତା ପାଇବେ। ବିବାହିତାଙ୍କୁ ପାରିବାରିକ ସୁଖ ମିଳିବ।

ମକର: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବା ହେତୁ ମନ ଖୁସି ରହିବ। ଚାକିରିଆଙ୍କ ପାଇଁ ସମୟ ଠିକ୍‌ ରହିବ। ରାଜନୀତିରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

କୁମ୍ଭ : ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ।

ମୀନ : ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ।