5star ହୋଟେଲ୍‌ରେ ଖାଇ ଟଙ୍କା ନ ଦେଇ ଫେରାର ହେଇଯାଉଥିଲେ ବାପପୁଅ ତାପରେ ଘଟିଲା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇର ଏକ ହୋଟେଲରେ ଦାମିକିଆ ଖାଦ୍ୟ ଖାଇ ଫେରାର ହେଇ ଯାଉଥିଲେ ଏହି ବାପ ପୁଅ। ଗତ ଶନିବାର ଏ ଦୁହେଁ ହୋଟେଲ୍ ଭିଭାନ୍ତ ପ୍ରେସିଡେଣ୍ଟକୁ ଖାଇବାକୁ ଯାଇଥିବା ବେଳେ ଫସି ଯାଇଥିଲେ। ହୋଟେଲ୍ର କର୍ମଚାରୀ ଠିକ୍ ସମୟରେ ପୁଲିସ୍କୁ ଖବର ଦେବାରୁ ଏ ଦୁହେଁ ଜାଲରେ ପଡ଼ିଯାଇଥିଲେ। ପୁଲିସ୍ କହିବା ମୁତାବକ ଏ ବାପ-ପୁଅଙ୍କ ପାଖରେ ବିଲ୍ ପଇଠ କରିବା ପାଇଁ ଟଙ୍କା ନଥିଲା। ଭିଭାନ୍ତ ହୋଟେଲ୍ରେ ଏ ବାପ-ପୁଅ ଖାଇ ସାରିବା ପରେ ଜଣେ
 
5star ହୋଟେଲ୍‌ରେ ଖାଇ ଟଙ୍କା ନ ଦେଇ ଫେରାର ହେଇଯାଉଥିଲେ ବାପପୁଅ ତାପରେ ଘଟିଲା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇର ଏକ ହୋଟେଲରେ ଦାମିକିଆ ଖାଦ୍ୟ ଖାଇ ଫେରାର ହେଇ ଯାଉଥିଲେ ଏହି ବାପ ପୁଅ। ଗତ ଶନିବାର ଏ ଦୁହେଁ ହୋଟେଲ୍ ଭିଭାନ୍ତ ପ୍ରେସିଡେଣ୍ଟକୁ ଖାଇବାକୁ ଯାଇଥିବା ବେଳେ ଫସି ଯାଇଥିଲେ। ହୋଟେଲ୍‌ର କର୍ମଚାରୀ ଠିକ୍ ସମୟରେ ପୁଲିସ୍‌କୁ ଖବର ଦେବାରୁ ଏ ଦୁହେଁ ଜାଲରେ ପଡ଼ିଯାଇଥିଲେ। ପୁଲିସ୍ କହିବା ମୁତାବକ ଏ ବାପ-ପୁଅଙ୍କ ପାଖରେ ବିଲ୍‌ ପଇଠ କରିବା ପାଇଁ ଟଙ୍କା ନଥିଲା।

5star ହୋଟେଲ୍‌ରେ ଖାଇ ଟଙ୍କା ନ ଦେଇ ଫେରାର ହେଇଯାଉଥିଲେ ବାପପୁଅ ତାପରେ ଘଟିଲା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଭିଭାନ୍ତ ହୋଟେଲ୍‌ରେ ଏ ବାପ-ପୁଅ ଖାଇ ସାରିବା ପରେ ଜଣେ କର୍ମଚାରୀ ବିନମ୍ରତା ପୂର୍ବକ ସେମାନଙ୍କୁ ବିଲ୍ ପଇଠ କରିବା ପାଇଁ କହିଥିଲେ। କିନ୍ତୁ ଏ ଦୁହେଁ ବିଭିନ୍ନ ପ୍ରକାର ବାହାନା କରିବାରେ ଲାଗିଲେ। ସନ୍ଦେହ ହେବାରୁ ହୋଟେଲ୍ କର୍ମଚାରୀ ପୁଲିସ୍‌କୁ ସୂଚନା ଦେଇଥିଲେ। ତାଜ୍ ହୋଟେଲ୍ସ ପକ୍ଷରୁ ମଧ୍ୟ ଏ ଦୁହିଁଙ୍କ ନାଁରେ ଅଭିଯୋଗ କରାଯାଇଥିଲା। ତେଣୁ ପୁଲିସ୍ ଉଭୟଙ୍କୁ ଗିରଫ କରିଛି। ଏ ଦୁଇ ଅଭିଯୁକ୍ତ ହେଲେ ମୁହାସ ନାରଲେକର (୫୭) ଓ ସ୍ୱପ୍‌ନୀଲ (୩୨)। ଏମାନେ କାନ୍ଦୀୱଲୀରେ ରହନ୍ତି।

5star ହୋଟେଲ୍‌ରେ ଖାଇ ଟଙ୍କା ନ ଦେଇ ଫେରାର ହେଇଯାଉଥିଲେ ବାପପୁଅ ତାପରେ ଘଟିଲା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଖବର ଅନୁସାରେ ଗତ ଶନିବାର ଏ ଦୁଇ ଜଣ ଭିଭାନ୍ତ ହୋଟେଲ୍‌ରେ ୮,୮୩୧ ଟଙ୍କାର ଖାଦ୍ୟ ଖାଇଥିଲେ। ଏ ବାପ-ପୁଅ ପ୍ରଥମେ ହୋଟେଲ୍‌ରେ ବୁକିଂ କରୁଥିଲେ। ତା’ପରେ ଫୋନ୍ କରି କାର୍ ପଠାଇବାକୁ ହୋଟେଲ୍‌ କର୍ତ୍ତୃପକ୍ଷଙ୍କୁ କହୁଥିଲେ। ହୋଟେଲ୍‌ରେ ଚେକ୍ ଇନ୍ କରିବା ପୂର୍ବରୁ ରେଷ୍ଟୁରାଣ୍ଟ ଯାଇ ଖାଉଥିଲେ। ଖାଇ ସାରିବା ପରେ ବିଲ୍ ପଇଠ ନ କରି କୌଶଳକ୍ରମେ ଖସି ଯାଉଥିଲେ। ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ ମୁହାସ ଓ ତାଙ୍କ ପୁଅ ସ୍ୱପନୀଲ କୋଲାବା ସ୍ଥିତ ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍‌କୁ ୩୨ ହଜାର ଟଙ୍କାର ଚୂନା ଲଗାଇଥିଲେ। ପୁଲିସ୍ ଏବେ ଏ ଦୁଇ ଜଣଙ୍କ ଅପରାଧିକ ଇତିହାସର ଖୋଳତାଡ଼ କରୁଛି। ସନ୍ଦେହ କରାଯାଉଛି ଏ ଦୁହେଁ ଅନ୍ୟ ହୋଟେଲ୍‌ରେ ବି ଏମିତି ଠକେଇ କରିଥିବେ।