ବସରେ ଯାଉଥିବା ବେଳେ ଜିଅନ୍ତା ଜଳିଗଲେ ମାଆ ତାପରେ ୬ବର୍ଷର ଝିଅ ଯାହା କଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

ଲକ୍ଷ୍ନୈା ଏକ୍ସପ୍ରେସ ଓ୍ବେରେ ରବିବାର ବିଳମ୍ବିତ ରାତିରେ ରୋଡଓ୍ବେଜର ଏସି ବସରେ ହଠାତ୍ ନିଆଁ ଲାଗିଯିବାରୁ ୪ଜଣ ଯାତ୍ରୀ ଜୀଅନ୍ତା ଜଳି ଯାଇଥିଲେ। ଦିଲ୍ଲୀରୁ ଲକ୍ଷ୍ନୈା ଯାଉଥିବା ଭଲ୍ଭୋ ବସ୍ ରାତି ପାଖାପାଖି ୧୦ଟାବେଳେ ବାହାରିଥିଲା ଏବଂ ରାତି ୨ଟାବେଳେ ମୈନପୁରୀଠାରେ ଦୁର୍ଘଟଣା ହୋଇଥିଲା। ପ୍ରକୃତରେ ଏହି ବସ୍ ପଛରେ ଆଉ ଏକ ବସ୍ ଆସୁଥିଲା,ଯାହାର ହଠାତ୍ ଟାୟାର ଫାଟି ଯାଇଥିଲା। ସେହି ବସଟି ଆଗରେ ଏହି ବସକୁ ଧକ୍କା ଦେଇଥିଲା। ଏହାପରେ ବସଟି ଡିଭାଇଡରରେ ଧକ୍କା
 
ବସରେ ଯାଉଥିବା ବେଳେ ଜିଅନ୍ତା ଜଳିଗଲେ ମାଆ ତାପରେ ୬ବର୍ଷର ଝିଅ ଯାହା କଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

ଲକ୍ଷ୍ନୈା ଏକ୍ସପ୍ରେସ ଓ୍ବେ​‌ରେ ରବିବାର ବିଳମ୍ବିତ ରାତିରେ ରୋଡଓ୍ବେଜର ଏସି ବସରେ ହଠାତ୍ ନିଆଁ ଲାଗିଯିବାରୁ ୪ଜଣ ଯାତ୍ରୀ ଜୀଅନ୍ତା ଜଳି ଯାଇଥିଲେ। ଦିଲ୍ଲୀରୁ ଲକ୍ଷ୍ନୈା ଯାଉଥିବା ଭଲ୍ଭୋ ବସ୍ ରାତି ପାଖାପାଖି ୧୦ଟାବେଳେ ବାହାରିଥିଲା ଏବଂ ରାତି ୨ଟାବେଳେ ମୈନପୁରୀଠାରେ ଦୁର୍ଘଟଣା ହୋଇଥିଲା। ପ୍ରକୃତରେ ଏହି ବସ୍ ପଛରେ ଆଉ ଏକ ବସ୍ ଆସୁଥିଲା,ଯାହାର ହଠାତ୍ ଟାୟାର ଫାଟି ଯାଇଥିଲା। ସେହି ବସଟି ଆଗରେ ଏହି ବସକୁ ଧକ୍କା ଦେଇଥିଲା।

ବସରେ ଯାଉଥିବା ବେଳେ ଜିଅନ୍ତା ଜଳିଗଲେ ମାଆ ତାପରେ ୬ବର୍ଷର ଝିଅ ଯାହା କଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

ଏହାପରେ ବସଟି ଡିଭାଇଡରରେ ଧକ୍କା ଖାଇବାରୁ ଏହାର ଏସିରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ମାତ୍ରାରେ ବସରେ ବ୍ୟାପି ଯାଇଥିଲା ଯେ କେହି ଖସି ଆସି ପାରିନଥିଲେ। ଏହି ବସରେ ଲକ୍ଷ୍ନୈାର ମାଆ ଝିଅ ମଧ୍ୟ ଥିଲେ। ସୋମବାର ଦିନ ଉଭୟଙ୍କ ଶବ ଯେତେବେଳେ ତାଙ୍କ ଘରେ ପହଞ୍ଚିଥିଲା ତାଙ୍କ ପରିବାର ଲୋକ କ’ଣ ପୂରା ସାହି ପଡ଼ିଶା ବିକଳ ହୋଇ କାନ୍ଦିଥିଲେ। ମାଆ ଝିଅଙ୍କ ଏପରି ମର୍ମନ୍ତୁଦ ମୃତ୍ୟୁ ହୋଇଥିଲା ଯେ ମରିବା ପରେ ମଧ୍ୟ ତାଙ୍କ ଶବକୁ ଅଲଗା କରାଯାଇପାରିଲା ନାହିଁ। ଏହି ଏସି ବସଟି ଡିଭାଇଡରରେ ଧକ୍କା ହେବା ଫଳରେ ନିଆଁ ଗୁଳା ହୋଇଯାଇଥିଲା।

