୨୭ ମାର୍ଚ୍ଚ ୨୦୧୯ ବୁଧବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ବୁଧ ନକ୍ଷତ୍ରସ୍ଥ ଚନ୍ଦ୍ର ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଂଗିତ ଦୂର କରିବାରେ ସାହାଯ୍ୟ କରିବେ। ରବି ଦ୍ୱାଦଶସ୍ଥ ହେତୁ ଯାତ୍ରା,ସରକାରୀ କର୍ମଚାରୀଙ୍କୁ ଦେଖାସାକ୍ଷାତ,ବାଣିଜ୍ୟ,ବ୍ୟବସାୟ ପାଇଁ ଦିନଟି ବିଶେହ ଭଲ ନୁହେଁ। ଅବଶ୍ୟ ଶୁକ୍ର ପ୍ରଭାବରୁ ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ବୃଷ: ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ପ୍ରକାଶ କଲେ ଓଲଟା ଫଳ ପାଇପାରନ୍ତି। ଧନସ୍ଥାନରେ ରାହୁ ଏକାଦଶରେ ଥିବା ରବିଙ୍କ ନକ୍ଷତ୍ରରେ ଥିବାରୁ ଧନହାନୀ
 
୨୭ ମାର୍ଚ୍ଚ ୨୦୧୯ ବୁଧବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ବୁଧ ନକ୍ଷତ୍ରସ୍ଥ ଚନ୍ଦ୍ର ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଂଗିତ ଦୂର କରିବାରେ ସାହାଯ୍ୟ କରିବେ। ରବି ଦ୍ୱାଦଶସ୍ଥ ହେତୁ ଯାତ୍ରା,ସରକାରୀ କର୍ମଚାରୀଙ୍କୁ ଦେଖାସାକ୍ଷାତ,ବାଣିଜ୍ୟ,ବ୍ୟବସାୟ ପାଇଁ ଦିନଟି ବିଶେହ ଭଲ ନୁହେଁ। ଅବଶ୍ୟ ଶୁକ୍ର ପ୍ରଭାବରୁ ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।

ବୃଷ: ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ପ୍ରକାଶ କଲେ ଓଲଟା ଫଳ ପାଇପାରନ୍ତି। ଧନସ୍ଥାନରେ ରାହୁ ଏକାଦଶରେ ଥିବା ରବିଙ୍କ ନକ୍ଷତ୍ରରେ ଥିବାରୁ ଧନହାନୀ କିମ୍ବା ଅପବ୍ୟର ସୂଚକ ଏଣୁ ସତର୍କତା ବିଧେୟ।ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।

ମିଥୁନ: କର୍ମାଧିପ ବୁଧଙ୍କ ନକ୍ଷତ୍ରରେ ଅବସ୍ଥାନ କରି କର୍ମସ୍ଥାନକୁ ପୂର୍ଣ୍ଣରୂପେ ଦୃଷ୍ଟି ଦେଉଥିବାରୁ ଆଜି ଆପଣଙ୍କ କୌଣସି କାମ ଅପୂର୍ଣ୍ଣ ରହିବନାହିଁ। ଆଶା କରୁଥିବା ଆତ୍ମୀୟ ମାନଙ୍କ ସହଯୋଗରୁ ଅର୍ଥ ଓ ସମ୍ମାନ ପାଇବେ। କାର୍ଯ୍ୟଦକ୍ଷତା ହେତୁ ସାମାଜିକ ସମ୍ମାନ ବୃଦ୍ଧି ପାଇବ। ସପ୍ତମସ୍ଥ ଶନି ବାଣିଜ୍ୟ, ବ୍ୟବସାୟ, କଚେରୀ ମାମଲା, ନୂତନ କର୍ମାରମ୍ଭକୁ ରୋକ୍‌ ଲଗାଇପାରେ।

