ସାଇବାବାଙ୍କ ମୂର୍ତ୍ତି ପଛର ରହସ୍ୟ ! କାହିଁକି ଗୋଡ ଉପରେ ଗୋଡ ରଖି ବସିଥାନ୍ତି ବାବା? ଜାଣନ୍ତୁ

ଆଜି ଆମେ ଜଣାଇବାକୁ ଯାଉଛୁ ବାବା ସାଇଙ୍କ ମୂର୍ତ୍ତିର ରହସ୍ୟ ସଂପର୍କରେ। ତେବେ ଆପଣ ବାବା ସାଇଙ୍କ ଫଟୋ ଏବଂ ମୂର୍ତ୍ତି ତ ନିଶ୍ଚୟ ଦେଖିଥବେ। ସେ ଶିରିଡି ହେଉ କିମ୍ବା ନିଜ ଆଖାପାଖରେ ଥିବା ସାଇବାବାଙ୍କ ମନ୍ଦିରରେ ହେଉ। କେବେ ଆପଣ ଏକଥା ନୋଟିସ୍ କରିଛନ୍ତି କି ସାଇବାବାଙ୍କ ମୁର୍ତ୍ତି ସବୁଠାରେ ଦେଖିବାକୁ ପ୍ରାୟତଃ ସମାନ ଥାଏ। ମୂର୍ତ୍ତିରେ ସାଇବାବା ଗୋଡ ଉପରେ ଗୋଡ ରଖି ବସିଥିବାର ଆପଣ ଦେଖିଥିବେ। ତେବେ କେବେ ଚିନ୍ତା କରିଛନ୍ତି
 
ସାଇବାବାଙ୍କ ମୂର୍ତ୍ତି ପଛର ରହସ୍ୟ ! କାହିଁକି ଗୋଡ ଉପରେ ଗୋଡ ରଖି ବସିଥାନ୍ତି ବାବା? ଜାଣନ୍ତୁ

ଆଜି ଆମେ ଜଣାଇବାକୁ ଯାଉଛୁ ବାବା ସାଇଙ୍କ ମୂର୍ତ୍ତିର ରହସ୍ୟ ସଂପର୍କରେ। ତେବେ ଆପଣ ବାବା ସାଇଙ୍କ ଫଟୋ ଏବଂ ମୂର୍ତ୍ତି ତ ନିଶ୍ଚୟ ଦେଖିଥବେ। ସେ ଶିରିଡି ହେଉ କିମ୍ବା ନିଜ ଆଖାପାଖରେ ଥିବା ସାଇବାବାଙ୍କ ମନ୍ଦିରରେ ହେଉ। କେବେ ଆପଣ ଏକଥା ନୋଟିସ୍ କରିଛନ୍ତି କି ସାଇବାବାଙ୍କ ମୁର୍ତ୍ତି ସବୁଠାରେ ଦେଖିବାକୁ ପ୍ରାୟତଃ ସମାନ ଥାଏ। ମୂର୍ତ୍ତିରେ ସାଇବାବା ଗୋଡ ଉପରେ ଗୋଡ ରଖି ବସିଥିବାର ଆପଣ ଦେଖିଥିବେ। ତେବେ କେବେ ଚିନ୍ତା କରିଛନ୍ତି କି ସାଇବାବାଙ୍କ ଏଭଳି ମୂର୍ତ୍ତିପଛରେ ରହସ୍ୟ କଣ? ତେବେ ଆସନ୍ତୁ ଜାଣିବା।

