ହେ ଗୁରୁ ତୁମେ ମଙ୍ଗଳମୟ, ଶ୍ରୀ ସାଇ ଗୁରୁ ଭାଗବତ, ସାଇବାବାଙ୍କ ଭକ୍ତମାନେ ନିଶ୍ଚିତ ପଢନ୍ତୁ

ଶ୍ରୀ ଗୁରୁଦେବ ଗୁରୁଦେବ,ପ୍ରାଣ ମୋ ଖୋଜେ ପାଦତବ । ତୁମ ଶ୍ରୀ ପୟର ଧ୍ୟାନରେ,ଏକାଗ୍ରତା ଆସେ ମନରେ । ।(୧) ଅନ୍ୟଥା ମାୟାର ଯେ ଖେଳ,ଘେରଇ ଜଗତ ଜଞାଳ । ସେ ମାୟା ଖେଳେ ହାରିହାର,ଡାକେ ମୋ ଜୀବ ରଖ ହରି । ।(୨) ରୋଗ ଦୁଶ୍ଚିନ୍ତା ଭବତାପ, ଶୋକ ଦାରିଦ୍ର୍ୟ ଅନୁତାପ । ଏକକୁ ଏକ ମହାବଳୀ,କରନ୍ତି ଜୀବେ ଦଳାଦଳି । ।(୩) କ୍ଷଣକୁ ମନ ସମୁଦ୍ରରେ, ଉଠେ ତରଙ୍ଗ ଆକ୍ରୋଶରେ । ପ୍ରତ୍ୟେକ ଚିନ୍ତା
 
ହେ ଗୁରୁ ତୁମେ ମଙ୍ଗଳମୟ, ଶ୍ରୀ ସାଇ ଗୁରୁ ଭାଗବତ, ସାଇବାବାଙ୍କ ଭକ୍ତମାନେ ନିଶ୍ଚିତ ପଢନ୍ତୁ

ଶ୍ରୀ ଗୁରୁଦେବ ଗୁରୁଦେବ,ପ୍ରାଣ ମୋ ଖୋଜେ ପାଦତବ ।

ତୁମ ଶ୍ରୀ ପୟର ଧ୍ୟାନରେ,ଏକାଗ୍ରତା ଆସେ ମନରେ । ।(୧)

ଅନ୍ୟଥା ମାୟାର ଯେ ଖେଳ,ଘେରଇ ଜଗତ ଜଞାଳ ।

ସେ ମାୟା ଖେଳେ ହାରିହାର,ଡାକେ ମୋ ଜୀବ ରଖ ହରି । ।(୨)

ରୋଗ ଦୁଶ୍ଚିନ୍ତା ଭବତାପ, ଶୋକ ଦାରିଦ୍ର୍ୟ ଅନୁତାପ ।

ଏକକୁ ଏକ ମହାବଳୀ,କରନ୍ତି ଜୀବେ ଦଳାଦଳି । ।(୩)

କ୍ଷଣକୁ ମନ ସମୁଦ୍ରରେ, ଉଠେ ତରଙ୍ଗ ଆକ୍ରୋଶରେ ।

ପ୍ରତ୍ୟେକ ଚିନ୍ତା ଯେ ତରଙ୍ଗ,ହୃଦୟ ନ ହୁଅଇ ଶାନ୍ତ । ।(୪)

ପଣ୍ଡିତ ପାଶେ ଧାଇଁ ଧାଇଁ,ଦାନ ଦକ୍ଷିଣା ଦେଇ ଦେଇ ।

ମନ୍ଦିରେ ବ୍ୟାକୁଳ କ୍ରନ୍ଦନ, କରନ୍ତି ଦୁଃଖୀ ଜୀବଗଣ । ।(୫)

ଗଙ୍ଗାରେ ସ୍ନାନ ବାର ବ୍ରତ,ପୂଜା ଉପାସ ବିଧିମତ ।

ହେ ଗୁରୁ ତୁମେ ମଙ୍ଗଳମୟ, ଶ୍ରୀ ସାଇ ଗୁରୁ ଭାଗବତ, ସାଇବାବାଙ୍କ ଭକ୍ତମାନେ ନିଶ୍ଚିତ ପଢନ୍ତୁ

ଜୀବନ ସାରା କରୁଥାନ୍ତି,ତଥାପି ଦୁଃଖ ଭୋଗୁଥାନ୍ତି । ।(୬)

ହେ ଗୁରୁଦେବ ଭକ୍ତପ୍ରାଣ,ଭକତ ପାଇଁ ଏ ଜୀବନ ।

ହେଲେ ଭକ୍ତର ସନ୍ଧିକାଳ,ଆରମ୍ଭ ତୁମ କୃପାଖେଳ । । (୭)

