ଘରେ ମନି ପ୍ଲାଣ୍ଟ ଗଛ ଲଗେଇବା ପୂର୍ବରୁ କରିଦିଅନ୍ତୁ ଏହି ୫ଟି କଥା ମିଳିବ ଫାଇଦା

ଘରକୁ ସୁନ୍ଦର ଏବଂ ସବୁଜିମା କରିବା ଲୋକେ ନିଜ ବାଲକୋନିରେ ବିଭିନ୍ନ ପ୍ରକାରର ଗଛ ଲଗାଇଥାଆନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଏକ ଏପରି ଗଛ ଥାଏ ଯାହା କେବଳ ଆପଣଙ୍କ ଘରର ସୈାନ୍ଦର୍ଯ୍ୟ ବଢ଼ାଇନଥାଏ ବରଂ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆଣିଥାଏ। ଏହି ଗଛର ନାଁ ମନି ପ୍ଲାଣ୍ଟ। ଏହି ଗଛ ବିଷୟରେ ବେଳେବେଳେ କୁହାଯାଇଥାଏ ଯେ ଏହି ଗଛକୁ କିଣି ଆଣି ଘରେ ଲଗାଇବା ଅନୁଚିତ୍। ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଆପଣ
 
ଘରେ ମନି ପ୍ଲାଣ୍ଟ ଗଛ ଲଗେଇବା ପୂର୍ବରୁ କରିଦିଅନ୍ତୁ ଏହି ୫ଟି କଥା ମିଳିବ ଫାଇଦା

ଘରକୁ ସୁନ୍ଦର ଏବଂ ସବୁଜିମା କରିବା ଲୋକେ ନିଜ ବାଲକୋନିରେ ବିଭିନ୍ନ ପ୍ରକାରର ଗଛ ଲଗାଇଥାଆନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଏକ ଏପରି ଗଛ ଥାଏ ଯାହା କେବଳ ଆପଣଙ୍କ ଘରର ସୈାନ୍ଦର୍ଯ୍ୟ ବଢ଼ାଇନଥାଏ ବରଂ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆଣିଥାଏ। ଏହି ଗଛର ନାଁ ମନି ପ୍ଲାଣ୍ଟ। ଏହି ଗଛ ବିଷୟରେ ବେଳେବେଳେ କୁହାଯାଇଥାଏ ଯେ ଏହି ଗଛକୁ କିଣି ଆଣି ଘରେ ଲଗାଇବା ଅନୁଚିତ୍। ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଆପଣ ଏହି ଗଛ ଦ୍ବାରା ଲାଭ ଉଠାଇପାରିବେ।

ଘରେ ମନି ପ୍ଲାଣ୍ଟ ଗଛ ଲଗେଇବା ପୂର୍ବରୁ କରିଦିଅନ୍ତୁ ଏହି ୫ଟି କଥା ମିଳିବ ଫାଇଦା

ମନି ପ୍ଲାଣ୍ଟକୁ ସବୁବେଳେ ଦକ୍ଷିଣ ଦିଗରେ ରଖିବା ଉଚିତ୍। ହିନ୍ଦୁ ଧର୍ମ ଅନୁସାରେ ଦକ୍ଷିଣ ଦିଗ ଭଗବାନ ଗଣେଷଙ୍କ ହୋଇଥାଏ। ମନି ପ୍ଲାଣ୍ଟ ଗଛ ଟଙ୍କା ଏବଂ ଉତ୍ତମ ଭାଗ୍ୟର ପ୍ରତୀକ ହୋଇଥାଏ। ଘରର ଦକ୍ଷିଣ କୋଣରେ ଏହା ରଖିବା ଦ୍ବାରା ବ୍ୟକ୍ତିଙ୍କ ଭାଗ୍ୟ ଉଦୟ ହୋଇଥାଏ।

ମନି ପ୍ଲାଣ୍ଟ ଗଛକୁ ବୁଧବାର ଦିନ ରେବତୀ ନକ୍ଷତ୍ର ତିଥିରେ ଘରକୁ ଆଣନ୍ତୁ। ଏହି ଦିନଟି ଶୁଭ ଫଳ ପ୍ରଦାନ କରୁଥିବା ଗଣେଷଙ୍କ ବାର ହୋଇଥିବା ଯୋଗୁଁ ମନି ପ୍ଲାଣ୍ଟ ଗଛ ଘରକୁ ଆଣିବା ଶୁଭ ହୋଇଥାଏ। ଭୁଲରେ ମଧ୍ୟ ମନି ପ୍ଲାଣ୍ଟକୁ ଉତ୍ତର ଦିଗରେ ରଖନ୍ତୁ ନାହିଁ। ଏହା କରିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ନକରାତ୍ମକ ପ୍ରଭାବ ପଡ଼ିବ ଏବଂ ଘରର ସଦସ୍ୟ ରୋଗରେ ପଡ଼ିବେ।

