ଅନ୍ୟ ଙ୍କ ସ୍ତ୍ରୀ ସହ ଫେରାର ହୋଇଥିଲା ଏହି ବ୍ୟକ୍ତି, ଧରା ପଡିଲା ପରେ ଲୋକେ ଏମିତି କଲେ ଅବସ୍ଥା

ଗୋଟେ ଅଜବ ଏବଂ ନିନ୍ଦନୀୟ ଘଟଣା ସମ୍ମୁଖ କୁ ଆସିଛି, ଯେଉଁଠାରେ ଜଣେ ପୁଅ ଅନ୍ୟ ର ସ୍ତ୍ରୀ ଙ୍କୁ ନେଇ ଫେରାର ହୋଇଯାଇଥିଲେ। ମଧ୍ୟପ୍ରଦେଶରର ଧର ଠାରେ ଜଣେ ବ୍ୟକ୍ତି ଓ ତାଙ୍କ ପରିବାରର ଅନ୍ୟ ଦୁଇ ଜଣ ସମ୍ପର୍କୀୟା ଭଉଣୀଙ୍କୁ ଗଛରେ ବାନ୍ଧି ମାଡ଼ ଦିଆ ଯାଇଛି। ପୁଣି ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ନାବାଳିକ। ସୋସିଆଲ ମିଡ଼ିଆ ରେ ଏହି ସବୁ ଫଟୋ ଭାଇରଲ ହଉଚି, ସର୍ବସାଧାରଣ ସ୍ଥାନରେ ଦିନ ଦି’ପହରରେ କିଛି
 
ଅନ୍ୟ ଙ୍କ ସ୍ତ୍ରୀ ସହ ଫେରାର ହୋଇଥିଲା ଏହି ବ୍ୟକ୍ତି, ଧରା ପଡିଲା ପରେ ଲୋକେ ଏମିତି କଲେ ଅବସ୍ଥା

ଗୋଟେ ଅଜବ ଏବଂ ନିନ୍ଦନୀୟ ଘଟଣା ସମ୍ମୁଖ କୁ ଆସିଛି, ଯେଉଁଠାରେ ଜଣେ ପୁଅ ଅନ୍ୟ ର ସ୍ତ୍ରୀ ଙ୍କୁ ନେଇ ଫେରାର ହୋଇଯାଇଥିଲେ। ମଧ୍ୟପ୍ରଦେଶରର ଧର ଠାରେ ଜଣେ ବ୍ୟକ୍ତି ଓ ତାଙ୍କ ପରିବାରର ଅନ୍ୟ ଦୁଇ ଜଣ ସମ୍ପର୍କୀୟା ଭଉଣୀଙ୍କୁ ଗଛରେ ବାନ୍ଧି ମାଡ଼ ଦିଆ ଯାଇଛି। ପୁଣି ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ନାବାଳିକ।

ଅନ୍ୟ ଙ୍କ ସ୍ତ୍ରୀ ସହ ଫେରାର ହୋଇଥିଲା ଏହି ବ୍ୟକ୍ତି, ଧରା ପଡିଲା ପରେ ଲୋକେ ଏମିତି କଲେ ଅବସ୍ଥା

ସୋସିଆଲ ମିଡ଼ିଆ ରେ ଏହି ସବୁ ଫଟୋ ଭାଇରଲ ହଉଚି, ସର୍ବସାଧାରଣ ସ୍ଥାନରେ ଦିନ ଦି’ପହରରେ କିଛି ଲୋକ ଘେରିଥିବା ଗଛରେ ଅନ୍ୟୂନ ଦୁଇ ଜଣ ଲୋକ ବନ୍ଧାଯାଇଛନ୍ତି। କିନ୍ତୁ, କେହି ପୀଡ଼ିତ ଓ ପୀଡ଼ିତାଙ୍କୁ ସାହାଯ୍ୟ କରିବାକୁ ଆଗଭର ହେଉ ନାହାନ୍ତି ବରଂ ଏହି କାଣ୍ଡର ଭିଡିଓ ଉତ୍ତୋଳନ କରୁଛନ୍ତି।

ଘଟଣାଟି ଇନ୍ଦୋର ଅର୍ଜୁନ କଲୋନୀରେ ଘଟିଥିବା ଜଣାପଡ଼ିଛି। ଆକ୍ରମଣକାରୀଙ୍କ ମଧ୍ୟରେ ଅଛନ୍ତି ଘରଛାଡ଼ି ପଳାଇଥିବା ବିବାହିତା ମହିଳାଙ୍କ ସ୍ୱାମୀ। ଦୁଇ ଝିଅଙ୍କୁ ମାରଧର କରାଯିବା ସହ ଅସଦାଚରଣ ମଧ୍ୟ କରାଯାଇଛି। ଉଭୟ କୁଆଡ଼େ ଫେରାର ହେବା ଯୋଜନାରେ ସହାୟତା କରିଥିଲେ।

ଅନ୍ୟ ଙ୍କ ସ୍ତ୍ରୀ ସହ ଫେରାର ହୋଇଥିଲା ଏହି ବ୍ୟକ୍ତି, ଧରା ପଡିଲା ପରେ ଲୋକେ ଏମିତି କଲେ ଅବସ୍ଥା

କିଛି ଦିନ ତଳେ ମୁକେଶଙ୍କ ପତ୍ନୀ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ। ସେ ଦହି ଥାନାରେ ନିରୁଦ୍ଦେଶ ଅଭିଯୋଗ କରିଥିଲେ। ଗୁରୁବାର ଦିନ କୌଣସି ପ୍ରକାର ସେ ତାଙ୍କ ପତ୍ନୀଙ୍କ ପ୍ରେମିକ ସହ ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇ ଆପୋସ ସମାଧାନ ଲାଗି ତାଙ୍କୁ ଅର୍ଜୁନ କଲୋନିକୁ ଡାକିଥିଲେ। ଦୁଇ ସମ୍ପର୍କୀୟା ଭଉଣୀଙ୍କୁ ଧରି ପ୍ରେମିକ ହାଜର ହୁଅନ୍ତେ ପ୍ରେମିକାର ସ୍ୱାମୀ ସେମାନଙ୍କୁ ଆକ୍ରମଣ କରିଥିଲେ। ଘଟଣାରେ ଏକ ମାମଲା ରୁଜୁ କରାଯାଇଥିବା କଥା ସିଏସ୍‌ପି ସଞ୍ଜିବ ମୁଲେ କହିଛନ୍ତି। ପାଞ୍ଚଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି, ଖୁବ୍‌ ଶୀଘ୍ର ବାକି ଲୋକଙ୍କୁ ଧରାଯିବ ବୋଲି ସେ କହିଛନ୍ତି।