ବସରେ ଯାଉଥିବା ବେଳେ ଜିଅନ୍ତା ଜଳିଗଲେ ମାଆ ତାପରେ ୬ବର୍ଷର ଝିଅ ଯାହା କଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

ଏହି ଦୁର୍ଘଟଣାଗ୍ରସ୍ତ ବସ୍ ଦିଲ୍ଲୀରୁ ଲକ୍ଷ୍ନୈା ଆସୁଥିଲା। ଏଥିରେ ଲକ୍ଷ୍ନୈାର ଡାକ୍ତର ଜ୍ୟୋତି ନିର୍ବାଣ ତାଙ୍କ ୬ବର୍ଷର ଝିଅ ନିତିଙ୍କ ସହ ଆସୁଥିଲେ। ଆଗ୍ରା ଏକ୍ସପ୍ରେସ୍ଓ୍ବେରେ ହଠାତ୍ ଧକ୍କା ପରେ ବସରେ ନିଆଁ ଲାଗିଯିବାରୁ ମାଆ ଝିଅଙ୍କୁ ଖସିଯିବାକୁ ସୁଯୋଗ ମିଳିନଥିଲା। ଏହି ଘଟଣା ପରେ ଯେତେବେଳେ ଶବ ବାହାର କରାଯାଇଥିଲା ଝିଅଟି ମାଆର ଦେହରେ ଲାଗି ଯାଇଥିଲା। ଯେତେବେଳେ ଘରକୁ ଶବ ଆସି ପହଞ୍ଚିଥିଲା ଘରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିପାଇଁ ଉଭୟ ମାଆ ଝିଅଙ୍କ ପୋଷ୍ଟମର୍ଟମ୍ ଏକାଠି କରାଯାଇଥିଲା। ଏହାପରେ ଗୋଟିଏ କୋକେଇ ଅଣାଯାଇଥିଲା ଏବଂ ମାଆ ଝିଅଙ୍କ ଅନ୍ତିମ ସଂସ୍କାର ମଧ୍ୟ ଏକା ସାଙ୍ଗରେ କରାଯାଇଥିଲା।

ବସରେ ଯାଉଥିବା ବେଳେ ଜିଅନ୍ତା ଜଳିଗଲେ ମାଆ ତାପରେ ୬ବର୍ଷର ଝିଅ ଯାହା କଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

ମୃତା ମହିଳାଙ୍କ ନାଁ ଜ୍ୟୋତି ନିର୍ବାଣ । ସେ ଲକ୍ଷ୍ନୈା ପିଜିଆଇରେ କ୍ୟାନସର ବିଶେଷଜ୍ଞ ଥିଲେ। ୩୮ବର୍ଷ ବୟସ୍କା ଜ୍ୟୋତି ନିଜର ୬ବର୍ଷର ଝିଅ ସହ ବସରେ ଥିଲେ। ଜ୍ୟୋତିଙ୍କ ସ୍ବାମୀ ନିଶାନ୍ତ ନିର୍ବାଣ ମଧ୍ୟ ଆର୍ୟୁବେଦିକ କଲେଜର ଶିଶୁ ରୋଗ ବିଶେଷଜ୍ଞ । ନିଶାନ୍ତଙ୍କ ବଡ଼ଭାଇ ଅନିଲ ନିର୍ବାଣ ରାଜଭବନରେ ଜଣେ ଚିକିତ୍ସକ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ବିନୀତା ରେସକ୍ରସ୍ ହସ୍ପିଟାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ। ଜ୍ୟୋତି ଲକ୍ଷ୍ନୈାରେ ତାଙ୍କ ଶାଶୁ,ଶ୍ବଶୁର,ସ୍ବାମୀ ଏବଂ ଝିଅଙ୍କ ସହ ରହୁଥିଲେ। ସ୍ତ୍ରୀ ଏବଂ ଝିଅର ଶବ ଦେଖି ନିଶାନ୍ତ ବେହୋସ୍ ହୋଇଯାଇଥିଲେ। ସମସ୍ତେ​‌ ବିକଳରେ କଇଁ କଇଁ ହୋଇ କାନ୍ଦୁଥିଲେ।