ଯୁବରାଜଙ୍କ ଅବସର ପରେ ଧୋନୀଙ୍କୁ ଦୋଷ ଦେଲେ ଯୁବିଙ୍କ ବାପା ଯୋଗରାଜ ସିଂ, କହିଦେଲେ ଏମିତି କିଛି

କ୍ରିକେଟର ସବୁ ଫରମାଟରୁ ଅବସର ଘୋଷଣା କରିସାରିଛନ୍ତି ଅଲରାଉଣ୍ଡର ଯୁବରାଜ ସିଂ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଯୁବରାଜ ଘୋଷଣା କରିଥିବା ବେଳେ ତାଙ୍କ କ୍ରିକେଟ କ୍ୟାରିୟରର ଅବିସ୍ମରଣୀୟ ମୁହୁର୍ତ୍ତ ସବୁ ଗଣମାଧ୍ୟମରେ ବଖାଣିଥିଲେ। ତେବେ ଯୁବରାଜଙ୍କ ପିତା ତଥା ଭାରତୀୟ ଟେଷ୍ଟ ଟିମର ପୂର୍ବତନ ଦ୍ରୁତ ବୋଲର ଯୋଗରାଜ ସିଂହ କ୍ରିକେଟରୁ ତାଙ୍କ ପୁଅଙ୍କ ସନ୍ୟାସର କାରଣ ଏବେ ଉଜାଗର କରିବେ ବୋଲି ଘୋଷଣା କରିଛନ୍ତି। ଯାହା ଏବେ କ୍ରିକେଟ ଜଗତରେ ଚହଳ ପକାଇଛି। ଯୋଗରାଜଙ୍କ
 
ଯୁବରାଜଙ୍କ ଅବସର ପରେ ଧୋନୀଙ୍କୁ ଦୋଷ ଦେଲେ ଯୁବିଙ୍କ ବାପା ଯୋଗରାଜ ସିଂ, କହିଦେଲେ ଏମିତି କିଛି

କ୍ରିକେଟର ସବୁ ଫରମାଟରୁ ଅବସର ଘୋଷଣା କରିସାରିଛନ୍ତି ଅଲରାଉଣ୍ଡର ଯୁବରାଜ ସିଂ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଯୁବରାଜ ଘୋଷଣା କରିଥିବା ବେଳେ ତାଙ୍କ କ୍ରିକେଟ କ୍ୟାରିୟରର ଅବିସ୍ମରଣୀୟ ମୁହୁର୍ତ୍ତ ସବୁ ଗଣମାଧ୍ୟମରେ ବଖାଣିଥିଲେ।

ଯୁବରାଜଙ୍କ ଅବସର ପରେ ଧୋନୀଙ୍କୁ ଦୋଷ ଦେଲେ ଯୁବିଙ୍କ ବାପା ଯୋଗରାଜ ସିଂ, କହିଦେଲେ ଏମିତି କିଛି

ତେବେ ଯୁବରାଜଙ୍କ ପିତା ତଥା ଭାରତୀୟ ଟେଷ୍ଟ ଟିମର ପୂର୍ବତନ ଦ୍ରୁତ ବୋଲର ଯୋଗରାଜ ସିଂହ କ୍ରିକେଟରୁ ତାଙ୍କ ପୁଅଙ୍କ ସନ୍ୟାସର କାରଣ ଏବେ ଉଜାଗର କରିବେ ବୋଲି ଘୋଷଣା କରିଛନ୍ତି। ଯାହା ଏବେ କ୍ରିକେଟ ଜଗତରେ ଚହଳ ପକାଇଛି।

