୧୬ ମାର୍ଚ୍ଚ ୨୦୧୯ ଶନିବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ – ଆଜି ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ନୂତନ ଦ୍ରବ୍ୟ ଲାଭ କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ମନୋଯୋଗ ଦେବେ। ଚାକିରୀ କ୍ଷେତ୍ରରେ ପ୍ରମୋସନ ମିଳିବ। ବ୍ୟାପାରରେ କିଛି ବଡ ସଫଳତା ମିଳିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ବୃଷ – ଆଜି ଖର୍ଚ୍ଚ ବୃଦ୍ଧିର ହୋଇପାରେ। ଶୁଣାକଥାକୁ ବିଶ୍ୱାସ କରି ହଠାତ ପ୍ରତିକ୍ରିୟାଶୀଳ ହୋଇ ବିବାଦରେ ନପଡିବା ଭଲ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନ ଲାଭ ହେବାର ସୁଯୋଗ ଦେଖାଯାଉଛି। କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କଲେ
 
୧୬ ମାର୍ଚ୍ଚ ୨୦୧୯ ଶନିବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ – ଆଜି ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ନୂତନ ଦ୍ରବ୍ୟ ଲାଭ କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ମନୋଯୋଗ ଦେବେ। ଚାକିରୀ କ୍ଷେତ୍ରରେ ପ୍ରମୋସନ ମିଳିବ। ବ୍ୟାପାରରେ କିଛି ବଡ ସଫଳତା ମିଳିବ। ପାରିବାରିକ ଜୀବନ ସୁଖପ୍ରଦ ହେବ।

ବୃଷ – ଆଜି ଖର୍ଚ୍ଚ ବୃଦ୍ଧିର ହୋଇପାରେ। ଶୁଣାକଥାକୁ ବିଶ୍ୱାସ କରି ହଠାତ ପ୍ରତିକ୍ରିୟାଶୀଳ ହୋଇ ବିବାଦରେ ନପଡିବା ଭଲ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନ ଲାଭ ହେବାର ସୁଯୋଗ ଦେଖାଯାଉଛି। କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କଲେ ମଧ୍ୟ ଉଚ୍ଚାଧିକାରୀ ଙ୍କଠାରୁ ଅପବାଦ ଶୁଣିବାକୁ ମିଳିପାରେ। ବ୍ୟବସାୟରେ ମଧ୍ୟମ ହେବ।

ମିଥୁନ – ବୁଧ ଧନାଧିପ ଚନ୍ଦ୍ରଙ୍କ ନକ୍ଷତ୍ରସ୍ଥ ହୋଇ ବନ୍ଧୁଙ୍କୁ ଅନୁରୋଧରୁ କିମ୍ବା ସନ୍ତାନ ହେତୁକ ଅର୍ଥର ଆବଶ୍ୟକତାକୁ ପୂରଣ କରିପାରିବେ। ଖୋଜୁଥିବା ବ୍ୟକ୍ତି ହଠାତ୍‌ ପାଖକୁ ସ୍ବତଃ ପ୍ରବୃତ୍ତଭାବରେ ଚାଲି ଆସିବ। ପାରିବାରିକ ସମସ୍ୟା ପୂର୍ବପରି ରହିପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।

କର୍କଟ – ଆଜି ଶାରୀରିକ ଅସୁସ୍ଥତା ଦେଖାଦେବ। ଅନ୍ୟର କାର୍ଯ୍ୟରେ ମୁଣ୍ଡ ପୁରାନ୍ତୁ ନାହିଁ; ନଚେତ ବିବାଦରେ ପଡିଯିବେ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ବ୍ୟାପାର ମଧ୍ୟମ ଧରଣର ରହିବ। ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହେବ।

ସିଂହ – ରବି ଚନ୍ଦ୍ରଙ୍କ କେନ୍ଦ୍ରରେ ବୁଧଗ୍ରହ କେତୁଯୁକ୍ତ କାରଣରୁ ଅର୍ଥପ୍ରାପ୍ତିରେ କୌଣସି ସମସ୍ୟା ଉପୁଜିବା ଆଶଙ୍କା ରହିଛି। ସାମାନ୍ୟ ଅବହେଳାରୁ ବଡ଼ ସୁଯୋଗଟିଏ ହାତଛଡ଼ା ହେବା ଅନୁଭବ କରିପାରନ୍ତି। ସଭାସମିତିରେ ଆଲୋଚନା, ଚୁକ୍ତିପତ୍ର, ଶିକ୍ଷା, ଯାତ୍ରା, ବ୍ୟବସାୟ, ବାଣିଜ୍ୟରେ ଝଟକା ଲାଗିପାରେ।

କନ୍ୟା – ଆଜି ଆମୋଦପ୍ରମୋଦରେ ଦିନଟି କଟିବ। ଆପଣଙ୍କ ଦୀର୍ଘଦିନର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଚାକିରୀରେ ନିଜର କର୍ମ ତତ୍ପରତା ଦ୍ୱାରା ପ୍ରମୋସନ ପାଇପାରନ୍ତି। ବ୍ୟାପାରରେ ମିଠା କଥା କହି ଗ୍ରାହକଙ୍କୁ ଆକୃଷ୍ଟ କରେଇପାରିବେ। ପରିବାରର ସଦସ୍ୟଙ୍କ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାର ମଉକା ମିଳିପାରେ।

