ପୋଲିସ ହାତରେ ଧାରା ପଡିଲା ଅନୁଭବ ଙ୍କୁ ଧମକ ଦେଇ ଥିବା ବ୍ୟକ୍ତି, ଜାଣନ୍ତୁ କେମିତି ଧରା ପଡିଲା ଦୋଷୀ

ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଥିଲା ହତ୍ୟା ଧମକ। ଜଣେ ଅଜଣା ବ୍ୟକ୍ତି ହ୍ୱାଟ୍ସଆପ୍ରେ ମେସେଜ୍ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ ଓ ଟଙ୍କା ନ ଦେଲେ ହତ୍ୟା କରିବ ବୋଲି ମଧ୍ୟ କହିଥିଲା। ବର୍ତମାନ ବିଜେଡି ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତିକୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ କାଳିଆ
 
ପୋଲିସ ହାତରେ ଧାରା ପଡିଲା ଅନୁଭବ ଙ୍କୁ ଧମକ ଦେଇ ଥିବା ବ୍ୟକ୍ତି, ଜାଣନ୍ତୁ କେମିତି ଧରା ପଡିଲା ଦୋଷୀ

ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଥିଲା ହତ୍ୟା ଧମକ। ଜଣେ ଅଜଣା ବ୍ୟକ୍ତି ହ୍ୱାଟ୍ସଆପ୍‌ରେ ମେସେଜ୍ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ ଓ ଟଙ୍କା ନ ଦେଲେ ହତ୍ୟା କରିବ ବୋଲି ମଧ୍ୟ କହିଥିଲା।

ପୋଲିସ ହାତରେ ଧାରା ପଡିଲା ଅନୁଭବ ଙ୍କୁ ଧମକ ଦେଇ ଥିବା ବ୍ୟକ୍ତି, ଜାଣନ୍ତୁ କେମିତି ଧରା ପଡିଲା ଦୋଷୀ

ବର୍ତମାନ ବିଜେଡି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିକୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ କାଳିଆ ବାରିକ। କାଳିଆ କଟକସ୍ଥିତ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ରହି ମିସ୍ତ୍ରି କାମ କରୁଥିଲେ। କଟକ ସ୍ପେଶାଲ ସ୍କ୍ବାଡ୍‌ ଗୁଜରାଟରୁ ତାଙ୍କୁ ଗିରଫ କରି ପୁରୀଘାଟ ଥାନାରେ ରଖି ପଚରାଉଚରା କରୁଛି।

ପୋଲିସ ହାତରେ ଧାରା ପଡିଲା ଅନୁଭବ ଙ୍କୁ ଧମକ ଦେଇ ଥିବା ବ୍ୟକ୍ତି, ଜାଣନ୍ତୁ କେମିତି ଧରା ପଡିଲା ଦୋଷୀ

ସୂଚନାନୁଯାୟୀ, ଗତ ଏପ୍ରିଲ ୨୯ ତାରିଖ ରାତିରେ ସା˚ସଦ ପ୍ରାର୍ଥୀ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରୁ କଟକ ଫେରୁଥିଲା ବେଳେ ରାତି ପ୍ରାୟ ୯ଟା ୧୨ ମିନିଟ୍‌ ବେଳେ ତାଙ୍କ ମୋବାଇଲ୍‌ ହ୍ବାଟ୍‌ସଆପ୍‌କୁ ଏକ ମେସେଜ୍‌ ଆସିଥିଲା। ଏଥିରେ ଲେଖାଥିଲା ‘୧୦ ଲକ୍ଷ ଦେବାକୁ ପଡ଼ିବ। ନଦେଲେ ତତେ ଆମେ ମାରି ଦେବୁ।’ ପୁଣି ଆଉ ଏକ ମେସେଜ୍‌ ରାତି ୯ଟା ୧୭ରେ ଆସିଥିଲା। ଏଥିରେ ଲେଖାଥିଲା, ‘କଣ କହୁଛୁ…’। ଏହି ମେସେଜ୍‌ ଆଧାରରେ ଅନୁଭବ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା(କେସ୍‌ ନ˚ ୯୧) ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତେବେ ମେ’ ୩ ତାରିଖରେ ପୁଣି ସମାନ ଧମକ ମିଳିଥିଲା। ମୋବାଇଲ୍‌ ସିଡିଆର‌୍‌ ଏବ˚ ଲୋକେସନ୍‌ ଯାଞ୍ଚ ପରେ ଉକ୍ତ ନମ୍ବରଟି କଟକରେ ଦିନ ମଜୁରିଆ କାମ କରୁଥିବା କାଳିଆ ବ୍ୟବହାର କରୁଥିବା ଜଣାପଡ଼ିଥିଲା।

ପୋଲିସ ହାତରେ ଧାରା ପଡିଲା ଅନୁଭବ ଙ୍କୁ ଧମକ ଦେଇ ଥିବା ବ୍ୟକ୍ତି, ଜାଣନ୍ତୁ କେମିତି ଧରା ପଡିଲା ଦୋଷୀ

ଗିରଫ ପରେ କାଳିଆକୁ କଟକ ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୋମବାର ତାଙ୍କ ଜାମିନ ଆବେଦନ ଶୁଣାଣି କରାଯିବ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ବଜିତ ବରାଳ ମାମଲା ପରିଚାଳନା କରୁଛନ୍ତି। ପଇସା ଲୋଭ ରେ ଅଭିଯୁକ୍ତ ଏମିତି କରିଥାଇ ପାରେ ବୋଲି ଅନୁମାନ କରା ଯାଉଛି।