୨୫.୧୨.୨୦୧୮ ରାଶିଫଳ, ଏହି ରାଶିର ବ୍ୟକ୍ତିମାନେ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିନେବେ।

ମେଷ: ଆଜି ଆପଣଙ୍କ ସମ୍ମୁଖକୁ ନୂଆ ସୁଯୋଗ ଆସିବ। ଭାବିଥିବା ସବୁ କାମ ପୂରା ହୋଇଯିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। କ˚ପ୍ୟୁଟର ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ। ବୃଷ: ଆଜି କିଛି କାମ ଆପଣଙ୍କ ଇଚ୍ଛା ଅନୁସାରେ ହୋଇନପାରେ। ସ˚ପର୍କୀୟ ଓ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି। ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ମିଥୁନ: ସାରା
 
୨୫.୧୨.୨୦୧୮ ରାଶିଫଳ, ଏହି ରାଶିର ବ୍ୟକ୍ତିମାନେ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିନେବେ।

ମେଷ: ଆଜି ଆପଣଙ୍କ ସମ୍ମୁଖକୁ ନୂଆ ସୁଯୋଗ ଆସିବ। ଭାବିଥିବା ସବୁ କାମ ପୂରା ହୋଇଯିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। କ˚ପ୍ୟୁଟର ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ।

ବୃଷ: ଆଜି କିଛି କାମ ଆପଣଙ୍କ ଇଚ୍ଛା ଅନୁସାରେ ହୋଇନପାରେ। ସ˚ପର୍କୀୟ ଓ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି। ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ: ସାରା ଦିନ ନୂଆ ଊର୍ଜାରେ ଭରି ରହିବେ। ଭାଗୀଦାରଙ୍କ ସଙ୍ଗରେ ରହି କାମ କରିବା‌େର ସକ୍ଷମ ହେବେ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ।

କର୍କଟ: ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିନେବେ। ନୂଆ ପରି‌ ଯୋଜନାରେ କାମର ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

୨୫.୧୨.୨୦୧୮ ରାଶିଫଳ, ଏହି ରାଶିର ବ୍ୟକ୍ତିମାନେ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିନେବେ।

ସିଂହ : ଭାଇ-ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ସୌହାର୍ଦପୂର୍ଣ୍ଣ ରହିବ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଛୋଟ ଯାତ୍ରା କରିପାରନ୍ତି। ଭାଗ୍ୟବୃଦ୍ଧି ପାଇଁ ସୁଯୋଗ ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରିବେ। ପ୍ରିୟ ବ୍ୟକ୍ତିଙ୍କର ନିକଟତା ଆପଣଙ୍କୁ ଖୁସି ଦେବ। ଆର୍ଥିକ ଲାଭ ହେବ।

କନ୍ୟା : ନକାରାତ୍ମକ ବିଚାରରେ ମନ ଚିନ୍ତିତ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ, ପାଠପଢ଼ାରେ ମନ ଲାଗିବ।

ତୁଳା : ବର୍ତ୍ତମାନ ସମୟରେ ଆପଣ ଭଲ ଭାବରେ ଆର୍ଥିକ ଯୋଜନା ସମ୍ପୂର୍ଣ୍ଣ କରି ପାରିବେ। ଆପଣଙ୍କ କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତି ଶ୍ରେଷ୍ଠତମ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଫୂର୍ତ୍ତି ରହିବ।

ବିଚ୍ଛା : ମିତ୍ରମାନଙ୍କ ତରଫରୁ ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି, ଲାଭ ହେବ। ଆମୋଦ-ପ୍ରମୋଦରେ ଅର୍ଥ ଖର୍ଚ୍ଚ ହୋଇପାରେ। ଦାମ୍ପତ୍ୟଜୀବନ ଭଲ ରହିବ। କୋର୍ଟ-କଚେରୀ ମାମଲାରେ ସମ୍ଭାଳିକରି କାର୍ଯ୍ୟ କରିବାକୁ ଉଚିତ ରହିବ।

ଧନୁ: ବଡ଼ ଅଧିକାରୀଙ୍କର ସହଯୋଗ ମିଳିବ। କାମ ଲାଗି ରାଜ୍ୟ ବାହାରକୁ ଯିବାକୁ ପଡ଼ିପାରେ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ।

ମକର: ଆପଣଙ୍କର ଚଞ୍ଚଳ ସ୍ବଭାବ ଲାଗି ଅଶାନ୍ତି ହୋଇପାରନ୍ତି। କାହାରି ସହିତ କଥାବାର୍ତ୍ତା କରିବା ସମୟରେ ଭାବିଚିନ୍ତି କୁହନ୍ତୁ। ସରକାରୀ କାମରେ ବାଧା ଆସିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ମଜଭୁତ ହେବ।

କୁମ୍ଭ : କାମ କରିବାରେ ଉତ୍ସାହର ଅଭାବ ହୋଇପାରେ। ଅଫିସ୍ ରେ ପଦାଧିକାରିମାନଙ୍କଠାରୁ ଦୂରତା ରଖନ୍ତୁ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ତର୍କରେ ଆସିବା ଆଜି ଉଚିତ ନୁହେଁ। ମଉଜ-ସଉକ ପଛରେ ବିଶେଷ ଧନ ଖର୍ଚ୍ଚ ହୋଇପାରେ।

ମୀନ : ଆକସ୍ମିକ ଧନ ଲାଭର ଯୋଗ ଅଛି। ବ୍ୟାପାରୀବର୍ଗଙ୍କୁ ରୋକିଯାଇଥିବା ଅର୍ଥ ମିଳିବ। ଆଜି ଆପଣଙ୍କୁ ଶାରୀରିକ ଏବଂ ମାନସିକ ରୂପରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ମାମଲାରେ ଧ୍ୟାନ ରଖିବାକୁ ଉପଦେଶ। ମନ ନିୟନ୍ତ୍ରିତ ରଖିବେ।