ଝିଅମାନଙ୍କ ଏହି ଗୁଣ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି ପୁଅମାନେ

କିଏ କହେ ଯୁବତୀଙ୍କ ସୌନ୍ଦର୍ଯ୍ୟରେ ପୁରୁଷମାନେ ଆକର୍ଷିତ ହୁଅନ୍ତି । କିଏ କହେ ଯୁବତୀ ବା ମହିଳାଙ୍କ ଲାଜୁଆ ଗୁଣ ଅନେକଙ୍କୁ ଆକର୍ଷିତ କରିଥାଏ । ହେଲେ ମହିଳାଙ୍କ ପରିଷ୍କାର ପରିଚ୍ଛନ୍ନତା ପ୍ରତି ପୁରୁଷ ଅଧିକ ଆକର୍ଷିତ ହୋଇଥାନ୍ତି। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ଗବେଷକ କହିଛନ୍ତି। ଯେଉଁ ମହିଳାମାନେ ବ୍ୟକ୍ତିଗତ ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଇଥାନ୍ତି ସେମାନଙ୍କ ପ୍ରତି ପୁରୁଷ ଅଧିକ ଧ୍ୟାନ ଦେଇଥାନ୍ତି। ଅନ୍ୟପକ୍ଷରେ ଅପରିଷ୍କାର ରହୁଥିବା ମହିଳାଙ୍କ ପ୍ରତି ପୁରୁଷ
 
ଝିଅମାନଙ୍କ ଏହି ଗୁଣ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି ପୁଅମାନେ

କିଏ କହେ ଯୁବତୀଙ୍କ ସୌନ୍ଦର୍ଯ୍ୟରେ ପୁରୁଷମାନେ ଆକର୍ଷିତ ହୁଅନ୍ତି । କିଏ କହେ ଯୁବତୀ ବା ମହିଳାଙ୍କ ଲାଜୁଆ ଗୁଣ ଅନେକଙ୍କୁ ଆକର୍ଷିତ କରିଥାଏ । ହେଲେ ମହିଳାଙ୍କ ପରିଷ୍କାର ପରିଚ୍ଛନ୍ନତା ପ୍ରତି ପୁରୁଷ ଅଧିକ ଆକର୍ଷିତ ହୋଇଥାନ୍ତି। ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ଗବେଷକ କହିଛନ୍ତି। ଯେଉଁ ମହିଳାମାନେ ବ୍ୟକ୍ତିଗତ ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଇଥାନ୍ତି ସେମାନଙ୍କ ପ୍ରତି ପୁରୁଷ ଅଧିକ ଧ୍ୟାନ ଦେଇଥାନ୍ତି।

ଝିଅମାନଙ୍କ ଏହି ଗୁଣ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି ପୁଅମାନେ

ଅନ୍ୟପକ୍ଷରେ ଅପରିଷ୍କାର ରହୁଥିବା ମହିଳାଙ୍କ ପ୍ରତି ପୁରୁଷ ବିତସ୍ପୃହ ହୋଇପଡିଥାନ୍ତି। ମହିଳା ଓ ପୁରୁଷଙ୍କ ମଧ୍ୟରେ ସ୍ଥାୟୀ ସମ୍ପର୍କ ପାଇଁ କେଉଁ ଉପାଦାନ ଗୁଡିକ ଦାୟୀ ସେ ନେଇ ଗବେଷକ ଅନୁଧ୍ୟାନ କରିଥିଲେ। ଏହି ମର୍ମରେ ସେମାନେ ବିଭିନ୍ନ ରାଷ୍ଟ୍ରର ମହିଳା ଓ ପୁରୁଷଙ୍କୁ ଏକ ସର୍ଭେରେ ସାମିଲ କରିଥିଲେ। ଜଣାପଡିଥିଲା ପୁରୁଷ ମହିଳାଙ୍କ ସୌନ୍ଦର‌୍ୟ୍ୟ ଓ ଆକର୍ଷଣୀୟ ଶାରିରୀକ ଗଠନ ତୁଳନାରେ ସେମାନଙ୍କର ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତାକୁ ଅଧିକ ଶ୍ରେୟ ଦେଇଥାନ୍ତି।

ଝିଅମାନଙ୍କ ଏହି ଗୁଣ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି ପୁଅମାନେ

ଅନେକ ରାଷ୍ଟ୍ରରେ ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେଉ ନ ଥିବା ମହିଳାଙ୍କୁ ପୁରୁଷ ଛାଡପତ୍ର ଦେଉଥିବା ଘଟଣା ବହୁଳ ଭାବେ ଦେଖାଯାଇଥାଏ। ଆରବ ରାଷ୍ଟ୍ର, ପାଶ୍ଚାତ୍ୟ ରାଷ୍ଟ୍ର, ଚାଇନା ଓ ଜାପାନରେ ଏଭଳି ଘଟଣା ଅଧିକ ଦେଖାଯାଇଥାଏ। ଶୀତପ୍ରଧାନ ଦେଶରେ ଥଣ୍ଡାଯୋଗୁ ଅନେକ ମହିଳା ସାଧାରଣ ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ଏହା ସେମାନଙ୍କ ପାରିବାରିକ ଜୀବନରେ ଆଶାନ୍ତି ସୃଷ୍ଟି କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।