କ୍ରିକେଟରୁ ସୋଏବ୍‌ ମଲିକଙ୍କ ଅବସର ପରେ ସାନିଆ ମିର୍ଜା ଭାରତ ଓ ପାକିସ୍ତାନକୁ ନେଇ କହିଲେ ଏମିତି କଥା

ବିଶ୍ଵକପର ଲିଗ୍ ମ୍ୟାଚରେ ସରିବା ଉପରେ। ଏଥିମଧ୍ୟରେ ବିଶ୍ଵକପର ୪ ସେମିଫାଇନାଲିଷ୍ଟ ମିଳି ସାରିଛନ୍ତି। ତେବେ ବାକି ୬ ଦଳ ବିଶ୍ୱକପ ରେସରୁ ବାଦ୍ ପଡିଛନ୍ତି। ତେବେ ପାକିସ୍ତାନର ଶେଷ ଲିଗ୍ ମ୍ୟାଚରେ ଦଳର ପୁରୁଣା ଖେଳାଳି ସୋଏବ ମଲିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ହୁଏତ କେହି ଆଶା କରୁ ନଥିଲେ। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଚଳିତ ବିଶ୍ୱକପ୍ରେ ପାକିସ୍ତାନ ଦଳର ଶେଷ ମ୍ୟାଚ୍ ପରେ ଦିନିକିଆ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି ସୋଏବ
 
କ୍ରିକେଟରୁ ସୋଏବ୍‌ ମଲିକଙ୍କ ଅବସର ପରେ ସାନିଆ ମିର୍ଜା ଭାରତ ଓ ପାକିସ୍ତାନକୁ ନେଇ କହିଲେ ଏମିତି କଥା

ବିଶ୍ଵକପର ଲିଗ୍ ମ୍ୟାଚରେ ସରିବା ଉପରେ। ଏଥିମଧ୍ୟରେ ବିଶ୍ଵକପର ୪ ସେମିଫାଇନାଲିଷ୍ଟ ମିଳି ସାରିଛନ୍ତି। ତେବେ ବାକି ୬ ଦଳ ବିଶ୍ୱକପ ରେସରୁ ବାଦ୍ ପଡିଛନ୍ତି। ତେବେ ପାକିସ୍ତାନର ଶେଷ ଲିଗ୍ ମ୍ୟାଚରେ ଦଳର ପୁରୁଣା ଖେଳାଳି ସୋଏବ ମଲିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ହୁଏତ କେହି ଆଶା କରୁ ନଥିଲେ। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ଦଳର ଶେଷ ମ୍ୟାଚ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ସୋଏବ ମଲିକ।

କ୍ରିକେଟରୁ ସୋଏବ୍‌ ମଲିକଙ୍କ ଅବସର ପରେ ସାନିଆ ମିର୍ଜା ଭାରତ ଓ ପାକିସ୍ତାନକୁ ନେଇ କହିଲେ ଏମିତି କଥା

ତାଙ୍କର ଅବସର ଘୋଷଣା ପରେ ପତ୍ନୀ ସାନିଆ ମିର୍ଜା ଖୁବ୍‌ ଭାବପ୍ରବଣ ହୋଇପଡ଼ିଛନ୍ତି। ସୋଏବ ନିଜର ଅବସର ସମ୍ପର୍କରେ ସୋସିଆଲ ମିଡିଆରେ ଟୁଇଟ୍‌ କରିବା ପରେ ତୁରନ୍ତ ସାନିଆ ତାଙ୍କୁ ଶୁଭେଚ୍ଛା ଜଣାଇ ପୋଷ୍ଟ କରିଥିଲେ।

କ୍ରିକେଟରୁ ସୋଏବ୍‌ ମଲିକଙ୍କ ଅବସର ପରେ ସାନିଆ ମିର୍ଜା ଭାରତ ଓ ପାକିସ୍ତାନକୁ ନେଇ କହିଲେ ଏମିତି କଥା

ନିଜ ଟୁଇଟ୍‌ରେ ସାନିଆ ଲେଖିଛନ୍ତି, ପ୍ରତ୍ୟେକ କାହାଣୀର ସମାପ୍ତି ବା ଶେଷ ଥାଏ। ପ୍ରତ୍ୟେକ ସମାପ୍ତି ପରେ ପୁଣି ନୂଆ ଆରମ୍ଭ ହୁଏ। ତେଣୁ ତୁମକୁ ବହୁତ ଶୁଭେଚ୍ଛା। ତୁମେ ତୁମ ଦେଶ ପାଇଁ ୨୦ ବର୍ଷ ଧରି ଖେଳିଛ। ଅନେକ ପ୍ରଶଂସା ଓ ସମାଲୋଚନାର ମଧ୍ୟ ସାମନା କରିଛ। ତେବେ ତୁମ ପାଇଁ ପୁଅ ଇଝାନ୍‌ ଓ ମୁଁ ବହୁତ ଗର୍ବିତ। ତୁମେ ଯେଉଁ ସଫଳତା ପାଇଛ ଓ ତୁମ ବ୍ୟକ୍ତିତ୍ୱକୁ ନେଇ ଆମେ ବହୁତ ଖୁସି।

କ୍ରିକେଟରୁ ସୋଏବ୍‌ ମଲିକଙ୍କ ଅବସର ପରେ ସାନିଆ ମିର୍ଜା ଭାରତ ଓ ପାକିସ୍ତାନକୁ ନେଇ କହିଲେ ଏମିତି କଥା

ତେବେ ଏହି ଟ୍ୱିଟରେ ଜଣେ ଭାରତୀୟ ପ୍ରଶଂସକ ଭାରତ ବିଷୟରେ କିଛି ପଚାରିବାରୁ ସାନିଆ କହିଥିଲେ ” ଭାରତ ସେମିଫାଇନାଲ୍ ରେ ପହଞ୍ଚି ଥିବାରୁ ମୁଁ ବହୁତ୍ ଖୁସି ଅଛି ମୁଁ ଚାହୁଁଛି ଭାରତ ଏଥର ବିଶ୍ୱକପ ନିଶ୍ଚିତ ଜିତିବ, ହେଲେ ପାକିସ୍ତାନ ଏ ସେମିଫାଇନାଲ୍ ରେ ନଥିବାରୁ ମୁଁ ଟିକେ ଦୁଖିତ ଅଛି।

କ୍ରିକେଟରୁ ସୋଏବ୍‌ ମଲିକଙ୍କ ଅବସର ପରେ ସାନିଆ ମିର୍ଜା ଭାରତ ଓ ପାକିସ୍ତାନକୁ ନେଇ କହିଲେ ଏମିତି କଥା

ଗତକାଲି ସୋଏବ ଅବସର ନେବା ପରେ ତାଙ୍କୁ ପାକିସ୍ତାନ ଦଳର ସାଥୀ ଖେଳାଳିମାନେ ଗାର୍ଡ଼ ଅଫ୍‌ ଅନର ଦେଇଥିଲେ। ଅନେକ ପୂର୍ବତନ ଖେଳାଳି ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଆଗାମୀ ଜୀବନ ପାଇଁ ଶୁଭକାମନା ଜଣାଇ ଟୁଇଟ୍‌ କରିଛନ୍ତି।