ମୟୂର ପୁଚ୍ଛ ଘରେ ରଖିଲେ ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା, ସୁଖ ସମୃଦ୍ଧି ବି ଆଣିଥାଏ

ମୟୂରକୁ ସବୁଠୁ ସୁନ୍ଦର ପକ୍ଷୀ ବୋଲି କୁହାଯାଏ। ଜ୍ୟୋତିଷ, ବାସ୍ତୁ, ଧର୍ମ, ପୁରାଣ ଓ ସଂସ୍କୃତି ଅନୁସାରେ ମୟୂରକୁ ଆଧ୍ୟାତ୍ମିକ ମହତ୍ବ ଦିଆଯାଏ। ଭଗବାନ ଶ୍ରୀକୃଷ୍ଣ ସବୁବେଳେ ନିଜ ଚୂଳରେ ମୟୂର ପୁଚ୍ଛ ଖୋସୁଥିଲେ । ମୟୂର ପୁଚ୍ଛର କଣ ବିଶେଷତ୍ବ ରହିଛି ଓ ଏହା କିଭଳି ବାସ୍ତୁଦୋଷ ଦୂର କରିଥାଏ ଜାଣନ୍ତୁ । ମୟୂର ପୁଚ୍ଛ ସକରାତ୍ମକ ଉର୍ଜା ବା ଶକ୍ତିରେ ଭରପୁର । ଏହା ଘରେ ରଖିଲେ ନକରାତ୍ମକ ଶକ୍ତି ଘରୁ ଦୂର କରିଥାଏ
 
ମୟୂର ପୁଚ୍ଛ ଘରେ ରଖିଲେ ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା, ସୁଖ ସମୃଦ୍ଧି ବି ଆଣିଥାଏ

ମୟୂରକୁ ସବୁଠୁ ସୁନ୍ଦର ପକ୍ଷୀ ବୋଲି କୁହାଯାଏ। ଜ୍ୟୋତିଷ, ବାସ୍ତୁ, ଧର୍ମ, ପୁରାଣ ଓ ସଂସ୍କୃତି ଅନୁସାରେ ମୟୂରକୁ ଆଧ୍ୟାତ୍ମିକ ମହତ୍ବ ଦିଆଯାଏ। ଭଗବାନ ଶ୍ରୀକୃଷ୍ଣ ସବୁବେଳେ ନିଜ ଚୂଳରେ ମୟୂର ପୁଚ୍ଛ ଖୋସୁଥିଲେ । ମୟୂର ପୁଚ୍ଛର କଣ ବିଶେଷତ୍ବ ରହିଛି ଓ ଏହା କିଭଳି ବାସ୍ତୁଦୋଷ ଦୂର କରିଥାଏ ଜାଣନ୍ତୁ ।

ମୟୂର ପୁଚ୍ଛ ଘରେ ରଖିଲେ ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା, ସୁଖ ସମୃଦ୍ଧି ବି ଆଣିଥାଏ

ମୟୂର ପୁଚ୍ଛ ସକରାତ୍ମକ ଉର୍ଜା ବା ଶକ୍ତିରେ ଭରପୁର । ଏହା ଘରେ ରଖିଲେ ନକରାତ୍ମକ ଶକ୍ତି ଘରୁ ଦୂର କରିଥାଏ ଓ ଏହା ଘରେ ଥିଲେ ସଂପୃକ୍ତ ଘରର ସବୁ ଅମଙ୍ଗଳ ବେଳେ ସୁରକ୍ଷା ପ୍ରଦାନ କରିଥାଏ। ଏହି କାରଣ ପାଇଁ ଏଧିକାଂଶ ଲୋକେ ନିଜ ଘରେ ମୟୂର ପୁଚ୍ଛ ଲଗାନ୍ତି।

ମୟୂର ପୁଚ୍ଛ ଘରେ ରଖିଲେ ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା, ସୁଖ ସମୃଦ୍ଧି ବି ଆଣିଥାଏ

ମୟୁର ପୁଚ୍ଛ ପ୍ରତ୍ୟେକ ଖରାପ ଦୃଷ୍ଟିରୁ ଘରକୁ ରକ୍ଷା କରିଥାଏ ସେଥିପାଇଁ ଏହାକୁ ସବୁଠୁ ଶକ୍ତିଶାଳୀ କୁହାଯାଏ। ଆପଣମାନେ ନିଶ୍ଚୟ ନଜର କରିଥିବେ ଯେ, ଆମେ ଯେତେବେଳେ ମନ୍ଦିର କିମ୍ବା କୌଣସି ଧାର୍ମିକ ପୀଠକୁ ଯାଉ ସେଠାରେ ପୂଜକ ଆମ ଉପରେ ମୟୂର ପୁଚ୍ଛ ବିଡାକୁ ଆମ ଦେହରେ ବୁଲାଇନେଇଥାନ୍ତି । ଏହାର ଏକମାତ୍ର କାରଣ ହେଉଛି ଶରୀରରେ ଥିବା ନକରାତ୍ମକ ତତ୍ତ୍ବକୁ ବାହାର କରିବା ।

ମୟୂର ପୁଚ୍ଛ ଘରେ ରଖିଲେ ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା, ସୁଖ ସମୃଦ୍ଧି ବି ଆଣିଥାଏ

