୦୫.୦୧.୨୦୧୯ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହେବାର ସମ୍ଭାବନା ଅଛି।

ମେଷ: ଆପଣଙ୍କ ଧ୍ୟାନ ପରିବାର ଓ ପଇସା ଦିଗରେ ଲାଗି ରହିବ। ଅଫିସରେ କୌଣସି ପୁରସ୍କାର ବା ପ୍ରଶ˚ସା ମିଳିପାରେ। ବ୍ୟବସାୟରୁ ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ। ସନ୍ଧ୍ୟାରେ ପରିବାର ସହିତ ହସଖୁସିରେ ସମୟ କଟିବ। ବୃଷ: ଦେବୀମାତାଙ୍କ ଧ୍ୟାନରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟବସାୟରେ ପରିଧି ବଢ଼ିବ। ଲକ୍ଷ୍ମୀଙ୍କର ଆଗମନ ହେବ। ଅଫିସରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ମିଥୁନ: ଧ୍ୟାନ ଓ ଯୋଗ
 
୦୫.୦୧.୨୦୧୯ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହେବାର ସମ୍ଭାବନା ଅଛି।

ମେଷ: ଆପଣଙ୍କ ଧ୍ୟାନ ପରିବାର ଓ ପଇସା ଦିଗରେ ଲାଗି ରହିବ। ଅଫିସରେ କୌଣସି ପୁରସ୍କାର ବା ପ୍ରଶ˚ସା ମିଳିପାରେ। ବ୍ୟବସାୟରୁ ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ। ସନ୍ଧ୍ୟାରେ ପରିବାର ସହିତ ହସଖୁସିରେ ସମୟ କଟିବ।

ବୃଷ: ଦେବୀମାତାଙ୍କ ଧ୍ୟାନରେ ମନ‌ରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟବସାୟରେ ପରିଧି ବଢ଼ିବ। ଲକ୍ଷ୍ମୀଙ୍କର ଆଗମନ ହେବ। ଅଫିସରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।

ମିଥୁନ: ଧ୍ୟାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣ ନିଜ ଲକ୍ଷ୍ୟ ହାସଲ ପାଇଁ ଠୋସ୍‌ ଯୋଜନା କରିବେ। ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ।

କର୍କଟ: କୌଣସି କାମ ପୂରା କରିବାରେ ବ୍ୟସ୍ତ ହୁଅନ୍ତୁନାହିଁ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ, ଫାଇଦା ହେବ। ଯୁବତୀମାନେ ନିଜର ପ୍ରିୟବନ୍ଧୁଙ୍କ ସହିତ ଗପସପରେ ସମୟ ବିତେଇବେ।

୦୫.୦୧.୨୦୧୯ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହେବାର ସମ୍ଭାବନା ଅଛି।

ସିଂହ : ଆଜି ଆପଣଙ୍କୁ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ସ୍ୱାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହେବାର ସମ୍ଭାବନା ଅଛି। ବିଚାର ଉପରେ ନିୟନ୍ତ୍ରଣ ରଖିବେ ଏବଂ ଭୁଲ କରନ୍ତୁନାହିଁ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ।

କନ୍ୟା : ଜଗନ୍ନାଥଙ୍କର କୃପାରେ ଦାମ୍ପତ୍ୟଜୀବନ ସୁଖଦ କ୍ଷଣର ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଆପଣ ପ୍ରତିଷ୍ଠା ପ୍ରାପ୍ତ କରିବେ। ମନୋରଞ୍ଜନ ପାଇଁ ସମୟ ବାହାର କରି ପାରିବେ। ବସ୍ତ୍ର, ଗହଣା ଏବଂ ବାହନର କ୍ରୟ କରିବାର ଯୋଗ ଅଛି।

ତୁଳା : ଆଜି ସ୍ଵାସ୍ଥ୍ୟ ଭଲ ରହିବ ଏବଂ ରୋଗାକ୍ରନ୍ତ ବ୍ୟକ୍ତିଙ୍କର ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ହେବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ। କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବାରେ ଉତ୍ସାହ ବଢ଼ିବ। ଚାକିରିରେ ଲାଭଦାୟକ ସମାଚାର ମିଳିବ ଏବଂ ସହକର୍ମିମାନଙ୍କର ସାଥି ମିଳିବ।

ବିଚ୍ଛା : ଆଜି ଯାତ୍ରାର ଆୟୋଜନ ନ କରିବାକୁ ଉପଦେଶ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ସନ୍ତାନ ସମ୍ବନ୍ଧିତ ସମସ୍ୟା ଆସିପାରେ। ସ୍ଵାଭିମାନ ଭଙ୍ଗ ନ ହେଉ ଏହାର ଧ୍ୟାନ ରଖିବେ। ଅବଶ୍ୟ ବିତ୍ତୀୟ ଆୟୋଜନ ପାଇଁ ସମୟ ଭଲ ଅଛି।

ଧନୁ: ସାରାଦିନ ଖୁସି ମନରେ ରହିବେ। ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ। ସ୍ଥଗିତ ଥିବା କାମ ପୂରା ହେବ। ନୂଆ ସ୍ରୋତରୁ ଧନଲାଭ ହୋଇପାରେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ମକର: ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ନୂଆ ବ୍ୟବସାୟ ଲାଗି ଯୋଜନା କରିବେ। ଚାକିରି ସମ୍ବନ୍ଧୀୟ କୌଣସି ଭଲ ଖବର ମିଳିପାରେ। ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦମୟ ରହିବ।

କୁମ୍ଭ : ଆଜି ମାନସିକ ଅସୁବିଧା ଆପଣଙ୍କୁ ହୋଇପାରେ। ଦ୍ୱନ୍ଦ୍ୱତା ନିଜ ଉପରେ ହାବୀ ହେବାକୁ ଦିଅନ୍ତୁ ନାହିଁ ଏବଂ ମନକୁ ଶାନ୍ତ ରଖିକରି ହିଁ କୌଣସି ନିର୍ଣ୍ଣୟ ନିଅନ୍ତୁ। ଭଲ ହେବ କି ଆଜି ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚର ଯୋଗ ଅଛି। ସ୍ଵାସ୍ଥ୍ୟ କିଛି ଖରାପ ରହିପାରେ।

ମୀନ : ଆନନ୍ଦ-ଉତ୍ସାହ ଏବଂ ହୃଦୟ ପ୍ରସନ୍ନତାରେ ଭରପୂର ରହିବ। ନୂଆ କାର୍ଯ୍ୟ ହାତକୁ ନେବେ। ସେଥିରେ ସଫଳତା ମିଳିବ। ଧାର୍ମିକ ତଥା ମାଙ୍ଗଳିକ ପ୍ରସଙ୍ଗର ଯୋଗ ଅଛି। କୌଣସି ନିର୍ଣ୍ଣୟ ନେବାରେ ଦ୍ୱନ୍ଦ୍ୱତା ଅନୁଭବ କରିପାରନ୍ତି। ଭଲ ହେବ ଆଜି ନିର୍ଣ୍ଣୟ ନ ନେଇ ପରେ ନେବେ।