ଖୁବ୍ ଶୀଘ୍ର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇପାରନ୍ତି ଯୁବରାଜ ସିଂହ, ସନ୍ୟାସ ନେବାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ସୀମିତ ଓଭର କ୍ରିକେଟରେ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରିବା ଲାଗି ଗୁରୁତର ସହ ଚିନ୍ତା କରୁଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅନୁମୋଦିତ ବିଦେଶୀ ଟି୨୦ ଲିଗ୍ରେ ଜଣେ ଫ୍ରିଲାନ୍ସ (ଆତ୍ମନିଯୁକ୍ତ) କ୍ରିକେଟର ଭାବେ ଖେଳିବାକୁ ଚାହୁଁଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରୁ ଏଥିଲାଗି ଅନୁମତି ମିଳିବା ପରେ ପଞ୍ଜାବର ଏହି ବିସ୍ଫୋରକ ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ଅନ୍ତିମ ନିଷ୍ପତ୍ତି ନେବେ ବୋଲି
 
ଖୁବ୍ ଶୀଘ୍ର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇପାରନ୍ତି ଯୁବରାଜ ସିଂହ, ସନ୍ୟାସ ନେବାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ସୀମିତ ଓଭର କ୍ରିକେଟରେ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିବା ଲାଗି ଗୁରୁତର ସହ ଚିନ୍ତା କରୁଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅନୁମୋଦିତ ବିଦେଶୀ ଟି୨୦ ଲିଗ୍‌ରେ ଜଣେ ଫ୍ରିଲାନ୍ସ (ଆତ୍ମନିଯୁକ୍ତ) କ୍ରିକେଟର ଭାବେ ଖେଳିବାକୁ ଚାହୁଁଛନ୍ତି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରୁ ଏଥିଲାଗି ଅନୁମତି ମିଳିବା ପରେ ପଞ୍ଜାବର ଏହି ବିସ୍ଫୋରକ ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ଅନ୍ତିମ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ଖୁବ୍ ଶୀଘ୍ର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇପାରନ୍ତି ଯୁବରାଜ ସିଂହ, ସନ୍ୟାସ ନେବାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଏଥିସହ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ଆଉ ସମ୍ଭାବନା ନାହିଁ ବୋଲି ଯୁବରାଜ ସ୍ବୀକାର କରିସାରିଛନ୍ତି। ‘ଯୁବରାଜ ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟ୍‌ରୁ ଅବସର ନେବାକୁ ଚିନ୍ତା କରୁଛନ୍ତି। ଜିଟି୨୦ (କାନାଡା) ଏବଂ ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍‌ସରେ ହେବାକୁ ଥିବା ୟୁରୋ ଟି୨୦ ସ୍ଲାମ୍‌ରେ ଖେଳିବା ଲାଗି ଆସିଥିବା ଅଫର ବିଷୟରେ ସେ ବିସିସିଆଇ ସହିତ ସ୍ପଷ୍ଟ ଭାବେ ଆଲୋଚନା କରିବାକୁ ଚାହୁଁଛନ୍ତି’ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି। ନିକଟରେ କାର୍‌ବୀୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଖେଳିବା ପାଇଁ ଇର୍ଫାନ ପଠାନ ତାଙ୍କ ନାମକୁ ଡ୍ରାଫ୍ଟକୁ ସୁପାରିସ କରିଥିଲେ।

ଖୁବ୍ ଶୀଘ୍ର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇପାରନ୍ତି ଯୁବରାଜ ସିଂହ, ସନ୍ୟାସ ନେବାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