ଘରେ ମନି ପ୍ଲାଣ୍ଟ ଗଛ ଲଗେଇବା ପୂର୍ବରୁ କରିଦିଅନ୍ତୁ ଏହି ୫ଟି କଥା ମିଳିବ ଫାଇଦା

ପାର୍ଟନରଙ୍କ ସହ ଯଦି ସବୁବେଳେ ଝଗଡ଼ା ହେଉଥାଏ ତେବେ ସର୍ବପ୍ରଥମେ ଘରର ପୂର୍ବ କିମ୍ବା ପଶ୍ଚିମ ଦିଗରୁ ମନି ପ୍ଲାଣ୍ଟ ଗଛ ହଟାଇ ଦିଅନ୍ତୁ। ପୂର୍ବ କିମ୍ବା ପଶ୍ଚିମ ଦିଗରେ ମନି ପ୍ଲାଣ୍ଟ ଗଛ ରଖିବା ଦ୍ବାରା ମାନସିକ ଦୁଶ୍ଚିନ୍ତା ହେବା ସହ ସମ୍ପର୍କରେ ମତାନ୍ତର ହୋଇଥାଏ। ଏପରି ପରିସ୍ଥିତିରେ ପରିବାର ଲୋକଙ୍କ ସହ ସମ୍ପର୍କରେ ମଧୁରତା ଆଣିବା ପାଇଁ ଆପଣଙ୍କୁ ପାନ ପତ୍ର ଆକୃତିର ପତ୍ର ହୋଇଥିବା ମନି ପ୍ଲାଣ୍ଟ ଗଛ ଲଗାଇବା ଉଚିତ୍।

ଟଙ୍କା ପଇସାର ଅଭାବକୁ ଦୂର କରିବା ପାଇଁ ଆପଣଙ୍କୁ ନୋଟ ଆକୃତିର ମନି ପ୍ଲାଣ୍ଟ ଗଛ ପୂର୍ବ ଦିଗରେ ଲଗାଇବା ଉଚିତ୍। ଏହା ବ୍ୟତୀତ କେବେ ରବିବାର ଏହି ଗଛରେ ଜଳ ଦେବା ଅନୁଚିତ୍। ଗଛରେ ଜଳ ଦେବା ସମୟରେ ପାଣିରେ ଏକ ଚାମଚ କ୍ଷୀର ମିଶାଇ ଦିଅନ୍ତୁ। ଏହା କରିବା ଦ୍ବାରା ଘରେ ସୁଖ ଶାନ୍ତି ଆସିବା ସହ ଅର୍ଥ ଅଭାବ ଦୂର ହେବ।

ଘରେ ମନି ପ୍ଲାଣ୍ଟ ଗଛ ଲଗେଇବା ପୂର୍ବରୁ କରିଦିଅନ୍ତୁ ଏହି ୫ଟି କଥା ମିଳିବ ଫାଇଦା

ଯଦି ଘରେ ଲାଗିଥିବା ମନି ପ୍ଲାଣ୍ଟ ଗଛ ଭୂମି ଆଡ଼କୁ ମାଡ଼ିଥାଏ ତେବେ ଏପରି ହେବାକୁ ଦିଅନ୍ତୁ ନାହିଁ। ଏହା ଅର୍ଥ ଆପଣଙ୍କ ଧନ ଅଯଥାରେ ଖର୍ଚ୍ଚ ହେଉଛି। ଧନକୁ ସଞ୍ଚିତ କରିବା ପାଇଁ ଏବଂ ଘରେ ସୁଖ ଶାନ୍ତି ଆଣିବା ପାଇଁ ମନି ପ୍ଲାଷ୍ଟକୁ କୈାଣସି ଦଉଡ଼ି କିମ୍ବା ବାଡ଼ିରେ ଉପର ଆଡ଼କୁ ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଯଶବୃଦ୍ଧି ହେବା ସହ ଧନବୃଦ୍ଧି ହେବ।