ଓକିଲମାନେ କେବଳ କଳା ରଙ୍ଗର କୋଟ୍‌ କଣ ପାଇଁ ପିନ୍ଧିଥାନ୍ତି? ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ କାମରେ ଆସିପାରେ

କୋଟ୍ ତ ଆପଣ ବିଭିନ୍ନ ରଙ୍ଗର ଦେଖିଥିବେ ଆଉ ପିନ୍ଧିଥିବେ ମଧ୍ୟ। ହେଲେ ଗୋଠେ କଥା ଆପଣ ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ ଓକିଲମାନେ କଳା କୋଟ୍ ପିନ୍ଧିଥିବାର। କୋର୍ଟ ପରିସରରେ ହେଉ କିମ୍ବା ଓକିଲାତି କରୁଥିବା ସମୟରେ ଓକିଲମାନେ ଏହି କଳା କୋଟ୍ ପିନ୍ଧିଥାନ୍ତି। ହେଲେ ଓକିଲମାନେ କେବଳ କଳା ରଙ୍ଗର କୋଟ ହିଁ କଣ ପାଇଁ ବ୍ୟବହାର କରନ୍ତି ଅଲଗା କୋଉ ରଙ୍ଗର କଣ ପାଇଁ ନୁହେଁ। ଆଜି ଆମେ ଆପଣଙ୍କୁ ଏହା ପଛର
 
ଓକିଲମାନେ କେବଳ କଳା ରଙ୍ଗର କୋଟ୍‌ କଣ ପାଇଁ ପିନ୍ଧିଥାନ୍ତି? ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ କାମରେ ଆସିପାରେ

କୋଟ୍ ତ ଆପଣ ବିଭିନ୍ନ ରଙ୍ଗର ଦେଖିଥିବେ ଆଉ ପିନ୍ଧିଥିବେ ମଧ୍ୟ। ହେଲେ ଗୋଠେ କଥା ଆପଣ ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ ଓକିଲମାନେ କଳା କୋଟ୍ ପିନ୍ଧିଥିବାର। କୋର୍ଟ ପରିସରରେ ହେଉ କିମ୍ବା ଓକିଲାତି କରୁଥିବା ସମୟରେ ଓକିଲମାନେ ଏହି କଳା କୋଟ୍‌ ପିନ୍ଧିଥାନ୍ତି। ହେଲେ ଓକିଲମାନେ କେବଳ କଳା ରଙ୍ଗର କୋଟ ହିଁ କଣ ପାଇଁ ବ୍ୟବହାର କରନ୍ତି ଅଲଗା କୋଉ ରଙ୍ଗର କଣ ପାଇଁ ନୁହେଁ। ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ବତେଇବୁ।

ଓକିଲମାନେ କେବଳ କଳା ରଙ୍ଗର କୋଟ୍‌ କଣ ପାଇଁ ପିନ୍ଧିଥାନ୍ତି? ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ କାମରେ ଆସିପାରେ

ଓକିଲମାନଙ୍କର ଏହି କଳା ଡ୍ରେସ୍‌ କୋଡ୍‌ ଆଜିର ନୁହେଁ ବରଂ ବହୁବର୍ଷ ପୁରୁଣା। କେବେ ଭାବିଛନ୍ତି କି ଓକିଲମାନେ କାହିଁକି ଏପରି କଳା କୋଟ୍‌ ପିନ୍ଧିଥାନ୍ତି। ଓକିଲାତିର ଆରମ୍ଭ ୧୩୨୭ରେ ହୋଇଥିଲା। ୧୬୩୭ରେ ପ୍ରସ୍ତାବ ଆସିଥିଲା କି ଓକିଲମାନଙ୍କୁ ଜନତାଙ୍କ ଅନୁସାରେ ଡ୍ରେସ୍‌ ପିନ୍ଧିବା ଦରକାର। କିନ୍ତୁ ଏହି ନିୟମରେ ପରିବର୍ତ୍ତନ ଆସିଥିଲା ୧୬୯୪ରେ। ବ୍ରିଟିଶ୍‌ ରାଣୀ ମେରୀଙ୍କର ବସନ୍ତ ରୋଗରେ ଦେହାନ୍ତ ହେବା ପରେ ରାଜା ବିଲିୟନ୍‌ସ ସମସ୍ତ ବିଚାରପତି ଏବଂ ଓକିଲମାନଙ୍କୁ ଶୋକସଭାରେ କଳା ରଙ୍ଗର ଗାଉନ୍‌ ପିନ୍ଧି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ।

ଓକିଲମାନେ କେବଳ କଳା ରଙ୍ଗର କୋଟ୍‌ କଣ ପାଇଁ ପିନ୍ଧିଥାନ୍ତି? ଜାଣି ନାହାନ୍ତି ଯଦି ଜାଣି ରଖନ୍ତୁ କାମରେ ଆସିପାରେ

ଓକିଲମାନେ ଏହି ଆଦେଶକୁ ପାଳନ କରିଥିଲେ। ତେବେ ରାଜା ବିଲିୟନ୍‌ସ ଏହି ଆଦେଶକୁ ଆଉ ଫେରାଇ ନଥିଲେ। ଯେଉଁଥିପାଇଁ ସେବେଠାରୁ ଏହି ପ୍ରଥା ଚାଲିଆସୁଛି। ପରେ ଏହାକୁ ଆଇନର ରୂପ ଦିଆଗଲା। ଅଧିନିୟମ ୧୯୬୧ ଅନୁସାରେ, ଅଦାଲତକୁ ଧଳା ଟାଇ ସହ କଳା କୋଟ୍‌ ପିନ୍ଧି ଆସିବାକୁ ବାଧ୍ୟତାମୂଳକ। ଏହାଛଡା କୋର୍ଟରେ କଳାରଙ୍ଗର ଗାଉନ୍‌ ପିନ୍ଧିବା ଦ୍ୱାରା ଅନୁଶାସନ ଆସିଥାଏ ଏବଂ ନ୍ୟାୟ ପ୍ରତି ବିଶ୍ୱାସ ଦୃଢ ହୋଇଥାଏ। କଳା ରଙ୍ଗକୁ ଶକ୍ତି, ଅଧିକାର ଏବଂ ଆତ୍ମବିଶ୍ୱାସର ପ୍ରତୀକ ବୋଲି କୁହାଯାଏ। ଅନ୍ୟ ଏକ କାରଣ ହେଉଛି କଳା ରଙ୍ଗ ଦୃଷ୍ଟିହୀନତାର ପ୍ରତୀକ। ତେଣୁ ଏହାକୁ ପିନ୍ଧି କୌଣସି ଓକିଲ ପକ୍ଷପାତିତା କରିନଥାନ୍ତି।