‘ଯଦି ମୁଁ ମରିଯାଏ’ ଯବାନଙ୍କ ଭିତରର କୋହକୁ ନେଇ କବିତାରେ ଯବାନଙ୍କ ଚିଠିଟିଏ, ପଢିଲେ କାନ୍ଦି ପକାଇବେ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହା ପରେ ଯବାନଙ୍କ ଏକ କବିତା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ପଢିଲା କବିତାଟି। ମୁଁ ଯୁଦ୍ଧରେ ମରିଗଲେ ମୋ ଶବକୁ ମୋ ଗାଁ ମାଟିକୁ ପଠାଇଦେବ। ଆମ ଗାଁ ମଣାଣିରେ ମୋ ମା’ କୋଳରେ ଚିରନିଦ୍ରାରେ ଶୋଇଯିବାକୁ ଚାହେଁ ମୁଁ । ବୋଉକୁ ମୋର କହିଦେବ, ସେ ଯେମିତି ନ କାନ୍ଦେ। ତାକୁ ଖାଲି ଏତିକି କହିଦେବ ତା’ ପୁଅ
 
‘ଯଦି ମୁଁ ମରିଯାଏ’ ଯବାନଙ୍କ ଭିତରର କୋହକୁ ନେଇ କବିତାରେ ଯବାନଙ୍କ ଚିଠିଟିଏ, ପଢିଲେ କାନ୍ଦି ପକାଇବେ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହା ପରେ ଯବାନଙ୍କ ଏକ କବିତା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ପଢିଲା କବିତାଟି।

‘ଯଦି ମୁଁ ମରିଯାଏ’ ଯବାନଙ୍କ ଭିତରର କୋହକୁ ନେଇ କବିତାରେ ଯବାନଙ୍କ ଚିଠିଟିଏ, ପଢିଲେ କାନ୍ଦି ପକାଇବେ

ମୁଁ ଯୁଦ୍ଧରେ ମରିଗଲେ ମୋ ଶବକୁ ମୋ ଗାଁ ମାଟିକୁ ପଠାଇଦେବ। ଆମ ଗାଁ ମଣାଣିରେ ମୋ ମା’ କୋଳରେ ଚିରନିଦ୍ରାରେ ଶୋଇଯିବାକୁ ଚାହେଁ ମୁଁ । ବୋଉକୁ ମୋର କହିଦେବ, ସେ ଯେମିତି ନ କାନ୍ଦେ। ତାକୁ ଖାଲି ଏତିକି କହିଦେବ ତା’ ପୁଅ କର୍ଣ୍ଣ ଭଳି ଲଢିଛି। ମୋ ପାଇଁ ଜମା କାନ୍ଦିବନି। ବାପାଙ୍କୁ କହିବ ମୋର ବଦ୍‌ମାସି ସବୁ ପିଲାବେଳୁ ଏତେ ସହିଥିଲେ, ଏଣିକି ଆଉ ଅଭିଯୋଗ ମଉକା ଦେବିନି। ଯାହା ଦୁଷ୍ଟାମୀ କରିଥିଲି, ମୋ ପିଲାଳିଆମି ଭାବି ସେ ଭୁଲିଯିବେ।

‘ଯଦି ମୁଁ ମରିଯାଏ’ ଯବାନଙ୍କ ଭିତରର କୋହକୁ ନେଇ କବିତାରେ ଯବାନଙ୍କ ଚିଠିଟିଏ, ପଢିଲେ କାନ୍ଦି ପକାଇବେ

ତାଙ୍କୁ କହିଦେବ ମୁଁ ମରିନି, ମୁଁ ହାରିନି। ସାନ ଟୋକାର ମୋ ବାଇକ୍‌ ଉପରେ ଭାରି ଲୋଭ। ମୋ ବେଡ୍‌ରୁମ୍‌ ରାକେଟ୍‌ରେ ବାଇକ୍‌ ଚାବିଟା ଲୁଚେଇ ରଖିଥିଲି। ଆଉ ଲୁଚେଇ କିଛି ଲାଭ ନାହିଁ ସେ ବାଇକ୍‌ ଏବେଠୁ ତାର ହେଲା। ଭଉଣୀକି ମୋର କହିଦେବ ତା’ ଭାଇ ସୂର୍ଯ୍ୟାସ୍ତ ଯାଏଁ ସୁଖରେ ଶୋଇଯିବାକୁ ଚାହେଁ, ମତେ ଉଠାଇବନି।

‘ଯଦି ମୁଁ ମରିଯାଏ’ ଯବାନଙ୍କ ଭିତରର କୋହକୁ ନେଇ କବିତାରେ ଯବାନଙ୍କ ଚିଠିଟିଏ, ପଢିଲେ କାନ୍ଦି ପକାଇବେ

ଶେଷରେ ମୋ ମାଟି, ମୋ ଦେଶକୁ କହିବ, ମତେ ସେ ଢେର ଦେଇଛି। ମୁଁ ଚାହିଁବି ତାର ଋଣ ସୁଝି ପାରିବିନି। ସେଇଥିପାଇଁ ତ ମୁଁ ଯୋଦ୍ଧା, ମୁଁ ତା’ର ବୀର ପୁଅ, ଏ ମୃତ୍ୟୁ ମୋ ପାଇଁ ଉପହାର।

ଇତି, ସହିଦ୍‌