no comments

ବ୍ଲକ୍‌ବଷ୍ଟର ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସରେ ଧମାଲ, ଦେଖନ୍ତୁ ଫିଲ୍ମର ସର୍ବମୋଟ ଆୟ..

ଶାହିଦ୍‌ କପୁରଙ୍କ ଫିଲ୍ମ ‘କବୀର ସିଂହ’ ରିଲିଜ୍‌ ହେବା ପରଠାରୁ ହିଁ ଦର୍ଶକ ଫିଲ୍ମକୁ ବେଶ ପସନ୍ଦ କରିଥିବା ବେଳେ ମାତ୍ର ୫ ଦିନ ମଧ୍ୟରେ ଫିଲ୍ମଟି ୧୦୦କୋଟି କ୍ଲବ୍‌ରେ ସାମିଲ ହୋଇଛି ।

ଏହା ଶାହିଦ୍‌ଙ୍କ କ୍ୟାରିୟରର ସବୁଠାରୁ ବଡ଼ ଫିଲ୍ମ ବୋଲି କୁହାଯାଉଛି । ଯାହା ଏତେ କମ ଦିନରେ ୧୦୦ କୋଟି ଟଙ୍କା ଆୟ କରି ସାରିଛି । ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖାଯିବା ସତ୍ତ୍ୱେ ମଧ୍ୟ ଫିଲ୍ମଟି କୁ ବେଶ ପସନ୍ଦ କରିଛନ୍ତି ଦର୍ଶକ ।

Loading...

ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ୫ମ ଦିନରେ ଫିଲ୍ମ କରିଥିବା ଆୟ ଟୁଇଟ୍‌ରରେ ସେୟାର କରିଛନ୍ତି । ଫିଲ୍ମର ସର୍ବମୋଟ ଆୟ ୧୦୪.୬୦କୋଟିରେ ପହଞ୍ଚିଛି । ଏହା ସହ ତରଣ ଏହି ଫିଲ୍ମକୁ ବ୍ଲକ୍‌ବଷ୍ଟର ବୋଲି ଘୋଷଣା କରି ସାରିଛନ୍ତି ।

ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ଅଧିକ ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିବା ବେଳେ ଶାହିଦ୍‌ଙ୍କ ଫିଲ୍ମ ମାତ୍ର ୩୧୨୩ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିଲା ।