୧୫ ଫେବୃଆରୀ ୨୦୧୯ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ମୃଗଶିରା ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିବେ। ବୃଷ: ବିଭିନ୍ନ ପ୍ରକାରର ସମସ୍ୟା ରହିଥିଲେ ମଧ୍ୟ ଚନ୍ଦ୍ରବଳ ପ୍ରଭାବରୁ କୌଣସି କାମରେ ପଛକୁ ଫେରିବେ ନାହିଁ। ଶିଳ୍ପ,
 
୧୫ ଫେବୃଆରୀ ୨୦୧୯ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ମୃଗଶିରା ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିବେ।

ବୃଷ: ବିଭିନ୍ନ ପ୍ରକାରର ସମସ୍ୟା ରହିଥିଲେ ମଧ୍ୟ ଚନ୍ଦ୍ରବଳ ପ୍ରଭାବରୁ କୌଣସି କାମରେ ପଛକୁ ଫେରିବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ ଏବଂ ଲାଭବାନ୍‌ ମଧ୍ୟ ହେବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ପରିବହନରେ ସାଧାରଣ କଥାରେ ଝଗଡ଼ା କିମ୍ବା ତଜ୍ଜନିତ ସମସ୍ୟାର ଆଶଙ୍କା ରହିଛି।

ମିଥୁନ: ସ୍ବଗୃହୀ ମଙ୍ଗଳଙ୍କ ସମ୍ମୁଖଭାଗସ୍ଥ ଚନ୍ଦ୍ର ସମ୍ପର୍କୀୟଙ୍କ ବିରୋଧ ମଧ୍ୟରେ ଅଭିଳଷିତ ଅର୍ଥ ଓ କାର୍ଯ୍ୟ ହାସଲ କରିବେ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାରରେ କଳହ ଲାଗିପାରେ। ରାଜନୀତି କ୍ଷେତ୍ରରେ ସମର୍ଥକମାନଙ୍କ ଶୁଭକାମନାରୁ ଲକ୍ଷ୍ୟ ପୂରଣ ହୋଇପାରିବ।

କର୍କଟ: ଚନ୍ଦ୍ର କେନ୍ଦ୍ରରେ ଶୁକ୍ର ଓ ଶନି ଯୋଗୁ ଆକସ୍ମିକ ଯାତ୍ରା ସାଙ୍ଗକୁ ବନ୍ଧୁମିଳନରୁ ଖୁସି ରହିବେ। ହାତକୁ ନେଇଥିବା କାମଟିକୁ ସୁରୁଖୁରୁରେ କରି ପାରିବାରୁ ଟେନସନ୍‌ କିଛି ମାତ୍ରାରେ କମିଯିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କେହି ଜଣେ ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ସଭାସମିତିରେ ତର୍କ ବୃଦ୍ଧି ପାଇବାରୁ ଆଲୋଚନା ଅମୀମାଂସିତ ରହିପାରେ।

ସିଂହ: ଭାଗ୍ୟସ୍ଥାନରେ ରବି ଓ ବୁଧ ଚନ୍ଦ୍ରଙ୍କ ନବମସ୍ଥ ଯୋଗୁ ନିକଟସ୍ଥ ବ୍ୟକ୍ତି ବିଶେଷମାନଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ସମସ୍ୟାର ସରଳ ସମାଧାନ କରିବେ। ଆର୍ଥିକ ଦିଗରୁ ଉପକୃତ ହେବେ ଓ ସ୍ଥଗିତ କାମଗୁଡିକୁ ତ୍ୱରାନ୍ବିତ କରିବାରେ ସମର୍ଥ ହୋଇପାରନ୍ତି। ସାହିତ୍ୟ, ସାମ୍ବାଦିକତା, କ୍ରୀଡା, ଚଳଚ୍ଚିତ୍ର, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

କନ୍ୟା: ଚନ୍ଦ୍ରଙ୍କ ଶୁଭ ସଂସ୍ଥାନ ପ୍ରଭାବରୁ ଯାତ୍ରା, ନୂତନ କର୍ମାରମ୍ଭ, ବ୍ୟବସାୟିକ ସ୍ଥିତି ବିଶେଷ ଭଲ ରହିବ। ତଥାପି ଭୁଲ୍‌ ବୁଝାମଣା ହେତୁ ଆତ୍ମୀୟମାନଙ୍କ ଅସହଯୋଗ, ଅସମ୍ମାନ ପାଇ ଦୁଃଖର ମାତ୍ରାକୁ ବଢାଇଦେଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି।

ତୁଳା: କେତୁ ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି ପାରିବାରିକ କ୍ଷେତ୍ରରେ କିଛିଟା ଟେନ୍ସନ ସୃଷ୍ଟି କରିବ। ଆଜି ଆକସ୍ମିକ ଭାବରେ ରାସ୍ଥାରେ ଯିବା ସମୟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ। ଜଣେ ପଡୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ଧର୍ମକାର୍ଯ୍ୟ କିମ୍ବା ସାଂସ୍କୃତିକ କାର୍ଯ୍ୟ ସକାଶେ ସତ୍‌ସଙ୍ଗୀଙ୍କ ପ୍ରେରଣା ମିଳିପାରେ।

ବିଛା: ଆଜିର ଗ୍ରହସ୍ଥିତିର ସୁପ୍ରଭାବରେ କେତେକ ନୂତନ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ ଯଥା ସମୟରେ ସବୁ କାମଗୁଡିକ ସମ୍ପନ୍ନ ହେବାରୁ ମନ ଏକ ପ୍ରକାର ଖୁସି ହୋଇଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।

ଧନ: ବୃହସ୍ପତି ସହ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି ହେତୁ ମନ ଚାହୁଁଥିବା ପ୍ରକାରେ କେତେକ କାର୍ଯ୍ୟ ସମ୍ପନ୍ନ କରିପାରିବେ ନାହିଁ। ନିର୍ଦ୍ଦିଷ୍ଟ ସମୟରେ ଆଶା କରୁଥିବା ବନ୍ଧୁଙ୍କ ନିକଟରୁ ଅର୍ଥଲାଭ ଘଟିବ। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁମାନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।

ମକର: ମାନସିକ ଅସ୍ଥିରତା ଲାଗି ରହୁଥିବାରୁ କୌଣସି କାମରେ ମନ ଲାଗିବ ନାହିଁ। କୌଣସି ଜିନିଷ ପାଇବାକୁ କେନ୍ଦ୍ର କରି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।

କୁମ୍ଭ: ଆଜି ଆଶା କରୁଥିବା ବନ୍ଧୁଙ୍କ ନିକଟରୁ ଅର୍ଥ ପାଇବେ, ଏବଂ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ। ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ପରିସ୍ଥିତିକୁ ବଦଳାଇଦେଇପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ନ ରହିଲେ ମନସ୍ତାପ କରିବାକୁ ପଡିପାରେ।

ମୀନ: ଚନ୍ଦ୍ରଙ୍କ ପୃଷ୍ଠଦେଶସ୍ଥ ମଙ୍ଗଳ ମୁଖଭାବରେ ଅବସ୍ଥାନ କରିଥିବାରୁ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ ଏବଂ ସହଯୋଗ ନିରର୍ଥକ ମନେହେବ । ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।