ଏହିସବୁ ରାଶିର ଲୋକମାନେ କହିଥାନ୍ତି ଅଧିକ ମିଛକଥା

ରାଶି ନକ୍ଷତ୍ରର ପ୍ରଭାବ ଆମ ଜୀବନରେ ପଡିଥାଏ। ରାଶିରେ ଗ୍ରହ ନକ୍ଷତ୍ର ଭଲ ଚାଲୁଥିଲେ ଆମ ଜୀବନ ଠିକ ଚାଲେ ହେଲେ ଏମାନଙ୍କ ଖରାପ ପ୍ରଭାବ ଆମ ଜୀବନରେ ଅନେକ କ୍ଷତି କରିଥାଏ। ଜହିକିଛି ରାଶିର ଲୋକମାନେ ମିଛ କହିବାକୁ ପସନ୍ଦ କରିଥାନ୍ତି। କେତେକ ଲୋକ କୌଣସି କଥାକୁ ଲୁଚାଇବା ପାଇଁ ମିଛ କହିଥାନ୍ତି। ପରେ ଗୋଟିଏ ମିଛକୁ ଲୁଚାଇବା ଲାଗି କହିବାକୁ ପଡ଼ିଥାଏ ଅନେକ ମିଛ। ତେବେ ଜ୍ୟୋତିଷ ଶାସ୍ତ୍ରରେ କେଉଁ ରାଶିର ଲୋକେ ମିଛ
 
ଏହିସବୁ ରାଶିର ଲୋକମାନେ କହିଥାନ୍ତି ଅଧିକ ମିଛକଥା

ରାଶି ନକ୍ଷତ୍ରର ପ୍ରଭାବ ଆମ ଜୀବନରେ ପଡିଥାଏ। ରାଶିରେ ଗ୍ରହ ନକ୍ଷତ୍ର ଭଲ ଚାଲୁଥିଲେ ଆମ ଜୀବନ ଠିକ ଚାଲେ ହେଲେ ଏମାନଙ୍କ ଖରାପ ପ୍ରଭାବ ଆମ ଜୀବନରେ ଅନେକ କ୍ଷତି କରିଥାଏ। ଜହିକିଛି ରାଶିର ଲୋକମାନେ ମିଛ କହିବାକୁ ପସନ୍ଦ କରିଥାନ୍ତି। କେତେକ ଲୋକ କୌଣସି କଥାକୁ ଲୁଚାଇବା ପାଇଁ ମିଛ କହିଥାନ୍ତି। ପରେ ଗୋଟିଏ ମିଛକୁ ଲୁଚାଇବା ଲାଗି କହିବାକୁ ପଡ଼ିଥାଏ ଅନେକ ମିଛ।

ଏହିସବୁ ରାଶିର ଲୋକମାନେ କହିଥାନ୍ତି ଅଧିକ ମିଛକଥା

ତେବେ ଜ୍ୟୋତିଷ ଶାସ୍ତ୍ରରେ କେଉଁ ରାଶିର ଲୋକେ ମିଛ କହିବାରେ ମାହିର୍‌ ତାହା ଉଲ୍ଲେଖ କରାଯାଇଛି। ବୃଷ ରାଶି ବ୍ୟକ୍ତି  ନିଜର ଫାଇଦା ପାଇଁ ମିଛ କହିଥାନ୍ତି। ସେମାନେ ସବୁବେଳେ ନିଜର ଫାଇଦାକୁ ହିଁ ଦେଖିଥାନ୍ତି। ସେହିପରି ମିଥୁନ ରାଶିର ବ୍ୟକ୍ତି ନିଜକୁ ଅନ୍ୟମାନଙ୍କ ଆଗରେ ବଡ଼ କରି ଦେଖାଇବା ଲାଗି ଗୋଟିଏ ପରେ ଗୋଟିଏ ଅନେକ ମିଛ କହିଥାନ୍ତି। ସିଂହରାଶି ବ୍ୟକ୍ତି ଅନ୍ୟମାନଙ୍କ ଉପରେ ନିଜର ଶାସନ ଚଳାଇବା ଲାଗି ତଥା ଅନ୍ୟଙ୍କୁ ଆକର୍ଷିତ କରିବାକୁ ମିଛ କହିଥାନ୍ତି।

ଏହିସବୁ ରାଶିର ଲୋକମାନେ କହିଥାନ୍ତି ଅଧିକ ମିଛକଥା

ତୁଳା ରାଶି ବ୍ୟକ୍ତି ସ୍ବଭାବତଃ ଅଧିକ ମିଛ କହିଥାନ୍ତି। ତାଙ୍କ ମିଛ କେବେ ମଧ୍ୟ ଧରା ପଡ଼ି ନ ଥାଏ। ସେହିପରି ବିଛା ରାଶିର ବ୍ୟକ୍ତି ପ୍ରତି କଥାରେ ମିଛ କହିଥାନ୍ତି। ସେମାନେ ଯେତେବେଳେ ସତ କୁହନ୍ତି ତାହା ମଧ୍ୟ ମିଛ ଭଳି ଲାଗେ। କୁମ୍ଭ ରାଶି ବ୍ୟକ୍ତି ବ୍ୟଙ୍ଗାତ୍ମକ ଶୈଳୀର ହୋଇଥାନ୍ତି। ସେ ଅନ୍ୟଙ୍କୁ ଆକର୍ଷିତ କରିବା ଲାଗି ଥଟ୍ଟାରେ ମିଛ କହିଥାନ୍ତି। ତେବେ ସେମାନେ ଅନ୍ୟମାନଙ୍କ ବିଶ୍ୱାସକୁ କେବେ ଭାଙ୍ଗି ନ ଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।