ହିନ୍ଦୁ ଧର୍ମରେ ମୟୂର ପୁଚ୍ଛକୁ ଧନର ଦେବୀ ଲକ୍ଷ୍ମୀ ଓ ବିଦ୍ୟାର ଦେବୀ ସରସ୍ବତୀ ଙ୍କ ସହ ଯୋଡା ଯାଏ। ଲକ୍ଷ୍ମୀଙ୍କ ବିଶେଷ କୃପା ଲାଭ ପାଇଁ ମୟୁର ପୁଚ୍ଛକୁ ଘରେ ରଖାଯାଏ। ଘରେ ମୟୁର ପୁଚ୍ଛକୁ ବଇଁଶୀ ସହ ବାନ୍ଧି ରଖିଲେ ପ୍ରେମର ବାତାବରଣ ସୃଷ୍ଟି ହୋଇଥାଏ। ବୈବାହିକ ଜୀବନରେ ସମସ୍ୟା ଥିଲେ ଦମ୍ପତ୍ତିଙ୍କ ଶୟନ କକ୍ଷରେ ମୟୂର ପୁଚ୍ଛ ରଖିବା ଜରୁରୀ କାରଣ ଏହା ଉଭୟଙ୍କ ମଧ୍ୟରେ ପ୍ରେମ ଭାବ ଉତ୍ପନ୍ନ କରିବା ସହ ସୁଖ ଓ ସମୃଦ୍ଧି ଆଣିଥାଏ।

ମୟୂର ପୁଚ୍ଛ ଘରେ ରଖିଲେ ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା, ସୁଖ ସମୃଦ୍ଧି ବି ଆଣିଥାଏ

କାହା ସହ ଶତୃତା ତୁଟାଇବାକୁ ଚାହୁଁଥିଲେ ମଂଗଳ କିମା ଶନିବାର ରାତିରେ ହନୁମାନଙ୍କ ମସ୍ତକରୁ ସିନ୍ଦୁର ଆଣି ଏହି ସିନ୍ଦୁର ସାହାର୍ଯ୍ୟରେ ମୟୂର ପୁଚ୍ଛ ଉପରେ ସଂପୃକ୍ତ ବ୍ୟକ୍ତିଙ୍କ ନାଁ ଲେଖନ୍ତୁ । ରାତିସାରା ପୂଜା ଘରେ ଏହି ମୟୂର ପୁଚ୍ଚକୁ ରଖନ୍ତୁ । ସକାଳ ହେଲେ ପ୍ରବାହିତ ଜଳରେ ମୟୂର ପୁଚ୍ଛଟିକୁ ଭସେଇ ଦିଅନ୍ତୁ । ଏଭଳି କଲେ ସଂପୃକ୍ତ ବ୍ୟକ୍ତିଙ୍କ ସହ ଆପଣଙ୍କ ଶତୃତା ଉଭେଇ ଯିବ ।

ମୟୂର ପୁଚ୍ଛ ଘରେ ରଖିଲେ ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା, ସୁଖ ସମୃଦ୍ଧି ବି ଆଣିଥାଏ

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ମୟୂର ପୁଚ୍ଛକୁ ଟଙ୍କା, ସୁନା ଆଲମିରାରେ ଠିଆକରି ରଖିଲେ ଆର୍ଥିକ ସ୍ଥିତି କେବେ ଖରାପ ହେବ ନାହିଁ। ରାହୁ ଦୋଷ ଥିଲେ ଘରର ପୂର୍ବ ଓ ଉତ୍ତର ପଶ୍ଚିମ ଦିଗରେ ମୟୂର ପୁଚ୍ଛ ରଖିବା ଉଚିତ୍‌। ଘରେ ମୟୂର ପୁଚ୍ଛ ଥିଲେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ।

ମୟୂର ପୁଚ୍ଛ ଘରେ ରଖିଲେ ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା, ସୁଖ ସମୃଦ୍ଧି ବି ଆଣିଥାଏ

ସର୍ବଦା ମୟୂର ପୁଚ୍ଛକୁ ପୂଜା କରିଲେ ଘରେ ରାହୁ ପ୍ରବେଶ କରିବ ନାହିଁ। ଏଥିପାଇଁ ନିଜ ପାଖରେ ମୟୂର ପୁଚ୍ଛ ରଖିଲେ ଏହା ଶୁଭ ହୋଇଥାଏ। ଅଶୁଭ ଗ୍ରହର ପ୍ରଭାବ ହ୍ରାସ କରିବା ପାଇଁ ମୟୁର ପୁଚ୍ଛରେ ୨୧ ଥର ଗ୍ରହ ମନ୍ତ୍ର ପଢି ପାଣି ଛାଟି ଏହାକୁ ଏମିତି ଏକ ସ୍ଥାନରେ ରଖନ୍ତୁ ୟେମିତିକି ସବୁବେଳେ ଆପଣଙ୍କ ଦୃଷ୍ଟଗୋଚର ହେଉଥିବ । ଏମିତି କରିବା ଦ୍ବାରା ଗ୍ରହ ଦୋଷ ମଧ୍ୟ ହ୍ରାସ ହେବ।