କର୍କଟ: ଧନାଧିପଙ୍କ ପୃଷ୍ଠଦେଶରେ ତୃତୀୟାଧିପ ରହିଥିବାରୁ ନିଜ ନିଜ ମଧ୍ୟରେ ସ୍ନେହ,ସମ୍ପର୍କକୁ ପଛକୁ ପକାଇ ଅର୍ଥ ସମ୍ପର୍କକୁ ପ୍ରାଧାନ୍ୟ ଦେଇପାରନ୍ତି। ଚତୁର୍ଥାଧିପ ମଙ୍ଗଳ ନକ୍ଷତ୍ରସ୍ଥ ଯୋଗୁ କୌଣସି ଶୁଭ ଖବର କିମ୍ବା ମୂଲ୍ୟବାନ ଜିନିଷ ପ୍ରାପ୍ତିରେ ଆନନ୍ଦ ଅନୁଭବ କରିବେ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ନତୁବା ବିାବଦର ସୂତ୍ରପାତ ହୋଇପାରେ।

ସିଂହ: ମଙ୍ଗଳ ରାଶ୍ୟାଧିପ ରବିଙ୍କ ନକ୍ଷତ୍ରରେ ରହି ପାରିବାରିକ କର୍ମସମୂହକୁ ଅଗ୍ରାଧିକାର ଭିତିରେ ସମ୍ପନ୍ନ କରିବେ। ତରବରିଆ ଭାବରେ କୈାଣସି କମ ନକରି ଭାବି ଚିନ୍ତି ପଦକ୍ଷେପ ନେବା ଠିକ୍‌ ହେବ। ଆତ୍ମୀୟ କିମ୍ବା ହିତୈଷୀମାନଙ୍କ ସାହାଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। ପରିବାରରେ ସ୍ତ୍ରୀଙ୍କ କିମ୍ବା ବୟସ୍କବ୍ୟକ୍ତି ପ୍ରେରଣାରୁ ଉପକୃତ ହୋଇପାରନ୍ତି।

କନ୍ୟା: ଧନ ଭାଗ୍ୟାଧିପ ଶୁକ୍ର କର୍ମାଧିପଙ୍କ ରାଶିକୁ ଦେଖୁଥବାରୁ ଅଭିଳଷିତ କାମକୁ କୈାଣସି ବନ୍ଧୁ ଜରିଆରେ ସମ୍ପନ୍ନ କରିପାରିବେ। ରପ୍ତାନୀ, ବାଣିଜ୍ୟ, କ୍ରୀଡା ପ୍ରତିଯୋଗୀତା,ବିବାଦୀୟ ଅର୍ଥପ୍ରାପ୍ତି ପାଇଁ ଚେଷ୍ଟା ଅବ୍ୟାହତ ରଖିପାରନ୍ତି। କର୍ମକ୍ଷେତ୍ରରେ ଜଣେ ଅଜଣା ଆଗନ୍ତୁକଙ୍କ ଆକସ୍ମିକ ଆବିର୍ଭାବ ପରିବେଶକୁ ଏପଟ ସେପଟ କରିଦେଇପାରେ।

ତୁଳା: ମିଥ୍ୟାପବାଦ ଓ କଳହର ପୃଷ୍ଠପୋଷକ ତୃତୀୟ ବୃହସ୍ପତି ଆଜି ଦ୍ୱିତୀୟସ୍ଥ ଯୋଗୁ ଅର୍ଥ ସମ୍ପର୍କ କିମ୍ବା କିଛି କଥାକୁ ନେଇ ସମସ୍ୟା ସୃଷ୍ଟି କରିବ। ଆଜି କାମର ଚାପ ଏତେଦୂର ବଢିଯିବଯେ-ଆପଣ ଜମା ଶାନ୍ତିରେ ରହି ପାରିବେ ନାହିଁ। ଘର ଲୋକମାନଙ୍କ କାମରେ ଅସନ୍ତୁଷ୍ଟ ରହିବେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

