ଜାଣନ୍ତୁ ଭଗବାନ ଶିବଙ୍କ କାହିଁକି ପ୍ରିୟ ବେଲପତ୍ର: କ’ଣ ରହିଛି ଏହା ପଛର ମାନ୍ୟତା…

ମହାଶିବରାତ୍ରୀରେ ଶିବ ଭକ୍ତମାନେ ମହାଦେବଙ୍କ ଆରାଧନା କରିଥାନ୍ତି । ଶିବରାତ୍ରୀର ପୂଜାବିଧିରେ ବେଲପତ୍ରର ବ୍ୟବହାର କରାଯାଇଥାଏ । ମହାପ୍ରଭୁ ଶିବଙ୍କୁ ବେଲପତ୍ର ଅତି ପ୍ରିୟ । ଶିବପୂଜାରେ ବେଲପତ୍ରର ଅନେକ ମହତ୍ୱ ରହିଛି । ଶିବଙ୍କୁ ଆରାଧନା ସମୟରେ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରାଯାଇଥାଏ । ମାନ୍ୟତା ରହିଛି ଯେ ଦେବ ଦେବ ମହାଦେବଙ୍କ ଆରାଧନା ବେଲ ପତ୍ର ବିନା ଅସମ୍ପୂର୍ଣ୍ଣ ରହିଥାଏ । ଭଗବାନ ଶିବ ଯାହାଙ୍କୁ ଆମେ ଭୋଲେ ନାଆରେ ମଧ୍ୟ ପୂଜା କରିଥାଉ,
 
ଜାଣନ୍ତୁ ଭଗବାନ ଶିବଙ୍କ କାହିଁକି ପ୍ରିୟ ବେଲପତ୍ର: କ’ଣ ରହିଛି ଏହା ପଛର ମାନ୍ୟତା…

ମହାଶିବରାତ୍ରୀରେ ଶିବ ଭକ୍ତମାନେ ମହାଦେବଙ୍କ ଆରାଧନା କରିଥାନ୍ତି । ଶିବରାତ୍ରୀର ପୂଜାବିଧିରେ ବେଲପତ୍ରର ବ୍ୟବହାର କରାଯାଇଥାଏ । ମହାପ୍ରଭୁ ଶିବଙ୍କୁ ବେଲପତ୍ର ଅତି ପ୍ରିୟ । ଶିବପୂଜାରେ ବେଲପତ୍ରର ଅନେକ ମହତ୍ୱ ରହିଛି । ଶିବଙ୍କୁ ଆରାଧନା ସମୟରେ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରାଯାଇଥାଏ । ମାନ୍ୟତା ରହିଛି ଯେ ଦେବ ଦେବ ମହାଦେବଙ୍କ ଆରାଧନା ବେଲ ପତ୍ର ବିନା ଅସମ୍ପୂର୍ଣ୍ଣ ରହିଥାଏ ।

ଜାଣନ୍ତୁ ଭଗବାନ ଶିବଙ୍କ କାହିଁକି ପ୍ରିୟ ବେଲପତ୍ର: କ’ଣ ରହିଛି ଏହା ପଛର ମାନ୍ୟତା…

ଭଗବାନ ଶିବ ଯାହାଙ୍କୁ ଆମେ ଭୋଲେ ନାଆରେ ମଧ୍ୟ ପୂଜା କରିଥାଉ, ଭୋଲେ ନାଆ ତାଙ୍କୁ ଏଥି ପାଇଁ ଦିଆଯାଇଛି କାରଣ ସେ ବହୁତ ଭୋଲା ଏବଂ ଭକ୍ତଙ୍କ ଟିକକ ସ୍ନେହରେ ସେ ପ୍ରସନ୍ନ ହୋଇଯାଇଥାନ୍ତି । କୁହାଯାଏ ଯେ ଶିବ ଏତେ ଭୋଲା ଯେ ଭକ୍ତ ଯଦି ତାଙ୍କୁ କେବଳ ବେଲପତ୍ର ଦେଇ ବି ପୂଜା କରିବେ ତେବେ ବି ମହାଦେବ ଶିବ ପ୍ରସନ୍ନ ହୋଇଯାନ୍ତି ।

ଜାଣନ୍ତୁ ଭଗବାନ ଶିବଙ୍କ କାହିଁକି ପ୍ରିୟ ବେଲପତ୍ର: କ’ଣ ରହିଛି ଏହା ପଛର ମାନ୍ୟତା…

ଏକ ପୌରାଣିକ କଥା ଅନୁସାରେ ସାଗର ମନ୍ଥନ ସମୟରେ ଯେତେବେଳେ ହାଲାହଲ ନାମକ ବିଷ ବାହରିଲା ସେତେବେଳେ ଭଗବାନ ଶିବ ସେହି ବିଷକୁ ଆଞ୍ଜୁଳାରେ ଆଣି ପାନ କରିଥିଲେ ଏବଂ ବିଷକୁ ନିଜ କଣ୍ଠ ମଧ୍ୟରେ ଧାରଣ କରିଥିଲେ । କଥା ଅନୁସାରେ ଭଗବାନ ଶିବ ବିଷ ପାନ କରିସାରିବା ପରେ ତାଙ୍କ ମସ୍ତିସ୍କ ଗରମ ହେବାକୁ ଲାଗିଲା । ଯାହା ପରେ ଦେବତା ମାନେ ମହାଦେବଙ୍କ ମସ୍ତିସ୍କରେ ଜଳଦାନ କରିଥିଲେ ଏବଂ ତା ସହିତ ବେଲପତ୍ର ମଧ୍ୟ ଅର୍ପଣ କରିଥିଲେ । ଏହାପରେ ଶିବଙ୍କୁ ବେଲପତ୍ର ଦେଇ ପୂଜା କରାଯାଉଛି ।