ଏବେ ଟିମ୍ ଇଣ୍ଡିଆର ବିଜୟକୁ ସେଲିବ୍ରେସନ୍ କରିବ ପାକିସ୍ତାନ, ଏହାର କାରଣ ଜାଣିଲେ ଆପଣ ହସିହସି ଗଡିବେ

ଆଇସିସି କ୍ରିକେଟ ବିଶ୍ୱକପ ଏବେ ରୋମାଞ୍ଚକର ସ୍ଥିତିକୁ ପହଞ୍ଚିଯାଇଛି। ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ ପାଖରେ ଯଦିଓ ନିଜ ଦମରେ ସେମିଫାଇନାଲ ଯିବାର ସୁଯୋଗ ରହିଛି କିନ୍ତୁ ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନର ସ୍ଥିତି ଏଭଳି ରହିଛି ଯେ, ତିନୋଟି ଯାକ ଦଳ ଚାହିଁବେ କି ଇଂଲଣ୍ଡ ତାର ବଳକାଥିବା ଦୁଇଟି ମ୍ୟାଚରୁ ଅତି କମରେ ଗୋଟିଏ କିମ୍ୱା ଦୁଇଟି ଯାକ ମ୍ୟାଚ ହାରିଯାଉ। ତେଣୁ ପାକିସ୍ତାନ ସମେତ ଅନ୍ୟ ଦୁଇ ଦଳ ମଧ୍ୟ ଇଂଲଣ୍ଡ ବିପକ୍ଷରେ
 
ଏବେ ଟିମ୍ ଇଣ୍ଡିଆର ବିଜୟକୁ ସେଲିବ୍ରେସନ୍ କରିବ ପାକିସ୍ତାନ, ଏହାର କାରଣ ଜାଣିଲେ ଆପଣ ହସିହସି ଗଡିବେ

ଆଇସିସି କ୍ରିକେଟ ବିଶ୍ୱକପ ଏବେ ରୋମାଞ୍ଚକର ସ୍ଥିତିକୁ ପହଞ୍ଚିଯାଇଛି। ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ ପାଖରେ ଯଦିଓ ନିଜ ଦମରେ ସେମିଫାଇନାଲ ଯିବାର ସୁଯୋଗ ରହିଛି କିନ୍ତୁ ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନର ସ୍ଥିତି ଏଭଳି ରହିଛି ଯେ, ତିନୋଟି ଯାକ ଦଳ ଚାହିଁବେ କି ଇଂଲଣ୍ଡ ତାର ବଳକାଥିବା ଦୁଇଟି ମ୍ୟାଚରୁ ଅତି କମରେ ଗୋଟିଏ କିମ୍ୱା ଦୁଇଟି ଯାକ ମ୍ୟାଚ ହାରିଯାଉ। ତେଣୁ ପାକିସ୍ତାନ ସମେତ ଅନ୍ୟ ଦୁଇ ଦଳ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି।

ଏବେ ଟିମ୍ ଇଣ୍ଡିଆର ବିଜୟକୁ ସେଲିବ୍ରେସନ୍ କରିବ ପାକିସ୍ତାନ, ଏହାର କାରଣ ଜାଣିଲେ ଆପଣ ହସିହସି ଗଡିବେ

ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ, ଅଷ୍ଟ୍ରେଲିଆ ଏକମାତ୍ର ଦଳ ଭାବେ ମୋଟ ୧୨ ପଏଣ୍ଟ ପାଇ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ବେଳେ ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ପାଇଁ ସେମିଫାଇନାଲ ସ୍ୱପ୍ନ ଧୂଳିସାତ୍ ହୋଇସାରିଛି। ଅଷ୍ଟ୍ରେଲିଆକୁ ଛାଡିଦେଲେ ଆଉ ତିନୋଟି ଦଳ ସେମିଫାଇନାଲ ଖେଳିବା ପାଇଁ ସୁଯୋଗ ପାଇବେ ଳ। ତେବେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନକୁ ଛାଡିଦେଲେ ବାକି ୬ଟି ଦଳ ମଧ୍ୟରେ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ ଲଢେଇ ଆରମ୍ଭ ହୋଇସାରିଛି।

ଏବେ ଟିମ୍ ଇଣ୍ଡିଆର ବିଜୟକୁ ସେଲିବ୍ରେସନ୍ କରିବ ପାକିସ୍ତାନ, ଏହାର କାରଣ ଜାଣିଲେ ଆପଣ ହସିହସି ଗଡିବେ

ଏଥିରେ ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ସହିତ ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କା ସାମିଲ ଅଛନ୍ତି। ଆଜି ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ଜୁନ ୩୦ ତାରିଖରେ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ। ଏହି ମ୍ୟାଚରେ ଭାରତୀୟ ଦଳର ଫ୍ୟାନମାନଙ୍କ ସହିତ ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶର ଫ୍ୟାନ ଓ ଦଳ ଚାହିଁବେ କି ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରୁ। 

