୨୯ ମାର୍ଚ୍ଚ ୨୦୧୯ ଶୁକ୍ରବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ମଙ୍ଗଳଙ୍କ ଗୁରୁଦୃଷ୍ଟିରୁ ଉଦ୍ୟମ ଅବ୍ୟାହତ ରଖିଲେ ସଫଳତା ପାଇବେ। କଡ଼ା କଥା କହିଲେ ସମ୍ପର୍କ ବଦଳିଯିବା ସହ ଶତ୍ରୁତା ଅବଶ୍ୟମ୍ଭାବୀ। ସମସ୍ୟାଗୁଡିକ ଆପଣଙ୍କୁ ଅନେକ ଆଶା ଓ ଆଶଙ୍କା ମଧ୍ୟରେ ବ୍ୟସ୍ତତା ସୃଷ୍ଟି କରାଇବେ। ପାରଷ୍ପରିକ ଆଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରି ଆସିବ। ବୃଷ: ଉଚ୍ଚାରୋହୀ ରବିଙ୍କ ପ୍ରଭାବରେ ମନମୁଖୀ ଶାସନ ଓ ସ୍ବାଧୀନ ମତବ୍ୟକ୍ତ ଘରୋଇ କଳହକୁ ଜନ୍ମ ଦେଇପାରେ। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡ଼ା, ଚଳଚ୍ଚିତ୍ର
 
୨୯ ମାର୍ଚ୍ଚ ୨୦୧୯ ଶୁକ୍ରବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ମଙ୍ଗଳଙ୍କ ଗୁରୁଦୃଷ୍ଟିରୁ ଉଦ୍ୟମ ଅବ୍ୟାହତ ରଖିଲେ ସଫଳତା ପାଇବେ। କଡ଼ା କଥା କହିଲେ ସମ୍ପର୍କ ବଦଳିଯିବା ସହ ଶତ୍ରୁତା ଅବଶ୍ୟମ୍ଭାବୀ। ସମସ୍ୟାଗୁଡିକ ଆପଣଙ୍କୁ ଅନେକ ଆଶା ଓ ଆଶଙ୍କା ମଧ୍ୟରେ ବ୍ୟସ୍ତତା ସୃଷ୍ଟି କରାଇବେ। ପାରଷ୍ପରିକ ଆଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରି ଆସିବ।

ବୃଷ: ଉଚ୍ଚାରୋହୀ ରବିଙ୍କ ପ୍ରଭାବରେ ମନମୁଖୀ ଶାସନ ଓ ସ୍ବାଧୀନ ମତବ୍ୟକ୍ତ ଘରୋଇ କଳହକୁ ଜନ୍ମ ଦେଇପାରେ। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡ଼ା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ପୂର୍ବପରି ଚାଲୁ ରହିବ। ସାଙ୍ଗସାଥୀ କିମ୍ବା ବନ୍ଧୁବାନ୍ଧବ ହୁଅନ୍ତୁ, ସେମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ ଦେଖା ମିଳିବ ନାହିଁ।

ମିଥୁନ: ରାହୁଙ୍କ ରାଶ୍ୟାବସ୍ଥାନ କୌଶଳରେ କାର୍ଯ୍ୟହାସଲ ପାଇଁ ଅନୁପ୍ରେରିତ କରିବ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। ଟଙ୍କା ପଇସା ସମ୍ପର୍କିତ ଝାମେଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ବାଣିଜ୍ୟ, ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା ବିଷୟରେ ସନ୍ତୋଷଜନକ ଫଳ ପାଇବେ।

କର୍କଟ: ରାଶ୍ୟାଧିପ ଚନ୍ଦ୍ର ପାପଗ୍ରହ ଶନି ଓ କେତୁ ଯୁକ୍ତ କାରଣରୁ ଆପଣଙ୍କ ଦୋଷଦର୍ଶୀତା ପ୍ରତ୍ୟେକ ଅନର୍ଥର କାରଣ ହୋଇପାରେ। ଧନାଧିପ ରବିଙ୍କ ସୁପ୍ରଭାବରେ ବନ୍ଧୁମାନଙ୍କ ନିକଟରୁ ଅର୍ଥ ପାଇବେ ସତ କିନ୍ତୁ ଏଥିପାଇଁ ବିତର୍କର ସାମନା କରିବାକୁ ପଡିପାରେ। ପ୍ରଶାସନିକ କ୍ଷେତ୍ରରେ, ସଭାସମିତିରେ ସଠିକ୍‌ ସିଦ୍ଧାନ୍ତ ନେବାରେ ଦ୍ୱନ୍ଦ୍ୱରେ ପଡିବେ।

