IPLରେ ସବୁ ଦଳର ପ୍ରଦର୍ଶନ ଦେଖି ଗମ୍ଭୀର କଲେ ଭବିଷ୍ୟବାଣୀ, କହିଲେ ଏହି ଦଳ IPL ଜିତିବାର ପ୍ରବଳ ଦାବିଦାର

ଭାରତୀୟ କ୍ରିକେଟର ସବୁଠୁ ବଡ଼ ପର୍ବ ଏବଂ ଖେଳ ସହ ମନୋରଞ୍ଜନର ମାଧ୍ୟମ ଆଇପିଏଲ ଆରମ୍ଭ ହୋଇସାରିଛି। ଲିଗ୍ ମ୍ୟାଚରେ ୮ଟି ଟିମ୍ ୫୧ଟି ମ୍ୟାଚ ଖେଳିବେ। ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୬୦ଟି ମ୍ୟାଚ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟର ସବୁ ଦଳର ପ୍ରଥମ ମ୍ୟାଚ ଶେଷ ହୋଇ ସାରିଛି। ତେବେ ସବୁ ଦଳର ପ୍ରଥମ ମ୍ୟାଚର ପ୍ରଦର୍ଶନକୁ ନଜରରେ ରଖି ଦଳର ପୂର୍ବତନ ବ୍ୟାଟସମ୍ୟାନ ତଥା କୋଲକତା ନାଇଟ ରାଇଡ଼ର ଓ ଦିଲ୍ଲୀ କ୍ୟାପିଟାଲର ପୂର୍ବତନ ଅଧିନାୟକ ଗୌତମ
 
IPLରେ ସବୁ ଦଳର ପ୍ରଦର୍ଶନ ଦେଖି ଗମ୍ଭୀର କଲେ ଭବିଷ୍ୟବାଣୀ, କହିଲେ ଏହି ଦଳ IPL ଜିତିବାର ପ୍ରବଳ ଦାବିଦାର

ଭାରତୀୟ କ୍ରିକେଟର ସବୁଠୁ ବଡ଼ ପର୍ବ ଏବଂ ଖେଳ ସହ ମନୋରଞ୍ଜନର ମାଧ୍ୟମ ଆଇପିଏଲ ଆରମ୍ଭ ହୋଇସାରିଛି। ଲିଗ୍ ମ୍ୟାଚରେ ୮ଟି ଟିମ୍ ୫୧ଟି ମ୍ୟାଚ ଖେଳିବେ। ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୬୦ଟି ମ୍ୟାଚ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟର ସବୁ ଦଳର ପ୍ରଥମ ମ୍ୟାଚ ଶେଷ ହୋଇ ସାରିଛି।

IPLରେ ସବୁ ଦଳର ପ୍ରଦର୍ଶନ ଦେଖି ଗମ୍ଭୀର କଲେ ଭବିଷ୍ୟବାଣୀ, କହିଲେ ଏହି ଦଳ IPL ଜିତିବାର ପ୍ରବଳ ଦାବିଦାର

ତେବେ ସବୁ ଦଳର ପ୍ରଥମ ମ୍ୟାଚର ପ୍ରଦର୍ଶନକୁ ନଜରରେ ରଖି ଦଳର ପୂର୍ବତନ ବ୍ୟାଟସମ୍ୟାନ ତଥା କୋଲକତା ନାଇଟ ରାଇଡ଼ର ଓ ଦିଲ୍ଲୀ କ୍ୟାପିଟାଲର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ଆଇପିଏଲ ବିଜୟକୁ ନେଇ ଭବିଷ୍ୟବାଣୀ କରିଛନ୍ତି। କିଛି ଦିନ ପୂର୍ବରୁ କ୍ରିକେଟର ସବୁ ଫରମାଟ୍ ରୁ ଅବସର ଘୋଷଣା ପରେ ଗମ୍ଭୀର ଏବେ କମଣ୍ଟ୍ରି କରୁଛନ୍ତି।

IPLରେ ସବୁ ଦଳର ପ୍ରଦର୍ଶନ ଦେଖି ଗମ୍ଭୀର କଲେ ଭବିଷ୍ୟବାଣୀ, କହିଲେ ଏହି ଦଳ IPL ଜିତିବାର ପ୍ରବଳ ଦାବିଦାର

ଗୌତମ ଗମ୍ଭୀର ସବୁ ଦଳର ପ୍ରଦର୍ଶନକୁ ଦେଖି କହିଛନ୍ତି ‘ମୋ ମତରେ ଏହି ସଂସ୍କରଣରେ ସବୁ ଦଳ ଅପେକ୍ଷା ମହେନ୍ଦ୍ର ସିଂହ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ ଅଧିକ ଶକ୍ତିଶାଳୀ ନଜର ଆସୁଛି, ଦଳରେ ଅଭିଜ୍ଞ ଖେଳାଳିଙ୍କ କୌଣସି ଅଭାବ ନାହିଁ, ଏହା ସହ ଧୋନୀଙ୍କ ଚତୁରତା ସହ ଦଳକୁ ପରିଚାଳନା କରିବା ଦଳକୁ ଆହୁରି ମଜବୁତ୍ କରୁଛି।

IPLରେ ସବୁ ଦଳର ପ୍ରଦର୍ଶନ ଦେଖି ଗମ୍ଭୀର କଲେ ଭବିଷ୍ୟବାଣୀ, କହିଲେ ଏହି ଦଳ IPL ଜିତିବାର ପ୍ରବଳ ଦାବିଦାର

ଦଳରେ ବିସ୍ପୋରକ ବ୍ୟାଟସମ୍ୟାନଙ୍କ କୌଣସି ଅଭାବ ନାହିଁ। ତେଣୁ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଚେନ୍ନାଇ ସୁପର କିଙ୍ଗର ଦଳ ଏଥର ସମସ୍ତଙ୍କ ଠାରୁ ଅଧିକ ଶକ୍ତିଶାଳୀ ଜଣା ପଡୁଛି, ତେଣୁ ମୋ ଦୃଷ୍ଟିରେ ଏଥର ଆଇପିଏଲ ଚେନ୍ନାଇ ହିଁ ଜିତିବ”। ତେବେ ଆପଣଙ୍କୁ କଣ ଲାଗୁଛି ଗମ୍ଭୀରଙ୍କ ଭବିଷ୍ୟବାଣୀ ସତ ହେବ କି ନାହିଁ ତଳେ କମେଣ୍ଟରେ ନିଶ୍ଚିତ ବତାନ୍ତୁ।