ବିଛା: ରାହୁ ଓ ଶନିଙ୍କ ମଧ୍ୟରେ ଶୁଭଗ୍ରହ ମାନେ ସ୍ବଗୁଣଧର୍ମ ହରାଇ ବିବାଦୀୟ ଚିନ୍ତାଧାରା ମଧ୍ୟରେ ଅଶାନ୍ତି ସୃଷ୍ଟି କରିବେ। ହାତରେ ବହୁତ କାମ ରହିଥିଲେ ମଧ୍ୟ କୈାଣସିଟା ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହେବାର ଲକ୍ଷ୍ୟକରି ବ୍ୟଥିତ ହେବେ। ବ୍ୟବସାୟ,ମାଙ୍ଗଳିକ କାମରେ କିଛି ନୂତନତ୍ୱ ଅନୁଭବ କରିବେ।

ଧନୁ: ମିତ୍ରବନ୍ଧୁଙ୍କ ସାହାଯ୍ୟ, ସହଯୋଗର ପ୍ରତୀକାମତ୍କ ଭାବରେ କୌଣସି ସୌଖୀନ ଜିନିଷ ଲାଭ କରି ଖୁସୀ ହୋଇପାରନ୍ତି।ଘରର ଅପ୍ରକାଶ୍ୟ କେତେକ ଘଟଣା ଶୁଣି ମାନସିକ ସ୍ତରରେ ଦୁଃଖ ଅନୁଭବ କରିପାରନ୍ତି। ଶନି କ୍ଷେତ୍ରସ୍ଥ ବୁଧ ହେତୁ ନୂତନ କାମରେ ପ୍ରତିବନ୍ଧକ ଲାଗିରହିବା ଯୋଗୁ କାମରେ ଅଗ୍ରଗତି ହୋଇ ପାରିବ ନାହିଁ।

ମକର: ଶୁଭଭାବାଧିପ ମଙ୍ଗଳ ଅଷ୍ଟମାଧିପ ଚନ୍ଦ୍ରଙ୍କ ସମସସ୍ତକ ହେତୁ କୈାଣସି ଅସୁବିଧା ନଥାଇ ମଧ୍ୟ ମନ ଭଲ ରହିବନାହିଁ। ନିଜର ଚତୁଃପାଶ୍ୱସ୍ଥ ବ୍ୟକ୍ତିବିଶେଷଙ୍କ ଭୁଲ୍‌ ବୁଝାମଣା ହେତୁ ଟେନ୍ସନ ବଢିପାରେ। ସମ୍ପର୍କରେ ନ୍ୟୂନତା କିମ୍ବା ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇ ପାରନ୍ତି। ତଥାପି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେବେ ଓ କରିବେ ମଧ୍ୟ।

କୁମ୍ଭ: ଅଯଥା ରାହୁଙ୍କ ଅବସ୍ଥିତି ଭୁଲ୍‌ ନିଷ୍ପତି ନେବା,ବିବାଦୀୟ କଥା ଚିନ୍ତା କରିବା କିମ୍ବା କୈାଶଳରେ ଲକ୍ଷ୍ୟ ହାସଲ କରିବା ଦିଗରେ ପ୍ରେରଣା ଦେଇପାରେ । ପରିବାର ହେଉ କିମ୍ବା ସାମାଜିକ ସ୍ତରରେ ହେଉ ଭୁଲ୍‌ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଆଜି ଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।

ମୀନ: ଆଜିର ଗ୍ରହସ୍ଥିତି ଏହିପରିଯେ- ଆପଣ ଯେମିତି ଚିନ୍ତା କରୁଛନ୍ତି ଠିକ୍‌ ସେହିପରିହିଁ ସମ୍ପନ୍ନ ହେବ। କିନ୍ତୁ ପଛରେ କହୁଥିବା ଲୋକମାନେ କହୁଥିବେ ସେକଥା ମନକୁ ଆଣିଲେ ଆଗକୁବଢି ପାରିବେ ନାହିଁ। ନୀତିବିହୀନ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ସାମୟିକ ଭାବରେ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି।