ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ଲଭ ମ୍ୟାରେଜ ହେବ କି ଆରେଞ୍ଜ ମ୍ୟାରେଜ

ଜୀବନରେ କେତେ ଲୋକ ପ୍ରେମ କରି ବିବାହ କରନ୍ତି ତ ଆଉ କେତେକ ପରିବାର ସମ୍ମତିରେ ବିବାହ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଜନ୍ମ ତାରିଖରୁ ମଧ୍ୟ ଏହା କୁହାଯାଇପାରେ କି, ଆପଣଙ୍କର ଲଭ ମ୍ୟାରେଜ ହେବ କି ଆରେଞ୍ଜ ମ୍ୟାରେଜ ହେବ । ଜନ୍ମ ତାରିଖର ମୂଳ ଅଙ୍କକୁ ଆଖି ଆଗରେ ରଖି ଆପଣ ଜାଣିପାରିବେ ଆପଣ ପ୍ରେମ ବିବାହ କରିବେ କି ନାହିଁ । ଜନ୍ମ ତାରିଖର ସଂଖ୍ୟାର ଯୋଗକୁ ମୂଳ
 
ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ଲଭ ମ୍ୟାରେଜ ହେବ କି ଆରେଞ୍ଜ ମ୍ୟାରେଜ

ଜୀବନରେ କେତେ ଲୋକ ପ୍ରେମ କରି ବିବାହ କରନ୍ତି ତ ଆଉ କେତେକ ପରିବାର ସମ୍ମତିରେ ବିବାହ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଜନ୍ମ ତାରିଖରୁ ମଧ୍ୟ ଏହା କୁହାଯାଇପାରେ କି, ଆପଣଙ୍କର ଲଭ ମ୍ୟାରେଜ ହେବ କି ଆରେଞ୍ଜ ମ୍ୟାରେଜ ହେବ । ଜନ୍ମ ତାରିଖର ମୂଳ ଅଙ୍କକୁ ଆଖି ଆଗରେ ରଖି ଆପଣ ଜାଣିପାରିବେ ଆପଣ ପ୍ରେମ ବିବାହ କରିବେ କି ନାହିଁ । ଜନ୍ମ ତାରିଖର ସଂଖ୍ୟାର ଯୋଗକୁ ମୂଳ ସଂଖ୍ୟା ବୋଲି ଧରାଯାଏ । ତେବେ ଆସନ୍ତୁ ଜାଣିବା କଣ କହୁଛି ଆପଣଙ୍କ ଜନ୍ମ ତାରିଖ..

ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ଲଭ ମ୍ୟାରେଜ ହେବ କି ଆରେଞ୍ଜ ମ୍ୟାରେଜ

ମୂଳ ଅଙ୍କ -୧: (୧, ୧୦, ୧୯ ଓ ୨୮) ଏହି ଅଙ୍କରେ ଜନ୍ମ ହୋଇଥିବା ବ୍ୟକ୍ତି ଲାଜକୁଳା ସ୍ୱଭାବର ହୋଇଥାନ୍ତି । ଏମାନେ ପ୍ରେମ ତ କରନ୍ତି ହେଲେ ପ୍ରେମ ବିବାହ କରିପାରନ୍ତି ନାହିଁ । ମୂଲ୍ୟାଙ୍କ ୧ ସୂର୍ଯ୍ୟଙ୍କ ଅଙ୍କ ଅଟେ ।

ମୂଳ ଅଙ୍କ -୨: (୨, ୧୧, ୨୦ ଓ ୨୯) ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ମୂଲ୍ୟାଙ୍କ ୨ ଅଟେ ଓ ଏହା ଚନ୍ଦ୍ରମାଙ୍କ ଅଙ୍କ ଅଟେ । ଏମାନଙ୍କ ପ୍ରେମ ଧୀରେ ଧୀରେ ହୋଇଥାଏ ଏବଂ ଏମାନେ ବହୁତ ଭାବ-ବିହ୍ବଳ ପ୍ରକୃତିର ହୋଇଥାନ୍ତି । ତେଣୁ ଏମାନଙ୍କର ପ୍ରେମ ବିବାହ ହେବା ସୁନିଶ୍ଚିତ ।

ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ଲଭ ମ୍ୟାରେଜ ହେବ କି ଆରେଞ୍ଜ ମ୍ୟାରେଜ

ମୂଳ ଅଙ୍କ -୩: (୩, ୧୨, ୨୧ ଓ ୩୦) ମୂଲ୍ୟାଙ୍କ ୩ରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ପ୍ରେମ ବିବାହରେ ସଫଳ ହୋଇଥାନ୍ତି । ଏମାନଙ୍କ ବୈବାହିକ ଜୀବନ ସଫଳ ହୋଇଥାଏ ।

ମୂଳ ଅଙ୍କ -୪: (୪, ୧୩, ୨୨ ଓ ୩୧) ଯେଉଁମାନଙ୍କ ଜନ୍ମ ଏହି ତାରିଖରେ ହୋଇଥାଏ ସେମାନଙ୍କ ମୂଲ୍ୟାଙ୍କ ୪ ଅଟେ । ମୂଲ୍ୟାଙ୍କ ୪ ରାହୁଙ୍କ ଅଙ୍କ ଅଟେ । ଏମାନେ ବହୁତ ଜଣଙ୍କ ପ୍ରେମରେ ପଡିଥାନ୍ତି । ଏହି କାରଣରୁ ଏମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇନଥାନ୍ତି । ଏମାନଙ୍କ ପ୍ରେମ ବିବହାର କରିବାର ସମ୍ଭାବନା କମ୍ ଥାଏ ।

ମୂଳ ଅଙ୍କ -୫: (୫, ୧୪ ଓ ୨୩ ) ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ମୂଲ୍ୟାଙ୍କ ୫ ଅଟେ । ଏମାନେ ପାରମ୍ପରିକ ରୀତିନୀତିରେ ବିବାହ କରିବାକୁ ପସନ୍ଦ କରିଥାନ୍ତି । ତେଣୁ ଏମାନଙ୍କ ବିବାହ ପାରିବାରିକ ସମ୍ମତିରେ ହୋଇଥାଏ । କିନ୍ତୁ ଏମାନଙ୍କ ଜାତକରେ ସଫଳ ବୈବାହିକ ଜୀବନ ଓ ପ୍ରେମ ବିବାହର ଯୋଗ ରହିଥାଏ ।

ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ଲଭ ମ୍ୟାରେଜ ହେବ କି ଆରେଞ୍ଜ ମ୍ୟାରେଜ

ମୂଳ ଅଙ୍କ -୬: (୬,୧୫ ଓ ୨୪ ) ଏହି ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଲ୍ୟାଙ୍କ ୬ ଅଟେ । ଏହା ଶୁକ୍ରର ଅଙ୍କ ଅଟେ । ଏମାନେ ପ୍ରେମ ବିବାହ ପାଇଁ ହିଁ ଜନ୍ମ ହୋଇ ଥାଆନ୍ତି । ଏମାନେ ବହୁତ ଜଣଙ୍କ ପ୍ରେମରେ ପଡିଥାନ୍ତି । ଏହି କାରଣରୁ କେବେ କେବେ ଠିକ୍ ଲୋକକୁ ପାଇ ପାରନ୍ତି ନାହିଁ ।

ମୂଳ ଅଙ୍କ -୭: (୭, ୧୬ ଓ ୨୫) ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ମୂଲ୍ୟାଙ୍କ ୭ ଏବଂ ଏହା କେତୁର ଅଙ୍କ ଅଟେ । ଏହି ଲୋକମାନେ ସଙ୍କୁଚିତ ସ୍ଵଭାବର ହୋଇଥାନ୍ତି । ଏମାନେ ପ୍ରେମ ବିବାହ କରିବାକୁ ଚାହିଁଥାନ୍ତି କିନ୍ତୁ ପ୍ରେମ ବିଷୟରେ ପ୍ରକାଶ ନ କରିବା କାରଣରୁ କରିପାରନ୍ତି ନାହିଁ ।

ମୂଳ ଅଙ୍କ -୮: (୮, ୧୭ ଓ ୨୬) ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ମୂଲ୍ୟାଙ୍କ ୮ ଅଟେ ଓ ଏହା ଶନିଙ୍କ ଅଙ୍କ ଅଟେ । ଏମାନେ ବହୁତ କମ୍ ପ୍ରେମରେ ପଡିଥାନ୍ତି । କିନ୍ତୁ ଏମାନେ ଯାହା ପ୍ରେମର ପଡିଥାନ୍ତି ସେହି ଲୋକକୁ ମରିବା ଯାଏଁ ବି ଛାଡନ୍ତି ନାହିଁ ।

ମୂଳ ଅଙ୍କ -୯: (୯, ୧୬ ଓ ୨୭) ଯେଉଁମାନଙ୍କ ଜନ୍ମ ଏହି ତାରିଖରେ ହୋଇଥିଏ ସେମାନଙ୍କ ମୂଲ୍ୟାଙ୍କ ୯ ଏବଂ ଏଡା ମଙ୍ଗଳର ଅଙ୍କ ଅଟେ । ଏମାନେ ନିଜ ଜୀବନରେ କୌଣସି ବିବାଦ ଚାହାଁନ୍ତି ନାହିଁ । ଏହି କାରଣରୁ ଏମାନଙ୍କ ପ୍ରେମ ବିବାହ ସମ୍ଭବାନ କମ୍ ଥାଏ। କିନ୍ତୁ ଏମାନେ ପ୍ରେମ ବିବାହ କରନ୍ତୁ ବା ପରିବାର ସମ୍ମତିରେ ବିବାହ କରନ୍ତୁ ବୈବାହିକ ଜୀବନ ସୁଖମୟ ହୋଇଥାଏ ।