ଧୋନୀଙ୍କ ଧୁଆଁଦାର୍ ପାଳି ଦେଖି ବିରାଟ କୋହଲୀ ଆଶ୍ଚର୍ଯ୍ୟ, ଧୋନୀଙ୍କ ସମ୍ପର୍କରେ ଏଭଳି କହିଦେଲେ ବିରାଟ୍

ଉଭୟ ବ୍ୟାଟିଂ ଓ କିପିଂରେ ଧୋନୀ ଚମକିଥିଲେ ଦ୍ୱିତୀୟ ଦିନିକିଆରେ। ପ୍ରଥମ ମ୍ୟାଚରେ ଧିମା ଖେଳି ସମାଲୋଚନା ସ୍ୱୀକାର ହୋଇଥିବା ଧୋନୀ ଦ୍ୱିତୀୟ ମ୍ୟାଚରେ ୫୫ ରନର ମ୍ୟାଚ ବିଜୟୀ ପାଳି ଖେଳି ସମସ୍ତଙ୍କ ମୁହଁ ଚୁପ୍ କରେଇ ଦେଲେ ଧୋନୀ। ଧୋନି ମ୍ୟାଚ୍ ବିଜୟୀ ଇନିଂସ ଖେଳିବା ସହ ଶେଷ ପର୍ଯ୍ୟନ୍ତ ୫୫ ରନ୍ କରି ନଟ୍ଆଉଟ୍ ରହିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲୀ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ଏହି
 
ଧୋନୀଙ୍କ ଧୁଆଁଦାର୍ ପାଳି ଦେଖି ବିରାଟ କୋହଲୀ ଆଶ୍ଚର୍ଯ୍ୟ, ଧୋନୀଙ୍କ ସମ୍ପର୍କରେ ଏଭଳି କହିଦେଲେ ବିରାଟ୍

ଉଭୟ ବ୍ୟାଟିଂ ଓ କିପିଂରେ ଧୋନୀ ଚମକିଥିଲେ ଦ୍ୱିତୀୟ ଦିନିକିଆରେ। ପ୍ରଥମ ମ୍ୟାଚରେ ଧିମା ଖେଳି ସମାଲୋଚନା ସ୍ୱୀକାର ହୋଇଥିବା ଧୋନୀ ଦ୍ୱିତୀୟ ମ୍ୟାଚରେ ୫୫ ରନର ମ୍ୟାଚ ବିଜୟୀ ପାଳି ଖେଳି ସମସ୍ତଙ୍କ ମୁହଁ ଚୁପ୍ କରେଇ ଦେଲେ ଧୋନୀ। ଧୋନି ମ୍ୟାଚ୍‌ ବିଜୟୀ ଇନିଂସ ଖେଳିବା ସହ ଶେଷ ପର୍ଯ୍ୟନ୍ତ ୫୫ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲୀ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।

ଧୋନୀଙ୍କ ଧୁଆଁଦାର୍ ପାଳି ଦେଖି ବିରାଟ କୋହଲୀ ଆଶ୍ଚର୍ଯ୍ୟ, ଧୋନୀଙ୍କ ସମ୍ପର୍କରେ ଏଭଳି କହିଦେଲେ ବିରାଟ୍

ଏହି ବିଜୟ ପରେ ବିରାଟ୍‌ ସାମ୍ବାଦିକ ସମ୍ମିଳନୀରେ ଧୋନିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଧୋନି ଇନିଂସ୍‌ରେ ଶେଷ ଆଡ଼କୁ ଯେଉଁ ଭଳି ଦକ୍ଷତା ଦେଖାଇ ବ୍ୟାଟିଂ କଲେ ତାହା ‘ସ୍ପେଶାଲ’ ବୋଲି ବିରାଟ୍‌ କହିଛନ୍ତି। ସେ କହିଛନ୍ତି, “ଆଜି ଏମ୍‌ଏସ୍‌(ଧୋନି)ଙ୍କ କ୍ଲାସିକ ମ୍ୟାଚ୍‌ ଥିଲା। ତାଙ୍କ ମୁଣ୍ଡରେ କ’ଣ ଚାଲିଥିଲା, ସେକଥା ସେ ହିଁ ଜାଣିଥିଲେ ଏବଂ ମ୍ୟାଚ୍‌କୁ ଠିକ୍‌ ଭାବେ କ୍ୟାଲକୁଲେଟ୍‌ କରିଥିଲେ। ସେ କେଉଁ ସମୟରେ ବଡ଼ ଶଟ୍‌ ଖେଳିବାକୁ ହେବ ସେକଥା ଜାଣିଥିଲେ ଏବଂ ବଡ଼ ଶଟ୍‌ ମଧ୍ୟ ମାରିଥିଲେ। କେବଳ ଧୋନି ନୁହନ୍ତି, ଡିକେ(ଦିନେଶ କାର୍ତ୍ତିକ)ଙ୍କୁ ମଧ୍ୟ ସଲାମ କରିବା ଦରକାର।

ଧୋନୀଙ୍କ ଧୁଆଁଦାର୍ ପାଳି ଦେଖି ବିରାଟ କୋହଲୀ ଆଶ୍ଚର୍ଯ୍ୟ, ଧୋନୀଙ୍କ ସମ୍ପର୍କରେ ଏଭଳି କହିଦେଲେ ବିରାଟ୍

ସେ ବ୍ୟାଟିଂ କରିବାକୁ ଯାଇ ଠିକ୍‌ ଦାୟିତ୍ୱ ନିର୍ବାହ କରିଥିଲେ। ଏମ୍‌ଏସ୍‌ ସର୍ବଦା ତାଙ୍କର ଦକ୍ଷତା ଦେଖାଇଥାଆନ୍ତି, କିନ୍ତୁ ଆଜି ସେ କିଛି ସ୍ୱତନ୍ତ୍ର ଦକ୍ଷତା ଦେଖାଇଛନ୍ତି।” ଧୋନିଙ୍କ ଅପରାଜିତ ୫୫ ଓ ଦୀନେଶ କାର୍ତ୍ତିକଙ୍କ ୧୪ ବଲ୍‌ରେ ବିସ୍ଫୋରକ ୨୫ ରନ୍‌ ଭାରତର ବିଜୟରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲା। ଉଭୟ ୫ମ ୱିକେଟ୍‌ ପାଇଁ ଅପରାଜିତ ୫୭ ରନ୍‌ର ଭାଗୀଦାରି କରିଥିଲେ।