ଏବେ ଟିମ୍ ଇଣ୍ଡିଆର ବିଜୟକୁ ସେଲିବ୍ରେସନ୍ କରିବ ପାକିସ୍ତାନ, ଏହାର କାରଣ ଜାଣିଲେ ଆପଣ ହସିହସି ଗଡିବେ

ଇଂଲଣ୍ଡ ବର୍ତ୍ତମାନ ପଏଣ୍ଟ ଟେବୁଲର ମୋଟ୍ ୮ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛି ଏବଂ ତାର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ରହିଛି। ଯଦି ଏହି ଦୁଇଟି ମ୍ୟାଚ ଇଂଲଣ୍ଡ ଜିତିଯାଏ, ତେବେ ୧୨ ପଏଣ୍ଟ ପାଇ ସେମିଫାଇନାରେ ସ୍ଥାନ ପାଇଯିବ। ଏହା ସହିତ ଅନ୍ୟ ଦଳଗୁଡିକର ସେମିଫାଇନାଲ୍ ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଯିବ। ଏହି କାରଣରୁ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ବିଜୟ ଚାହୁଁଛନ୍ତି ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା।

ଏବେ ଟିମ୍ ଇଣ୍ଡିଆର ବିଜୟକୁ ସେଲିବ୍ରେସନ୍ କରିବ ପାକିସ୍ତାନ, ଏହାର କାରଣ ଜାଣିଲେ ଆପଣ ହସିହସି ଗଡିବେ

ପାକିସ୍ତାନ ଦଳ ୭ଟି ମ୍ୟାଚ ଖେଳି ୭ ପଏଣ୍ଟ ପାଇଛି ଏବଂ ବାକିଥିବା ଦୁଇଟି ମ୍ୟାଚ(ଆଫଗାନିସ୍ତାନ ଓ ବାଂଲାଦେଶ) ଜିତିଲେ ମୋଟ ୧୧ ପଏଣ୍ଟ ହେବ। ତେବେ ପାକିସ୍ତାନର ସେମିଫାଇନାଲ ରାସ୍ତା ସ୍ପଷ୍ଟ କରିବା ପାଇଁ ଇଂଲଣ୍ଡର ଗୋଟିଏ ପରାଜୟ ମଧ୍ୟ ନିହାତି ଆବଶ୍ୟକ। ବାଂଲାଦେଶର ମଧ୍ୟ ସମାନ ସ୍ଥାତି ରହିଛି। ତାର ବାକିଥିବା ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଓ ପାକିସ୍ତାନ ରହିଥିବା ବେଳେ, ସେମିପାଇନାଲ୍ ଟିକେଟ ପାଇଁ ତାକୁ ମଧ୍ୟ ଦୁଇଟି ଯାକ ମ୍ୟାଚ ଜିତିବା ସହିତ ଇଂଲଣ୍ଡର ଗୋଟିଏ ପରାଜୟ ନିହାତି ଆବଶ୍ୟକ।

ଏବେ ଟିମ୍ ଇଣ୍ଡିଆର ବିଜୟକୁ ସେଲିବ୍ରେସନ୍ କରିବ ପାକିସ୍ତାନ, ଏହାର କାରଣ ଜାଣିଲେ ଆପଣ ହସିହସି ଗଡିବେ

ସେମିଫାଇନାଲ ପାଇଁ ଆଶା ରଖିଥିବା ଅନ୍ୟ ଦଳଟି ହେଉଛି ଶ୍ରୀଲଙ୍କା। ଶ୍ରୀଲଙ୍କା ୬ଟି ମ୍ୟାଚ ଖେଳି ୬ ପଏଣ୍ଟ ହାସଲ କରିଛି। ତେବେ ଶ୍ରୀଲଙ୍କା ତାର ବାକିଥିବା ୩ଟି ଯାକ ମ୍ୟାଚ(ଭାରତ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ) ଜିତି ମୋଟ ୧୨ ପଏଣ୍ଟ ପାଇ ସେମିପାଇନାଲ୍ ପହଞ୍ଚିପାରିବ। କିନ୍ତୁ ଇଂଲଣ୍ଡର ଯଦି ୧୨ ପଏଣ୍ଟ ହୋଇଯିବ ତେବେ ରନ୍‌ରେଟ୍ ଅନୁଯାୟୀ ଶ୍ରୀଲଙ୍କା ଠାରୁ ଆଗୁଆ ରହିବ। ଏମିତିରେ ଶ୍ରୀଲଙ୍କା ମଧ୍ୟ ଇଂଲଣ୍ଡର ଗୋଟିଏ ପରାଜୟ ଚାହିଁବ।