ପାଟିରୁ ବାହାରୁଥିଲା ରକ୍ତ ତଥାପି ପିଚ୍ ରେ ରହି ଖେଳିଥିଲେ ଧୋନି, ଜାଣନ୍ତୁ କଣ ହୋଇଥିଲା ଧୋନୀଙ୍କୁ

ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଟୁର୍ଣ୍ଣାମେଣ୍ଟରେ ଧୋନି ରନ୍ କରିବା ପାଇଁ ଯେଉଁଭଳି ସଂଘର୍ଷ କରୁଛନ୍ତି, ତାହା ତାଙ୍କର ପୂରା କ୍ୟାରିୟରରେ କେବେ ହୋଇନାହିଁ। ଏଭଳି ସ୍ଥିତିରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ପରାଜୟ ପରେ ଧୋନିଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହା ପରେ ଧୋନିଙ୍କୁ ସୋଶାଲ ମିଡିଆରେ ଜୋରଦାର୍ ଟ୍ରୋଲ୍ କରାଯାଇଥିଲା। ଏବେ ଧୋନିଙ୍କର ଏକ ଫଟୋ ସୋଶାଲ ମିଡିଆରେ
 
ପାଟିରୁ ବାହାରୁଥିଲା ରକ୍ତ ତଥାପି ପିଚ୍ ରେ ରହି ଖେଳିଥିଲେ ଧୋନି, ଜାଣନ୍ତୁ କଣ ହୋଇଥିଲା ଧୋନୀଙ୍କୁ

ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଟୁର୍ଣ୍ଣାମେଣ୍ଟରେ ଧୋନି ରନ୍ କରିବା ପାଇଁ ଯେଉଁଭଳି ସଂଘର୍ଷ କରୁଛନ୍ତି, ତାହା ତାଙ୍କର ପୂରା କ୍ୟାରିୟରରେ କେବେ ହୋଇନାହିଁ। ଏଭଳି ସ୍ଥିତିରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ପରାଜୟ ପରେ ଧୋନିଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହା ପରେ ଧୋନିଙ୍କୁ ସୋଶାଲ ମିଡିଆରେ ଜୋରଦାର୍ ଟ୍ରୋଲ୍ କରାଯାଇଥିଲା।

ପାଟିରୁ ବାହାରୁଥିଲା ରକ୍ତ ତଥାପି ପିଚ୍ ରେ ରହି ଖେଳିଥିଲେ ଧୋନି, ଜାଣନ୍ତୁ କଣ ହୋଇଥିଲା ଧୋନୀଙ୍କୁ

ଏବେ ଧୋନିଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ଧୋନିଙ୍କୁ ଛେପ ପକାଉଥିବାର ଦେଖିବାକୁ ମିଳିଥିଲା, ଯେଉଁଥିରେ ତାଙ୍କ ପାଟିରୁ ରକ୍ତ ବାହାରଥିଲା। ତେବେ ଏହା ଉପରେ କାହାର ନଜର ପଡ଼ିନଥିଲା ଯେ, ଧୋନି ବ୍ୟାଟିଂ କରୁଥିବାବେଳେ କେଉଁ ଯନ୍ତ୍ରଣାରେ ଥିଲେ।

ପାଟିରୁ ବାହାରୁଥିଲା ରକ୍ତ ତଥାପି ପିଚ୍ ରେ ରହି ଖେଳିଥିଲେ ଧୋନି, ଜାଣନ୍ତୁ କଣ ହୋଇଥିଲା ଧୋନୀଙ୍କୁ

ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ଧୋନିଙ୍କ ଅଙ୍ଗୁଳିରେ ଦୁଇଥର ଆଘାତ ଲାଗିଥିଲା। ପ୍ରଥମତଃ ସେ ୱିକେଟକିପିଙ୍ଗ୍ କରୁଥିବା ବେଳେ ଏବଂ ଦ୍ୱିତୀୟଥର ସେ ବ୍ୟାଟିଂ କରୁଥିବା ବେଳେ ଆଘାତ ପାଇଥିଲେ। ଏହି ଫଟୋ ସେତେବେଳର, ଯେତେବେଳେ ଧୋନି ବ୍ୟାଟିଂ କରୁଥିଲେ ଏବଂ ବଲ ତାଙ୍କ ଅଙ୍ଗୁଳିରେ ବାଜିଥିଲା।

ପାଟିରୁ ବାହାରୁଥିଲା ରକ୍ତ ତଥାପି ପିଚ୍ ରେ ରହି ଖେଳିଥିଲେ ଧୋନି, ଜାଣନ୍ତୁ କଣ ହୋଇଥିଲା ଧୋନୀଙ୍କୁ

ଏଭଳି ସ୍ଥିତିରେ ଧୋନି ଅଙ୍ଗୁଳିରୁ ବାହାରୁଥିବା ରକ୍ତକୁ ମୁହଁରେ ଚୁଚୁମିଥିଲେ। ରକ୍ତ ଧୋନିଙ୍କ ପାଟି ଭିତରକୁ ଚାଲିଯାଇଥିଲା, ଯାହାକୁ ସେ ଛେପ ଆକାରରେ ବାହାର କରୁଥିବାର ଫଟୋ କ୍ୟାମେରାରେ କ୍ୟାପଚର୍ ହୋଇଥିଲା।

ପାଟିରୁ ବାହାରୁଥିଲା ରକ୍ତ ତଥାପି ପିଚ୍ ରେ ରହି ଖେଳିଥିଲେ ଧୋନି, ଜାଣନ୍ତୁ କଣ ହୋଇଥିଲା ଧୋନୀଙ୍କୁ

ଏହି ଫଟୋ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ଧୋନିଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା। ଟିମ୍ ପ୍ରତି ତାଙ୍କର କର୍ତ୍ତବ୍ୟନିଷ୍ଠ ଏବଂ ସମର୍ପଣକୁ ଲୋକେ ପ୍ରଶଂସା କରିଥିଲେ। ଏହାଛଡା ଏମିତି ଅବସ୍ଥାରେ କିପିଂ କରିଥିବାକୁ ନେଇ ମଧ୍ୟ ପ୍ରଶଂସକ ମାନେ ଧୋନୀଙ୍କୁ ପ୍ରଶଂସା କରିଛନ୍ତି। ତେବେ ଏବେ ଧୋନୀଙ୍କ ଅଙ୍ଗୁଳି ଠିକ୍ ଥିବା ଦଳର ମୁଖ୍ୟ କୋଚ୍ କହିଛନ୍ତି।