ଆଜି ଅନୁଭବଙ୍କ ବିରୁଦ୍ଧରେ କୋର୍ଟ ରେ ସସ୍ମିତାଙ୍କ ବୟାନ ରେକର୍ଡ କରାଗଲା, ପୁଣି କଲେ ସାଂଘାତିକ୍ ଅଭିଯୋଗ

ମହିଳା ସାମ୍ବାଦିକ ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏକ ଅଭିଯୋଗ କରିଥିଲେ, ଏବଂ ତାହାକୁ ନେଇ ଆଜି କଟକ JMFC କୋର୍ଟରେ ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ କୋର୍ଟଙ୍କ ସମ୍ମୁଖରେ ସସ୍ମିତା ତାଙ୍କର ବୟାନ ରଖିଛନ୍ତି। ଏହି ସମୟରେ ପୁରୀଘାଟ ପୁଲିସ୍ ଏବଂ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ। ଗତ ଦୁଇ ଦିନ ତଳେ ମହିଳା ସାମ୍ବାଦିକ ଜଣକ ପୁରୀଘାଟ ଥାନାରେ ଧାରଣାରେ ବସିଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ
 
ଆଜି ଅନୁଭବଙ୍କ ବିରୁଦ୍ଧରେ କୋର୍ଟ ରେ ସସ୍ମିତାଙ୍କ ବୟାନ ରେକର୍ଡ କରାଗଲା, ପୁଣି କଲେ ସାଂଘାତିକ୍ ଅଭିଯୋଗ

ମହିଳା ସାମ୍ବାଦିକ ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏକ ଅଭିଯୋଗ କରିଥିଲେ, ଏବଂ ତାହାକୁ ନେଇ ଆଜି କଟକ JMFC କୋର୍ଟରେ ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ କୋର୍ଟଙ୍କ ସମ୍ମୁଖରେ ସସ୍ମିତା ତାଙ୍କର ବୟାନ ରଖିଛନ୍ତି। ଏହି ସମୟରେ ପୁରୀଘାଟ ପୁଲିସ୍‌ ଏବଂ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ।

ଆଜି ଅନୁଭବଙ୍କ ବିରୁଦ୍ଧରେ କୋର୍ଟ ରେ ସସ୍ମିତାଙ୍କ ବୟାନ ରେକର୍ଡ କରାଗଲା, ପୁଣି କଲେ ସାଂଘାତିକ୍ ଅଭିଯୋଗ

ଗତ ଦୁଇ ଦିନ ତଳେ ମହିଳା ସାମ୍ବାଦିକ ଜଣକ ପୁରୀଘାଟ ଥାନାରେ ଧାରଣାରେ ବସିଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବା ଏବଂ FIR ଏପଟ ସେପଟ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ। ସାଂସଦ ଅନୁଭବ ମହାନ୍ତିଙ୍କ ଚାପରେ ପୁଲିସ୍‌ ଏପରି କରିଥିବା ସେ ଅଭିଯୋଗ କରିଥିଲେ।

ଆଜି ଅନୁଭବଙ୍କ ବିରୁଦ୍ଧରେ କୋର୍ଟ ରେ ସସ୍ମିତାଙ୍କ ବୟାନ ରେକର୍ଡ କରାଗଲା, ପୁଣି କଲେ ସାଂଘାତିକ୍ ଅଭିଯୋଗ

ସୂଚନାଥାଉ କି, ମହିଳା ଖବରଦାତା ଜଣକ ପୁରୀଘାଟ ଥାନା ଅନ୍ତର୍ଗତ ଝାଞ୍ଜିରିମଙ୍ଗଳା ଅଞ୍ଚଳରେ ରହୁଥିବାବେଳେ ଏକ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିବାକୁ ପ୍ରତିଦିନ ଯାଉଥିଲେ। ହେଲେ କଟକ ନନ୍ଦୀସାହି ନିକଟରେ ଅନୁପ୍ରାସ ଏବଂ ତାଙ୍କର ସାଙ୍ଗମାନେ ତାଙ୍କୁ କମେଣ୍ଟ କରୁଥିଲେ। ୨୦୧୭ରୁ ଏଭଳି ଘଟଣା ଘଟି ଆସୁଥିବାବେଳେ ଗତ ୧୨ ତାରିଖରେ ମଧ୍ୟ ଏଭଳି ଘଟିଥିଲା। ଏ ସମ୍ପର୍କରେ ଅନୁଭବଙ୍କୁ ଜଣାଇବାକୁ ମହିଳା ଖବରଦାତା ଜଣକ ତାଙ୍କ ସାଙ୍ଗକୁ ନେଇ ଗତ ୧୨ ତାରିଖ ରାତିରେ ନନ୍ଦୀସାହିସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ।

ଆଜି ଅନୁଭବଙ୍କ ବିରୁଦ୍ଧରେ କୋର୍ଟ ରେ ସସ୍ମିତାଙ୍କ ବୟାନ ରେକର୍ଡ କରାଗଲା, ପୁଣି କଲେ ସାଂଘାତିକ୍ ଅଭିଯୋଗ

ସେଠାରେ ସେ ପହଞ୍ଚି ନିଜର ଅଭିଯୋଗ କହିବା ପୂର୍ବରୁ ଅନୁଭବ ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରି କି ଅନୁଭବ ତାଙ୍କ ଉପରକୁ ଛେପ ପକାଇଥିବା ନେଇ ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ହେଲେ ଏ ସମ୍ପର୍କରେ ଅନୁଭବ ତାଙ୍କ ବାସଭବନରେ ଖବରଦାତା ସମ୍ମିଳନୀ ଡାକି କହିଥିଲେ, ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମହିଳା ଜଣକ କାହା ଇଙ୍ଗିତରେ ଅବା କୌଣସି ଖରାପ ମନୋଭାବ ନେଇ ଏଭଳି ଅଭିଯୋଗ କରିଛନ୍ତି।