ଭକ୍ତ ଯେବେ ହୁଏ ନିରାଶ, ସେବେଳେ ତୁମେ କାହୁଁ ଆସ ।

ଅନ୍ତରେ ସିଂଚି ଭାବ ଜଳ,ଦିଅ ଜ୍ଞାନ,ଶକ୍ତି ଓ ବଳ । ।(୮)

ଯା ପ୍ରତି ଝରେ କୃପାଭାବ,ନୟନୁ ତବ ଗୁରୁଦେବ ।

ସେ କୃପା ବାରିସାଥେ ମିଶିବୁହଇ ହରିଙ୍କ ଶକତି । ।(୯)

ଯା ପ୍ରତି ତୁମେ କୃପାକର,ସମସ୍ତ ଶକ୍ତି ତା ଚାକର ।

ଶକ୍ତି ଚାଲେ ତୁମ ଇଚ୍ଛାରେ,ପଂଚ ତତ୍ୱ ତ ତୁମ ଆଜ୍ଞାରେ । ।(୧୦)

ଯେମିତି ତୁମ ଇଚ୍ଛା ହୁଏ,ସେପରି ଅଗ୍ନି ବାୟୁ ଧାଏଁ ।

ହେ ଗୁରୁ ତୁମେ ମଙ୍ଗଳମୟ, ଶ୍ରୀ ସାଇ ଗୁରୁ ଭାଗବତ, ସାଇବାବାଙ୍କ ଭକ୍ତମାନେ ନିଶ୍ଚିତ ପଢନ୍ତୁ

ପଂଚଭୂତ ତ ତୁମର ଦାସ ,ଜଳ,ମାଟି ପୁଣି ଆକାଶ । ।(୧୧)

ହେ ଗୁରୁ ସଖା,ଭାଇ,ମାତା,ହେ ପ୍ରିୟ କ୍ଷମାଶୀଳ ପିତା ।

ହୃଦକନ୍ଦରେ ବସିଥାଅ,ମୋ ଶ୍ରଦ୍ଧା ଫୁଲ ଘେନୁଥାଅ । ।(୧୨)

ମୋ ଗୁପ୍ତ ହୃଦୟ ଉଦ୍ୟାନେ ,କୃପାର ପାରିଜାତ ବନେ ।

ଦିଶେ ତୁମର ଦିବ୍ୟ ରୂପ,ଚିନ୍ମୟ ଆଭାରେ ସ୍ବରୂପ । ।(୧୩)

ସେ ବେଳେ ମନ ହୁଏ ସ୍ଥିର,ଚିଦାକାଶରେ ଗୁରୁବର ।

ଭୂରୁ ମଧ୍ୟରେ ଉର୍ଦ୍ଧ ନେତ୍ରେ,ଝଲ ସେ ରୂପ ଜ୍ୟୋତିର୍ମତେ । ।(୧୪)

ଆଭା ଦେଖି ତମ ରୂପର,ମନ ସେଠାରେ ହୁଏ ସ୍ଥିର ।

ସ୍ତବଧ ହୁଏ ପଂଚ ପ୍ରାଣ,ପବିତ୍ର ହୁଏ ମୋ ନୟନ । ।(୧୫)

ହେ ଗୁରୁ ତୁମେ ମଙ୍ଗଳମୟ, ଶ୍ରୀ ସାଇ ଗୁରୁ ଭାଗବତ, ସାଇବାବାଙ୍କ ଭକ୍ତମାନେ ନିଶ୍ଚିତ ପଢନ୍ତୁ

ସେ କାନ୍ତିମୟ ତୋ ଶରୀର,ବିଦାକାଶରେ ଗୁରୁବର ।

ଭାଷା ମୋ ନାହିଁ ବୋଲିବାକୁ,ରସନା ସ୍ତବ୍ଧ କହିବାକୁ । ।(୧୬)

ଯେମିତି ବାଛୁରୀକୁ ଝୁରି,(ଗାଈ) ଥନରୁ ଦୁଧ ଯାଏ ଝରି ।

ସେମିତି ବାତ୍ସଲ୍ୟ ତୁମର,ଝରଇ ହୋଇ କୃପାଝର । ।(୧୭)

ହେ ଗୁରୁଦେବ ପ୍ରିୟତମ,ତୋ ପାଦେ ସାଷ୍ଟାଙ୍ଗ ପ୍ରଣାମ ।

ଚରଣ ଧୂଳି ଦେହେ ବୋଳି,ପବିତ୍ର ମୁଁ ଯେ ହୋଇଗଲି । ।(୧୮)