ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହେବା ପରେ କାହା ସହ କଥା ହେଉନାହାନ୍ତି ପାଣ୍ଡ୍ୟା, ବପା କହିଲେ ପୁଅ ଯାହା କରିଛି…

ଟିଭି କାର୍ଯ୍ୟକ୍ରମ ‘କଫି ୱିଥ୍ କରନ୍’ରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ଟିମ୍ ଇଣ୍ଡିଆର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍.ରାହୁଲଙ୍କ ପାଇଁ ଚାଟ୍ ସୋ’କଫି ଉଇଥ୍ କରଣକୁ ଯିବା ମହଙ୍ଗା ପଡ଼ିଛି । ଦୁହେଁ ଏବେ ସୋ’କୁ ଯିବା ତାଙ୍କ ଜୀବନର ବଡ଼ ଭୁଲ ବୋଲି ଭାବୁଥିବା ବେଳେ ସେମାନେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜାରି ରହିଛି । ଦୁହିଁଙ୍କୁ ଏବେ ଖେଳରୁ ବାସନ୍ଦ କରାଯାଇଥିବା ବେଳେ ସେମାନେ ଘରକୁ
 
ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହେବା ପରେ କାହା ସହ କଥା ହେଉନାହାନ୍ତି ପାଣ୍ଡ୍ୟା, ବପା କହିଲେ ପୁଅ ଯାହା କରିଛି…

ଟିଭି କାର୍ଯ୍ୟକ୍ରମ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ଟିମ୍‌ ଇଣ୍ଡିଆର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍‌.ରାହୁଲଙ୍କ ପାଇଁ ଚାଟ୍‌ ସୋ’କଫି ଉଇଥ୍‌ କରଣକୁ ଯିବା ମହଙ୍ଗା ପଡ଼ିଛି । ଦୁହେଁ ଏବେ ସୋ’କୁ ଯିବା ତାଙ୍କ ଜୀବନର ବଡ଼ ଭୁଲ ବୋଲି ଭାବୁଥିବା ବେଳେ ସେମାନେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜାରି ରହିଛି । ଦୁହିଁଙ୍କୁ ଏବେ ଖେଳରୁ ବାସନ୍ଦ କରାଯାଇଥିବା ବେଳେ ସେମାନେ ଘରକୁ ବାହାରୁ ନଥିବା ଜଣାପଡ଼ିଛି । ହାର୍ଦ୍ଦିକଙ୍କ ବାପା ଏ ନେଇ ଖୁଲାସା କରିଛନ୍ତି-

ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହେବା ପରେ କାହା ସହ କଥା ହେଉନାହାନ୍ତି ପାଣ୍ଡ୍ୟା, ବପା କହିଲେ ପୁଅ ଯାହା କରିଛି…

ତେବେ ଅଷ୍ଟ୍ରେଲିଆରୁ ଫେରିବା ପରେ ପାଣ୍ଡ୍ୟା ସଂପୂର୍ଣ୍ଣ ରୂପେ ବଦଳି ଯାଇଛନ୍ତି। ସେ ଆଦୌ କାହା ସହ କଥା ହେଉନାହାନ୍ତି କି କାହା ଫୋନ ମଧ୍ୟ ଉଠାଉ ନାହାନ୍ତି। ଏପରି କି ଘର ବାହାରକୁ ପାଦ କାଢ଼ୁ ନାହାନ୍ତି। ସବୁବେଳେ ଘର ମଧ୍ୟରେ ନିଜକୁ ବନ୍ଦ କରି ଭୁଲ ପାଇଁ ଅନୁତାପ କରୁଛନ୍ତି ବୋଲି ତାଙ୍କ ବାପା କହିଛନ୍ତି।ପାଣ୍ଡ୍ୟାଙ୍କ ବାପା ହିମାଂଶୁ କହିଛନ୍ତି, “ଅଷ୍ଟ୍ରେଲିଆରୁ ଫେରିବା ପରେ ସେ(ହାର୍ଦ୍ଦିକ) ଘରୁ ବାହାରକୁ ପାଦ କାଢ଼ିନାହିଁ।

ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହେବା ପରେ କାହା ସହ କଥା ହେଉନାହାନ୍ତି ପାଣ୍ଡ୍ୟା, ବପା କହିଲେ ପୁଅ ଯାହା କରିଛି…

ଏପରି କି ମକର ସଂକ୍ରାନ୍ତି ମଧ୍ୟ ପାଳନ କରିନାହିଁ। ସେ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଟିଭିରେ ଦେଖିଲା। ସେ ଘର ମଧ୍ୟରେ ଥିଲେ ମଧ୍ୟ କାହା ସହ କଥା ହେଉନାହିଁ କି କେହି ଫୋନ କଲେ, ତା’କୁ ମଧ୍ୟ ଉଠାଉ ନାହିଁ। ସେ କେବଳ ଏବେ ବିଶ୍ରାମ ନେଉଛି। ଗୁଜରାଟରେ ମକର ସଂକ୍ରାନ୍ତ ଧୂମଧାମରେ ପାଳନ ହୁଏ। ହେଲେ ହାର୍ଦ୍ଦିକ ଏହି ଉତ୍ସବରେ ଭାଗ ନେଇନାହିଁ କି ଗୁଡ଼ି ମଧ୍ୟ ଉଡ଼ାଇ ନାହିଁ। ସେ ଗୁଡ଼ି ଉଡ଼ାଇବାକୁ ବହୁତ ଭଲ ପାଏ। କିନ୍ତୁ କ୍ରିକେଟ ପାଇଁ କିଛି ବର୍ଷ ହେଲା ଗୁଡ଼ି ଉଡ଼ାଇବାକୁ ସମୟ ପାଇନଥିଲା। ଏଥର ଘରେ ଥିଲେ ମଧ୍ୟ ସେ ଗୁଡ଼ି ଉଡ଼ାଇ ନାହିଁ। ତା’ ମନ ଭଲ ନଥିବାରୁ ସେ କୌଣସି ପ୍ରକାରର ଉତ୍ସବ ମନାଇ ନାହିଁ। ସେ ଟିଭି ଶୋ’ରେ ଯେଉଁଭଳି କଥା କହିଥିଲା, ସେଥିପାଇଁ ସେ ଅନୁତପ୍ତ। ସେ ଏଭଳି ଭୁଲ କରିବ ନାହିଁ ବୋଲି ପ୍ରତିଜ୍ଞା କରିଛି।”