ଦକ୍ଷିଣ ଆଫ୍ରିକା ସହ ଆଜି ଭାରତର ପ୍ରଥମ ମ୍ୟାଚ, ଉଭୟ ଦଳରେ ଅଛନ୍ତି ଖତରନାକ୍ ଖେଳାଳି, ଦେଖନ୍ତୁ କେଉଁ ଦଳ ଅଧିକ ଶକ୍ତିଶାଳୀ

ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ର ଚଳିତ ଦ୍ୱାଦଶ ସଂସ୍କରଣରେ ଭାରତ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବ। ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ୧୩୦ କୋଟି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ନେଇ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଆଘାତ ସମସ୍ୟା ଜର୍ଜରିତ ଦକ୍ଷିଣ ଆଫ୍ରିକା ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି
 
ଦକ୍ଷିଣ ଆଫ୍ରିକା ସହ ଆଜି ଭାରତର ପ୍ରଥମ ମ୍ୟାଚ, ଉଭୟ ଦଳରେ ଅଛନ୍ତି ଖତରନାକ୍ ଖେଳାଳି, ଦେଖନ୍ତୁ କେଉଁ ଦଳ ଅଧିକ ଶକ୍ତିଶାଳୀ

ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଭାରତ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ୧୩୦ କୋଟି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ନେଇ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସାଉଥାମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଆଘାତ ସମସ୍ୟା ଜର୍ଜରିତ ଦକ୍ଷିଣ ଆଫ୍ରିକା ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆଶା କରାଯାଉଛି।

ଦକ୍ଷିଣ ଆଫ୍ରିକା ସହ ଆଜି ଭାରତର ପ୍ରଥମ ମ୍ୟାଚ, ଉଭୟ ଦଳରେ ଅଛନ୍ତି ଖତରନାକ୍ ଖେଳାଳି, ଦେଖନ୍ତୁ କେଉଁ ଦଳ ଅଧିକ ଶକ୍ତିଶାଳୀ

ଭାରତୀୟ ଅଧିନାୟକ କୋହଲି ତାଙ୍କ ଆନ୍ତର୍ଜାତିକ କ୍ୟାରିୟରର ଏକ ନୂଆ ସୋପାନରେ ପାଦ ଦେବାକୁ ଯାଉଛନ୍ତି। ଭାରତୀୟ ଦଳରେ କୋହଲିଙ୍କ ସମେତ ଏକାଧିକ ମ୍ୟାଚ୍‌ ଓ୍ବିନର ରହିଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା କ୍ରମାଗତ ଦୁଇଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ପ୍ରଥମେ ଇଂଲଣ୍ଡ ଓ ପରେ ବାଂଲାଦେଶଠାରୁ ପରାସ୍ତ ହେବା ପରେ ଦଳର ଆତ୍ମବିଶ୍ୱାସରେ ଅବନତି ହୋଇଥିବ। ପୁଣି ଅଭିଜ୍ଞ ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ କାନ୍ଧରେ ଆଘାତ ସମସ୍ୟା କାରଣରୁ ବିଶ୍ୱକପ୍‌ରୁ ବାଦ ପଡିଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକାର ସମସ୍ୟା ଦ୍ୱିଗୁଣିତ ହୋଇଛି। ତାଙ୍କ ବଦଳରେ ବାମହାତୀ ଦ୍ରୁତ ବୋଲର ବେଉରାନ ହେଣ୍ଡ୍ରିକ୍ସଙ୍କୁ ଦଳରେ ସାମିଲ କରାଯାଇଛି।

ଦକ୍ଷିଣ ଆଫ୍ରିକା ସହ ଆଜି ଭାରତର ପ୍ରଥମ ମ୍ୟାଚ, ଉଭୟ ଦଳରେ ଅଛନ୍ତି ଖତରନାକ୍ ଖେଳାଳି, ଦେଖନ୍ତୁ କେଉଁ ଦଳ ଅଧିକ ଶକ୍ତିଶାଳୀ

ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡି ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ଭାରତ ବିପକ୍ଷ ମ୍ୟାଚ୍‌ରେ ନ ଖେଳିବା ସ୍ପଷ୍ଟ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବଲ ହାସିମ ଆମଲାଙ୍କ ହେଲମେଟ୍‌ରେ ବାଜିଥିଲା। ସେଥିପାଇଁ ଆମଲା ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି। ତେଣୁ ଦକ୍ଷିଣ ଆଫ୍ରିକା ସାମାନ୍ୟ ଦୁର୍ବଳ ହୋଇଛି ବୋଲି କହିଲେ ଭୁଲ ହେବନାହିଁ। ତେବେ କୌଣସି ପ୍ରକାର ପରିସ୍ଥିତିରେ ଦକ୍ଷିଣ ଆଫ୍ରିକାକୁ ଆଦୌ ହେୟ ମନେ କରିହେବ ନାହିଁ ବୋଲି ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ସତର୍କ କରାଇଦେଇଛନ୍ତି। ତେବେ ଆପଣଙ୍କ ହିସାବରେ କେଉଁ ଦଳ ଆଜି ବିଜୟର ପ୍ରବଳ ଦାବିଦାର ତଳେ କମେଣ୍ଟ କରି ନିଶ୍ଚିତ ବତାନ୍ତୁ।

ଦକ୍ଷିଣ ଆଫ୍ରିକା ସହ ଆଜି ଭାରତର ପ୍ରଥମ ମ୍ୟାଚ, ଉଭୟ ଦଳରେ ଅଛନ୍ତି ଖତରନାକ୍ ଖେଳାଳି, ଦେଖନ୍ତୁ କେଉଁ ଦଳ ଅଧିକ ଶକ୍ତିଶାଳୀ

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ରୋହିତ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା।

ଦକ୍ଷିଣ ଆଫ୍ରିକା ସହ ଆଜି ଭାରତର ପ୍ରଥମ ମ୍ୟାଚ, ଉଭୟ ଦଳରେ ଅଛନ୍ତି ଖତରନାକ୍ ଖେଳାଳି, ଦେଖନ୍ତୁ କେଉଁ ଦଳ ଅଧିକ ଶକ୍ତିଶାଳୀ

ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ, ଏଡେନ ମାରକ୍ରାମ, ହାସିମ୍‌ ଅମଲା, ଜେପି ଡୁମିନି, ଡେଭିଡ ମିଲର, ବେଉରାନ ହେଣ୍ଡ୍ରିକ୍ସ, କାଗିସୋ ରାବାଡ଼ା, ଡ୍ବେନ ପେର୍ଟୋରିୟସ୍‌, ଆଣ୍ଡିଲ ଫେଲୁକ୍ୱାୟୋ, ତାବ୍ରେଜ ଶମ୍‌ଶି, ଇମ୍ରାନ ତାହିର, ଲୁନ୍‌ଗି ଏନ୍‌ଗିଡି, କ୍ରିସ୍‌ ମୋରିସ୍‌ ଓ ରାସି ଭାନ ଡେର ଡୁସେନ।