ସାଇବାବାଙ୍କ ମୂର୍ତ୍ତି ପଛର ରହସ୍ୟ ! କାହିଁକି ଗୋଡ ଉପରେ ଗୋଡ ରଖି ବସିଥାନ୍ତି ବାବା? ଜାଣନ୍ତୁ

ଏକଥା ସମସ୍ତଙ୍କୁ ଜଣାଥିବ କି ବାବାଙ୍କ ଅଧା ଜୀବନ ଶିରିଡିରେ ହିଁ ବିତିଥିଲା। ଆଉ ସେହିଠାରେ ହିଁ ସେ ନିଜ ଶରୀର ତ୍ୟାଗ କରିଥିଲେ। ଆଉ ଏଥପାଇଁ ଶିରିଡି ଏକ ତୀର୍ଥ ସ୍ଥାନ ପାଲଟିଛି। ତେବେ ବାବାଙ୍କ ଚମତ୍କାର ସଂପର୍କ ଆପଣ ଜାଣିଥିବେ ନିଶ୍ଚୟ। ତେବେ ଏହି ଚମତ୍କାର ମଧ୍ୟରେ ଗୋଟିଏ ଚମତ୍କାର ହେଲା ଯେତେବେଳେ ବାବାଙ୍କ ମୂର୍ତ୍ତିର ନିର୍ମାଣ କରାଯାଇଥିଲା। କୁହାଯାଏ, ବାବାଙ୍କ ମହାସମାଧୀ ପରେ ୧୯୫୪ ପର୍ଯ୍ୟନ୍ତ ବୁଟିୱାର୍ଡାରେ ତାଙ୍କ ଫଟୋ ରଖି ପୂଜା କରା ଯାଉଥିଲା। ମାତ୍ର ଏକଦିନ ଏକ ମାର୍ବଲ ବୋଝେଇ ଜାହଜ ସେଠାରେ ଥିବା ବନ୍ଦରେ ଆସି ଲାଗିଥିଲା। ତେବେ ଏହାକୁ କିଏ ପଠାଇଥିଲା ଆଉ କାହିଁକି ପଠାଇଥିଲା ଏନେଇ କୌଣସି ବି ସୂଚନା ମିଳିନଥିଲା। ଏହାପରେ ଶିରିଡି ସଂସ୍ଥା ଏହାକୁ ବାବାଙ୍କ କୃପା ଭାବି ତାକୁ ସାଇବାବାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ନେଇଯାଇଥିଲା।

ସାଇବାବାଙ୍କ ମୂର୍ତ୍ତି ପଛର ରହସ୍ୟ ! କାହିଁକି ଗୋଡ ଉପରେ ଗୋଡ ରଖି ବସିଥାନ୍ତି ବାବା? ଜାଣନ୍ତୁ

ବସନ୍ତ ତାଲିନ୍ ନାମକ ଜଣେ ମୂର୍ତ୍ତିକାରଙ୍କୁ ବାବାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଡକାଯାଇଥିଲା। କୁହାଯାଏ , ସେ ସାଇବାବଙ୍କୁ ପ୍ରାର୍ଥନା କରିଥିଲେ, ‘ମୋତେ ଦର୍ଶନ ଦେବାକୁ କୃପା କରନ୍ତୁ , ଯାହା କାରଣରୁ ମୁଁ ମୂର୍ତ୍ତଟିକୁ ଆପଣଙ୍କ ଭଳି ତିଆରି କରିପାରିବି ।’ ଲୋକେ ମାନନ୍ତି କି ସାଇବାବା ମୂର୍ତ୍ତିକାରଙ୍କୁ ଦର୍ଶନ ଦେଇଥିଲେ। ଆଉ ତାଙ୍କୁ ଦେଖି ସେ ମୂର୍ତ୍ତି ତିଆରି କରିଥିଲେ। ଏହି ମୂର୍ତ୍ତି ଆଜି ଶିରିଡିରେ ପୂଜା କରାଯାଉଛି। ଏହି ୪ଫୁଟ୍ ୫ଇଂଚ ବିଶିଷ୍ଟ ମୂର୍ତ୍ତିବିଜୟା ଦଶମୀ ଦିନ ମନ୍ଦିରରେ ସ୍ଥାପିତ କରାଯାଇଥିଲା।