କିନ୍ତୁ ଇର୍ଫାନ ପ୍ରଥମଶ୍ରେଣୀ କ୍ରିକେଟରେ ସକ୍ରିୟ ରହିଥିବା ସତ୍ତ୍ୱେ ବିସିସିଆଇ ନିକଟରୁ ଅନୁମତି ନେଇ ନ ଥିଲେ। ‘ଡ୍ରାଫ୍ଟରୁ ନାମକୁ ଉଠାଇ ନେବା ଲାଗି ଇର୍ଫାନଙ୍କୁ କୁହାଯାଇଥିଲା। ଯୁବରାଜଙ୍କ କ୍ଷେତ୍ରରେ ଆମେ ନିୟମକୁ ଚେକ୍‌ କରିବୁ। ଯଦି ସେ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ନେଇଯାଆନ୍ତି, ତଥାପି ସେ ବର୍ତ୍ତମାନ ବି ବିସିସିଆଇ ସ୍ବୀକୃତିପ୍ରାପ୍ତ ଟି୨୦ ଲିଗ୍‌ରେ ଜଣେ ସକ୍ରିୟ ସଦସ୍ୟ। ଏ ନେଇ ଆମକୁ ନିୟମକୁ ଯାଞ୍ଚ କରିବାକୁ ପଡ଼ିବ’ ବୋଲି ବିସିସିଆଇର ଏହି ବରିଷ୍ଠ ଅଧିକାରୀ ପିଟିଆଇକୁ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି।

ଖୁବ୍ ଶୀଘ୍ର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇପାରନ୍ତି ଯୁବରାଜ ସିଂହ, ସନ୍ୟାସ ନେବାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଗତ ଆଇପିଏଲ୍‌ରେ ଯୁବରାଜ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ତାଙ୍କୁ ଖେଳିବାର ବେଶି ସୁଯୋଗ ମିଳି ନ ଥିଲା। ଏହା ହିଁ ଯୁବରାଜଙ୍କୁ ଭବିଷ୍ୟତ ବିଷୟରେ ଅଧିକ ଚିନ୍ତା କରିବାକୁ ବାଧ୍ୟ କରିଥିବା କୁହାଯାଉଛି। ଯଦି କାନାଡ଼ା ଓ ୟୁରୋ ଟି୨୦ ସ୍ଲାମ୍‌ରେ ଯୁବରାଜ ଖେଳନ୍ତି, ତେବେ ଏହି ଲିଗ୍‌ର ମାଇଲେଜ୍‌ ଆଶାତୀତ ଭାବେ ବଢ଼ିଯିବାର ସମ୍ଭାବନା ରହିଛି। ଡବ୍‌ଲିନରେ ଅନୁଷ୍ଠିତ ଟି୧୦ ଲିଗ୍‌ରେ ଯଦି ଜାହିର ଖାଁ ଓ ବୀରେନ୍ଦ୍ର ସେହ୍ବାଗଙ୍କୁ ଖେଳିବାକୁ ଅନୁମତି ଦିଆଯାଇଛି, ତେବେ ଯୁବରାଜଙ୍କୁ କାହିଁକି ମିଳିବ ନାହିଁ ବୋଲି କିଛି ଲୋକ ପ୍ରଶ୍ନ କରିଛନ୍ତି। ଯଦି ଅବସରପ୍ରାପ୍ତ ଖେଳାଳିଙ୍କୁ ବିଗ୍‌ ବାସ୍‌ ଲିଗ୍‌, କାର୍‌ବୀୟନ ପ୍ରିମିୟର ଲିଗ୍‌, ବାଂଲାଦେଶ ପ୍ରିମିୟର ଲିଗ୍‌ ଆଦିରୁ ଖେଳିବାକୁ ଅଫର ଆସେ ତେବେ ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି ଏହି ଅଧିକାରୀ ଜଣଙ୍କ କହିଛନ୍ତି।

ଖୁବ୍ ଶୀଘ୍ର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇପାରନ୍ତି ଯୁବରାଜ ସିଂହ, ସନ୍ୟାସ ନେବାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଯୁବରାଜ ଭାରତ ପକ୍ଷରୁ ୪୦ ଟେଷ୍ଟ, ୩୦୪ ଦିନିକିଆ ଓ ୫୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ସେ ୧୯୦୦ ରନ୍‌ କରିଥିବାବେଳେ ଦିନିକିଆରେ ୮୭୦୧ ରନ୍‌ କରିଛନ୍ତି, ଯେଉଁଥିରେ ୧୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ। ସେହିଭଳି ୮ଟି ଅର୍ଦ୍ଧଶତକ ସହ ଟି୨୦ରେ ୧୧୭୭ ରନ୍‌ କରିଛନ୍ତି। ଦିନିକିଆ ଓ ଟି୨୦ରେ ତାଙ୍କ ନାମରେ ଯଥାକ୍ରମେ ୧୧୧ ଓ ୨୮ ଉଇକେଟ୍‌ ସାମିଲ ରହିଛି।