ତୁଳା – ରାଜଯୋଗକାରକ ଶନିଙ୍କ ଦୃଷ୍ଟି ରାଶି କିମ୍ବା ରାଶ୍ୟାଧିପତିଙ୍କ ଉପରେ ପଡୁ ନ ଥିବାରୁ ସବୁ ସୁଯୋଗ ହାତକୁ ଆସି ବାଏଁ ବାଏଁ ଚାଲିଯାଇପାରେ। ସକାଳୁ ସକାଳୁ ଜଣେ ନୂତନ ବନ୍ଧୁଙ୍କ ଆବିର୍ଭାବ ପାରିବାରିକ ଜୀବନକୁ ଚଳଚଞ୍ଚଳ କରିବ। ସବୁ ଅଭାବ, ଅସୁବିଧାକୁ ପଛରେ ପକାଇ କୌଣସି ଗୁରୁତ୍ୱପୂର୍ଣ୍ଣ କାମଟିକୁ ଅଗ୍ରାଧିକାର ଦେଇପାରନ୍ତି।

ବିଛା – ରାଶିରେ ଦୁଇ ଶୁଭ ଗ୍ରହ ଥିଲେ ମଧ୍ୟ ବଳବାନ୍‌ ରାହୁଙ୍କ ନବମଦୃଷ୍ଟି ପ୍ରତ୍ୟେକ ପରିସ୍ଥିତିକୁ ବିଗାଡ଼ିଦେବାରେ ସମର୍ଥ ହେବ। ଯାତ୍ରା, ଯୋଗାଯୋଗ, ସତ୍‌ସଙ୍ଗ, ଆଲୋଚନା, ଜାରି ରଖିଲେ କେତେକାଂଶରେ ଧନିଷ୍ଠା ନକ୍ଷତ୍ର ଉପକୃତ ହୋଇପାରିବେ। ଶିଳ୍ପ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରଶାସନ କ୍ଷେତ୍ରରେ ତପତ୍ର ରହିବେ।

ଧନୁ – ଆଜି ମାନସିକ ଶାନ୍ତି ରହିବ ସଂଗେ ଆର୍ଥିକ ଉନ୍ନତି ଦେଖା ଦେବ। ଶତ୍ରୁମାନଙ୍କର ଅବସାନ ଦେଖାଦେବ। ମଧ୍ୟସ୍ଥତା କରନ୍ତୁ ନାହିଁ;ଅସୁବିଧାରେ ପଡିଯିବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ମତଭେଦରୁ ଦୁରେଇ ରୁହନ୍ତୁ। ବ୍ୟାପାରରେ ସୁଫଳ ମିଳିବ। ପାରିବାରିକ ଜୀବନ ସୁଖରେ କାଟିବେ।

ମକର – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଭବିଷ୍ୟତ ପାଇଁ କିଛି ଗୁରୁତ୍ୱପୂର୍ଣ ନିର୍ଣ୍ଣୟ ନେଇପାରନ୍ତି। ପୂର୍ବରୁ ଉପୁଜିଥିବା ବିବାଦର ସମାଧାନ ହେବ। କାର୍ଯ୍ୟକ୍ଷେତ୍ରରେ ଆଜି ଅଧିକ ପରିଶ୍ରମ କରି ଥକ୍କା ଅନୁଭୂତ କରିବେ। ବ୍ୟାପାରରେ ଦେଖିଚାହିଁ ନୂତନ ଚୁକ୍ତି କରନ୍ତୁ; ନଚେତ ଅସୁବିଧାରେ ପଡିଯିବେ। ପାରିବାରିକ ସହ ପ୍ରୀତିଭୋଜନର ଅବସର ମିଳିପାରେ।

କୁମ୍ଭ – ଧୈର୍ଯ୍ୟ,ସାହସ ପୂର୍ଣ୍ଣମାତ୍ରାରେ ରହିଥିଲେ ମଧ୍ୟ ମଙ୍ଗଳଙ୍କ ପ୍ରଭାବରୁ ରୋକ୍‌ଠୋକ୍‌ କଥା ଅନ୍ୟମାନଙ୍କ ଗାତ୍ରଦାହ ସୃଷ୍ଟିକରିବ। ଆପଣଙ୍କ କାର୍ଯ୍ୟକୁ ନିଜ ଲୋକମାନେ ନିନ୍ଦାକରିପାରନ୍ତି। ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟିହେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ଆକସ୍ମିକ ଦରକାର ପଡୁଥିବା ସମୟରେ ଅର୍ଥାଭାବ ଦୁଶ୍ଚିନ୍ତାର କାରଣ ହୋଇପାରେ।

ମୀନ – ଆଜି ଯାହା ଚିନ୍ତା କରୁଛନ୍ତି ତାହା କାମ ସମୟକୁ ଓଲଟା ହୋଇଯିବା ଆଶଙ୍କା ରହିଛି। ଦୃଢ଼ ମନୋବଳ ନେଇ କାମ କରିବାର ସୁଯୋଗ ପାଇବେ, ଯଦ୍ଦ୍ବାରା ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବାରୁ ଆଶ୍ୱସ୍ତି ଲାଭ କରିପାରନ୍ତି। ପରିବାର, କର୍ମକ୍ଷେତ୍ର, ବନ୍ଧୁବର୍ଗ, ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ର ପୂର୍ବପରି ରହିବ।