ସିଂହ: ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ରବି ଯୋଗୁ ଆଜିର ପରିସ୍ଥିତି ଓ ରହୁଥିବା ପରିବେଶରେ କିଛି ଗଡବଡ ସୃଷ୍ଟି ହୋଇପାରେ। ଶନିକ୍ଷେତ୍ରସ୍ଥ ବୁଧ ଓ ଶୁକ୍ରଙ୍କ ସମ୍ବନ୍ଧରୁ ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇଯିବେ। କର୍ମ କ୍ଷେତ୍ରରେ ବାଧା ଉପୁଜିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ମନରେ ସରସତା ରହି ନ ପାରେ।

କନ୍ୟା: ଶନି ଦୃଷ୍ଟ ବୁଧ ହେତୁ ଆଜି ଆପଣଙ୍କ ଚେଷ୍ଟା ନିଷ୍ଫଳ ନ ହେଲେ ମଧ୍ୟ ସୁବିଧାରେ ହେବା କଷ୍ଟକର ହୋଇପାରେ। ଦିନଚର୍ଯ୍ୟା ମଧ୍ୟରେ ଯାହା କହିବେ କିମ୍ବା କରିବେ ସବୁ ଭାବିଚିନ୍ତା କରିବା ଭଲ ହେବ। ଋଣ ସୂତ୍ରରେ ଆଜିହିଁ ଅର୍ଥଲାଭ କରିବେ। ମାତ୍ର ଏହା ସଙ୍ଗକୁ ପ୍ରତିଦ୍ୱନ୍ଦୀଙ୍କ କାର୍ଯ୍ୟ, ବାଣିଜ୍ୟର ପ୍ରତିବନ୍ଧକ ଓ ଯାତ୍ରାରେ ଦୁଃଚିନ୍ତା ବଢିପାରେ।

ତୁଳା: ଆପଣଙ୍କ ଆଶା ବାସ୍ତବତାରେ ପରିଣତ ହେବା ସହ ଯାହା ପାଇବା କଥା ତାହା ନିଶ୍ଚିତ ପାଇବେ। ଶନି ଓ ଚନ୍ଦ୍ରଙ୍କ ସମ୍ବନ୍ଧରୁ ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ସମସ୍ୟା ଓ ବିଳମ୍ବତା ସୃଷ୍ଟି କରିବ। ପାପଗ୍ରହ ଦୃଷ୍ଟ ତୃତୀୟଭାବ ହେତୁ ଅତି ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ପାରନ୍ତି।

ବିଛା: କୌଣସି ଅସୁବିଧା ନ ଥିଲେ ମଧ୍ୟ ଚନ୍ଦ୍ରଙ୍କ କଳୁଷତା ହେତୁ ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କରେ ବାଧା ସୃଷ୍ଟି ହେବ ା ବିନା କାରଣରେ ଝଗଡା ସଙ୍ଗକୁ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। କଳା, କ୍ରୀଡା,ସାମ୍ବାଦିକତା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।

ଧନୁ: ପାପଗ୍ରହ ରାଶିରେ ରହିଥିବାରୁ କୌଣସି କାମକୁ ଖୋଲା ମନରେ ଗ୍ରହଣ କରିପାରିବେ ନାହିଁ। ଆକସ୍ମିକ ବିବାଦ କାରଣରୁ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହେବାର ସମ୍ଭାବନା ରହଛି। ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ ଏବଂ ପାରିବାରିକ,ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।

ମକର: ମୁଖଭାବରେ ଶୁକ୍ର ଆପଣଙ୍କ କଥାରେ ଲାଳିତ୍ୟ ଫୁଟାଉଥିଲେ ମଧ୍ୟ ଅର୍ନ୍ତନିହିତ ମନୋବ୍ୟଥାରେ ଦୁଃଶ୍ଚିନ୍ତାଗ୍ରସ୍ଥ ରହିବେ। କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବେନି।

କୁମ୍ଭ: ଶୁଭଗ୍ରହ ପ୍ରଭାବରୁ ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ପ୍ରଫୁଲ୍ଲତା କାର୍ଯ୍ୟସିଦ୍ଧି ପାଇଁ ମନୋବଳ ସୃଷ୍ଟି କରିବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସହ ଆଗାମୀ ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିବେ। ବିଳାସବ୍ୟସନ, ଆନୁଷ୍ଠାନିକ କାମ,ଯାନାବାହନାଦି ଲାଭ ଯୋଗ ମଧ୍ୟ ରହିଛି।

ମୀନ: ରବିଙ୍କ ଯୋଗୁ ଆପଣଙ୍କ ପ୍ରତିଷ୍ଠା ଓ ଲୋକ ସମ୍ପର୍କକୁ ନିଜ ଲୋକମାନେ ଭଲ ଦୃଷ୍ଟିରେ ଦେଖି ନ ପାରନ୍ତି। ବାରମ୍ବାର ଚେଷ୍ଟା କରି ଆସୁଥିବା କାମଗୁଡିକ ଆଜି ଅପରାହ୍ନେ ଠିକ୍‌ ଭାବରେ ସମ୍ପନ୍ନ ହେବ।ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।