୧୮ ଫେବୃଆରୀ ୨୦୧୯ ସୋମବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜି ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ବହୁପୂରାତନ ବନ୍ଧୁସହ ଦେଖାହୋଇପାରେ ।ପାରିବାରିକ ଅସହଯୋଗରୁ ଚିନ୍ତିତ ରହିପାରନ୍ତି। ସମସ୍ୟା ସମାଧାନ କଥା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ବୃଷ: ଆଜି ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ସାଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। ଆଲୋଚନା ଅବସରରେ ଅପ୍ରିୟସତ୍ୟ କହିବାରୁ ଦୂରେଇରହିବା ଭଲ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ୟସ୍ତତା ବଢ଼ିପାରେ। ମିଥୁନ: ଆଜି
 
୧୮ ଫେବୃଆରୀ ୨୦୧୯ ସୋମବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜି ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ବହୁପୂରାତନ ବନ୍ଧୁସହ ଦେଖାହୋଇପାରେ ।ପାରିବାରିକ ଅସହଯୋଗରୁ ଚିନ୍ତିତ ରହିପାରନ୍ତି। ସମସ୍ୟା ସମାଧାନ କଥା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।

ବୃଷ: ଆଜି ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ସାଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। ଆଲୋଚନା ଅବସରରେ ଅପ୍ରିୟସତ୍ୟ କହିବାରୁ ଦୂରେଇରହିବା ଭଲ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ୟସ୍ତତା ବଢ଼ିପାରେ।

ମିଥୁନ: ଆଜି ସ୍ଥାନୀୟ ବନ୍ଧୁମାନଙ୍କ ସହ ଭ୍ରମଣ ସାଙ୍ଗକୁ ଆଜି ଦିନଟିରେ ହସ ଖୁସିରେ କରିବ। ଆପଣଙ୍କ କାର୍ଯ୍ୟଶୈଳୀର ପ୍ରଶଂସାକରି ମିତ୍ରମାନେ ପ୍ରଶଂସା ଗାଇବୁଲିବେ। ସାହିତ୍ୟ, କଳା ଓ ରଚନାତ୍ମକ କାର୍ଯ୍ୟରେ ପ୍ରସଂଶନୀୟ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି।

କର୍କଟ: ଆଜି ପରିବାରରେ କିଛିଟା ସମସ୍ୟା ଦେଖାଦେଲେ ମଧ୍ୟ ତାହା ଶିଘ୍ର ସମାଧାନ ହୋଇଜିବ। ବାରମ୍ବାର ପାଇବା ଜିନିଷର ଅନିଶ୍ଚିତତା ମନରେ ଗଭୀର ଆଲୋଡ଼ନ ସୃଷ୍ଟି କରିବ। ଅଜଣାବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ମନ ଅଶାନ୍ତି ରହିପାରେ।

ସିଂହ: ଆଜି କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କିନ୍ତୁ ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ଦୀର୍ଘଦିନରୁ ରହି ଆସିଥିବା ସମସ୍ୟା ସମାଧାନ ହୋଇଯିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ଭ୍ରମଣ ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।

କନ୍ୟା: ଆଜି କର୍ମକ୍ଷେତ୍ରରେ ଅସୂୟା ଜନିତ ଶତ୍ରୁତା ଯୋଗୁ ସାମୟିକ ବିଚଳିତବୋଧ କରିପାରନ୍ତି। ସହକର୍ମୀ ସହ ତିକ୍ତତା ଦେଖାଦେଇପାରେ। ପାରିବାରିକ ପରିସ୍ଥିତି ପୂର୍ବ ପରି ଗମ୍ଭୀର ରହିବ, କିନ୍ତୁ ଉତ୍ତେଜିତ ହୋଇ କୌଣସି ପଦକ୍ଷେପ ନେବା ପୂର୍ବରୁ ପୁନର୍ବାର ବିଚାର କରିବା ଭଲ।

ତୁଳା: ଆଜି ସଭାସମିତିରେ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ ଓ ପ୍ରସଂଶା ପାଇବେ।
ଆଜିର ଯାତ୍ରା ସମସ୍ୟା ବହୁଳ ହୋଇପାରେ। ଅବଶ୍ୟ ସାମାଜିକ ସ୍ତରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ସହକର୍ମୀଙ୍କ ଜରିଆରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।

ବିଛା: ଆଜି ଦୂର ଯାତ୍ରାର ସୁଯୋଗ ପାଇବେ। ଆନୁଷ୍ଠାନିକ କାମ ସକାଶେ ଆଜି ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ। ପରିବାରର ଛୋଟ ଛୋଟ କଥାକୁ ନେଇ ତର୍କ କରିବା ଠିକ୍‌ ହେବ ନାହିଁ। ଶିଳ୍ପ, ରାଜନୀତି ପାଇଁ ଦିନଟି ବହୁତ ଭଲ।

ଧନୁ: ଆଜି ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି। ମାନସିକ ସ୍ଥିତି ଭଲ ରହିବ ନାହିଁ। ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ। ପରିସ୍ଥିତି ଯେତେ ଗମ୍ଭୀର ହେଉନା କାହିଁକି, ଆପଣଙ୍କ ମନର ବଳ ଅକ୍ଷ୍ୟୁନ୍ନ ରହିବ।

ମକର: ଆଜି ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟାକରି ଉପହସିତ ହୋଇପାରନ୍ତି। କର୍ମକ୍ଷେତ୍ରସ୍ଥ ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗ ରହିଛି।

କୁମ୍ଭ: ଆଜି ଘରୋଇ କଳିରୁ ପାରିବାରିକ ଅସ୍ଥିରତା ବୃଦ୍ଧି ପାଇପାରେ କର୍ମକ୍ଷେତ୍ରରେ ସମସ୍ୟାକୁ ନିୟନ୍ତ୍ରଣ କରିବା ସକାଶେ ପ୍ରିୟ କଥା କହି ପରିସ୍ଥିତି ସୁଧାରି ନେବେ। ସରଳ ବିଶ୍ୱାସ ଜନ୍ମାଇ ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି।

ମୀନ: ଆଜି ବନ୍ଧୁମେଳରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ପୂର୍ବରୁ ଲାଗି ରହିଥିବା ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ତରବରିଆ ପଦକ୍ଷେପ ନେବା ଅନୁଚିତ।