୧୬.୦୧.୨୦୧୯ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ।

ମେଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ପୁରୁଣା ଚିନ୍ତା ସମାପ୍ତ ହେବ। ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ନୂଆ ଗାଡ଼ି କିଣିବା ଲାଗି ମନ ବଳିବ। ବୈବାହିକ ସଂପର୍କ ମଜଭୁତ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ବୃଷ: ବାପାମାଆଙ୍କ ସହଯୋଗରେ ସ୍ଥିତି ଅନୁକୂଳ ହେବ। ବ୍ୟବସାୟରେ ଫାଇଦା ପାଇଁ ଲୋକ ମିଳିବେ। ନୂଆ ଚାକିରିର ସୁଯୋଗ ମିଳିପାରେ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ମିଥୁନ: ମନରେ ଧାର୍ମିକ କାର୍ଯ୍ୟ
 
୧୬.୦୧.୨୦୧୯ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ।

ମେଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ପୁରୁଣା ଚିନ୍ତା ସମାପ୍ତ ହେବ। ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ନୂଆ ଗାଡ଼ି କିଣିବା ଲାଗି ମନ ବଳିବ। ବୈବାହିକ ସଂପର୍କ ମଜଭୁତ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ବୃଷ: ବାପାମାଆଙ୍କ ସହଯୋଗରେ ସ୍ଥିତି ଅନୁକୂଳ ହେବ। ବ୍ୟବସାୟରେ ଫାଇଦା ପାଇଁ ଲୋକ ମିଳିବେ। ନୂଆ ଚାକିରିର ସୁଯୋଗ ମିଳିପାରେ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

ମିଥୁନ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ପ୍ରତିଷ୍ଠା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଲାଗିରହିଥିବା ଅସୁବିଧା ସମାପ୍ତ ହୋଇଯିବ। ବଜାରରେ ଅଟକିଥିବା ପଇସା ମିଳିପାରେ।

କର୍କଟ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଅଫିସରେ କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାର୍ଯ୍ୟ ପୂରା ହୋଇଯିବ। କାରବାରରେ ବଡ଼ ସଉଦା ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ।

୧୬.୦୧.୨୦୧୯ ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିମାନଙ୍କ ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ।

ସିଂହ : ଆଜି ବ୍ୟାପାରରେ ଲାଭ ଏବଂ ଆୟରେ ବୃଦ୍ଧି ହେବ। ଉତ୍ତମ ଭୋଜନ ପ୍ରାପ୍ତ ହେବ। ମିତ୍ରମାନଙ୍କ ସହିତ ରମଣୀୟ ସ୍ଥାନକୁ ଯାଇପାରନ୍ତି। ମହିଳା ମିତ୍ର ଆଜି ବିଶେଷ ସହାଯକ ହେବେ। କୌଣସି ଶୁଭ ପ୍ରସଙ୍ଗ ହୋଇପାରେ। ବୈବାହିକ ଜୀବନ ଉତ୍ତମ ରହିବ ତଥା ଜୀବନସାଥୀମାନଙ୍କ ସହଯୋଗ ମିଳିବ।

କନ୍ୟା : ଆଜିର ଦିନ ଲାଭପ୍ରଦ ରହିବ। ଉଚ୍ଚ ପଦାଧିକାରିମାନଙ୍କ କୃପାଦୃଷ୍ଟି ରହିବ, ଏହାଫଳରେ ପ୍ରମୋଶନ ହେବାର ସୁଯୋଗ ମିଳିବ। ପିତାଙ୍କର ତରଫରୁ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ବାତାବରଣରେ ଖୁସି ରହିବ।

ତୁଳା : ଆଜି ଆପଣ ନୂଆ କାମ ପ୍ରାରମ୍ଭ କରିବା ପାଇଁ ଚେଷ୍ଟା କରିବେ। ତୀର୍ଥ ଯାତ୍ରା କରିବାପାଇଁ ସୁଯୋଗ ମିଳିବ। ବିଦେଶରେ ରହୁଥିବା ମିତ୍ରମାନଙ୍କ ଏବଂ ବନ୍ଧୁମାନଙ୍କର ଭଲ ସମାଚାର ପ୍ରାପ୍ତ ହେବ ଯାହାଫଳରେ ଅଧିକ ପ୍ରସନ୍ନତା ଅନୁଭବ କରିବେ। ଆଜି କୌଣସି ଚର୍ଚ୍ଚା କିମ୍ବା ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

ବିଚ୍ଛା : ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। କଫ, ଶ୍ୱାସ କିମ୍ବା ପେଟର ଯନ୍ତ୍ରଣାରେ ଅସୁବିଧା ହୋଇପାରେ। ଆଜି ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥ ରହିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ଜଳକ୍ଷେତ୍ର ନିକଟରେ ସଜାଗ ରୁହନ୍ତୁ।

ଧନୁ: ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ମିତ୍ରଙ୍କ ସହିତ ସମୟ ଭଲରେ କଟିବ। ନୂଆ ବ୍ୟବସାୟରେ ନିବେଶ କରିପାରନ୍ତି। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି।

ମକର: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯାହା ବି କାମ କରିବେ ସଫଳତା ମିଳିବ। ଔଷଧ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ। ମହିଳାମାନେ ପ୍ରେମ ପାଇବାର ଦିନଟିଏ।

କୁମ୍ଭ : ବାଣୀ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ। ଯାତ୍ରାରେ ଅସୁବିଧା ହୋଇପାରେ। ମନ ଅଶାନ୍ତ ହୋଇପାରେ। ମଧ୍ୟାହ୍ନ ପରେ ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ। ଉଚ୍ଚ ଅଧିକାରୀମାନଙ୍କ ଦ୍ୱାରା ଆପଣଙ୍କ ସହିତ କରାଯାଇଥିବା ବ୍ୟବହାରରେ ଦୁଖ ପହଁଚିପାରେ।

ମୀନ : ବନ୍ଧୁ ତଥା ମିତ୍ରମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ଅନେକ ଅସୁବିଧା ତଥା ବିରୋଧ ପରିସ୍ଥିତିର କାରଣରୁ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରଭାବିତ ହୋଇପାରେ। କୌଣସି କାଗଜପତ୍ରରେ ସାବଧାନ ରହିବେ।