୧୪ ଏପ୍ରିଲ ୨୦୧୯ ରବିବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଧର୍ମକାର୍ଯ୍ୟ ସଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ୍ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ପୂର୍ଣ୍ଣ ଫଳପ୍ରଦ ରହିବ। ଦିନଟି ଆନନ୍ଦରେ କଟିବ। ବୃଷ: ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପ୍ରିୟବନ୍ଧୁଟି ଧୀରେ ଧୀରେ ଆପଣଙ୍କ ନିକଟରୁ ଦୂରେଇଯାଉଥିବାର ଅନୁଭବ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ବ୍ୟବସାୟ,ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ଭଲ ରହିବ। ମିଥୁନ: କୌଣସି ବ୍ୟକ୍ତି ନିକଟରେ ବାକି ରହିଥିବା ଟଙ୍କା,ପଇସାକୁ କେନ୍ଦ୍ର କରି ଅନର୍ଥ
 
୧୪ ଏପ୍ରିଲ ୨୦୧୯ ରବିବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଧର୍ମକାର୍ଯ୍ୟ ସଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ୍‌ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ପୂର୍ଣ୍ଣ ଫଳପ୍ରଦ ରହିବ। ଦିନଟି ଆନନ୍ଦରେ କଟିବ।

ବୃଷ: ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପ୍ରିୟବନ୍ଧୁଟି ଧୀରେ ଧୀରେ ଆପଣଙ୍କ ନିକଟରୁ ଦୂରେଇଯାଉଥିବାର ଅନୁଭବ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ବ୍ୟବସାୟ,ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ଭଲ ରହିବ।

ମିଥୁନ: କୌଣସି ବ୍ୟକ୍ତି ନିକଟରେ ବାକି ରହିଥିବା ଟଙ୍କା,ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନା, ଆନୁଷ୍ଠାନିକ କାମ, ସଭା ସମିତିରେ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ।

କର୍କଟ: ଆପଣଙ୍କ ବ୍ୟବହାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ଅର୍ଜନ କରିବ। ଆନୁଷଙ୍ଗିକସୁଯୋଗ ପ୍ରାପ୍ତପୂର୍ବକ ଅଫିସିଆଲି କାମଗୁଡିକ ସହଜ ହେବ। ପାରିବାରିକ, ପ୍ରଶାସନ, ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ।

ସିଂହ: ଅଯଥା ଖର୍ଚ୍ଚ ବଢିବ। ପରିବହନ, ଜମିଜମା, କଳକାରଖାନା ଓ ସଭାସମିତିରେ ସଫଳତା ଅର୍ଜନ କରିବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ କେବଳ ମନସ୍ତାପ କରିବା ବ୍ୟତୀତ ସନ୍ତୋଷ ପାଇବେ ନାହିଁ। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ। ସଭାସମିତି, ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ତୁଳା: ପ୍ରତ୍ୟେକ କାର୍ଯ୍ୟ ସକାଶେ ଶୁଭପ୍ରଦ ରହିବ। ଅର୍ଥନୈତିକ ଅଭିବୃଦ୍ଧି, ନୂତନ ସ୍ଥାନ ପରିଦର୍ଶନାଦିର ସୁଯୋଗ ପାଇବେ। କିନ୍ତୁ ବିଶାଖା ନକ୍ଷତ୍ର କାମ ହାସଲ ପାଇଁ ଅନ୍ୟର ସାହାଯ୍ୟ ଲୋଡିବାକୁ ବାଧ୍ୟ ହେବେ। ଯାନବାହନ ଚାଳନାରେ ସତର୍କ ରହିବା ଭଲହେବ।

ବିଛା: କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ପରୋକ୍ଷରେ ଶତ୍ରୁତା କରୁଥିବାବ୍ୟକ୍ତିଙ୍କ ଅପପ୍ରଚାର ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଆବଶ୍ୟକତା ପୂରଣ ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟ ହେବେ।

ଧନୁ: ପାରିବାରିକ ଜଞ୍ଜାଳ ସାମାନ୍ୟ ବୃଦ୍ଧି ପାଇପାରେ, ଯାହା କି ଚିନ୍ତା ବୃଦ୍ଧି କରିବ। ଗଠନମୂଳକ ପ୍ରେରଣା ଦେଇ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ନିର୍ମାଣ, ମାଲିମକଦ୍ଦମା, ବ୍ୟବସାୟ, ଯାତ୍ରା କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପାଇବେ।

ମକର: ନିଜ କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେବାର ଆଶଙ୍କା ରହିଛି ଆପଣଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ରାଜନୈତିକ ସ୍ଥିତି ପ୍ରାୟତଃ ଭଲ ରହିବ।

କୁମ୍ଭ: ପରିବାରରେ ଝଗଡା, ଯାତ୍ରାରେ ସମସ୍ୟା, ଧନହାନି ଓ ମନସ୍ତାପର କାରଣ ହୋଇପାରେ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂର ଯାତ୍ରା କରିବାର ସୂଚନା ରହିଛି। ବ୍ୟବସାୟ, ବାଣିଜ୍ୟ, ପରିବହନ କ୍ଷେତ୍ର ଆଜି ପାଇଁ ମାନ୍ଦା ହେବ ନାହିଁ।

ମୀନ: ଆପଣଙ୍କର ପୂର୍ବ ବିବାଦର ସମାଧାନ ହେବା ସଙ୍ଗକୁ ଦୀର୍ଘଦିନରୁ ଲାଗି ରହିଥିବା ଟେନସନ୍‌ ମଧ୍ୟ କମିଯିବ। ଯାତ୍ରା, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସଙ୍ଗୀତ, କଳା, କ୍ଷେତ୍ରରୁ ପ୍ରଶଂସା ପ୍ରାପ୍ତି ଘଟିବ।