ଯୁବରାଜଙ୍କ ଅବସର ପରେ ଧୋନୀଙ୍କୁ ଦୋଷ ଦେଲେ ଯୁବିଙ୍କ ବାପା ଯୋଗରାଜ ସିଂ, କହିଦେଲେ ଏମିତି କିଛି

ଯୋଗରାଜଙ୍କ କହିବା କଥା ହେଲା ତାଙ୍କ ପୁଅ ଇଣ୍ଡିଆନ କ୍ରିକେଟର କୁତ୍ସିତ ରାଜନୀତିର ଶିକାର ହୋଇଛନ୍ତି। ସେ କହିଛନ୍ତି ଯେ ଦେଶରେ ଏମିତି ଅନେକ କ୍ରିକେଟର ଅଛନ୍ତି ଯେଉଁମାନଙ୍କୁ ଅବସର ଘୋଷଣା ପାଇଁ ସୁଯୋଗ ମଧ୍ୟ ମିଳିନାହିଁ । କାରଣ ସେମାନେ ସବୁ କ୍ରିକେଟରେ ସକ୍ରିୟ ଥିଲେ ଓ ସେମାନଙ୍କ ଅଜାଣତରେ ଟିମରୁ ସେମାନଙ୍କର ଅବସର ହୋଇସାରିଥିଲା। ଏଭଳି କ୍ରିକେଟରଙ୍କ ମଧ୍ୟରେ ଗୌତମ ଗମ୍ଭୀର, ବିବିଏସ୍ ଲକ୍ଷ୍ମଣ, ବୀରେନ୍ଦ୍ର ସେହେୱାଗ ଓ ଜହିର ଖାନଙ୍କୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ବୋଲି କହିଛନ୍ତି ଯୋଗରାଜ।

ଯୁବରାଜଙ୍କ ଅବସର ପରେ ଧୋନୀଙ୍କୁ ଦୋଷ ଦେଲେ ଯୁବିଙ୍କ ବାପା ଯୋଗରାଜ ସିଂ, କହିଦେଲେ ଏମିତି କିଛି

ତେବେ ସେମାନଙ୍କର ଏଭଳି ଦଶା ପାଇଁ ସେ ଯେଉଁ କ୍ରିକେଟରଙ୍କୁ ଦାୟି କରୁଛନ୍ତି ତାଙ୍କର କିନ୍ତୁ ନାଁ ନେଇ ନାହାନ୍ତି। ତେବେ ଅସମୟରେ ଖେଳାଳିଙ୍କ କ୍ୟାରିୟର ସମାପ୍ତ କରାଇବାରେ ଦେଶର ଜଣେ କ୍ରିକେଟର ହିଁ ଦାୟୀ। ଗତ ୧୫ ବର୍ଷ ହେଲା ତାଙ୍କର ଡର୍ଟି ପଲିଟିକ୍ସ କ୍ରିକେଟରଙ୍କ ଜୀବନକୁ ନର୍କ କରିଦେଇଥିବା ସେ ଅଭିଯୋଗ କରିଛନ୍ତି।

ଯୁବରାଜଙ୍କ ଅବସର ପରେ ଧୋନୀଙ୍କୁ ଦୋଷ ଦେଲେ ଯୁବିଙ୍କ ବାପା ଯୋଗରାଜ ସିଂ, କହିଦେଲେ ଏମିତି କିଛି

ତେବେ ସେ ଏବେ ତାଙ୍କର ନାଁ ନେବେ ନାହିଁ । କାରଣ ଆଇସିସି ବିଶ୍ୱକପ୍ କ୍ରିକେଟ ଚାଲିଥିବାରୁ ଏହାର ପ୍ରଭାବ ଟିମ ଉପରେ ପଡିବ ବୋଲି କହିଛନ୍ତି। ତେବେ ବିଶ୍ୱକପ୍ ସରିବା ପରେ ସମ୍ପୃକ୍ତ କ୍ରିକେଟରଙ୍କର ସେ ପୋଲ ଖୋଲିବେ ବୋଲି କହିଛନ୍ତି।

ଯୁବରାଜଙ୍କ ଅବସର ପରେ ଧୋନୀଙ୍କୁ ଦୋଷ ଦେଲେ ଯୁବିଙ୍କ ବାପା ଯୋଗରାଜ ସିଂ, କହିଦେଲେ ଏମିତି କିଛି

ଏଥିରୁ ତାଙ୍କର ଇଙ୍ଗିତ ସିଧା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଡକୁ ଅଙ୍ଗଳି ନିର୍ଦ୍ଦେଶ କରୁଛି। ଏଣୁ ବିଶ୍ୱକପ୍ ପରେ ଯୋଗରାଜ ଧୋନୀଙ୍କ ପୋଲ ଖୋଲିବେ ବୋଲି ଜଣାପଡିଛି। ଏହି ଘଟଣା କୁ ନେଇ ଚାରିଆଡେ ଚର୍ଚା ଚାଲିଛି।