ସ୍ବାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ହେବା ପଛରେ ରହିଛି ଏହି କାରଣ, ଜାଣନ୍ତୁ କିପରି କରିବେ ସମାଧାନ

ବିବାହ ହଉଚି ଏକ ପବିତ୍ର ବନ୍ଧନ, ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ଏହି ବନ୍ଧନ ୭ ଜନ୍ମ ପର୍ଯ୍ୟନ୍ତ ନିଭେଇବାକୁ ପଡିଥାଏ । ବେଳେ ବେଳେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥାଏ, ଏହା ଏହା ସାଧାରଣ କଥା କିନ୍ତୁ ସର୍ବଦା କଳି ଲାଗି ରହିଲେ ଜାଣି ନିଅନ୍ତୁ କିଛି ନା କିଛି ଅସୁବିଧା ଅଛି । ଶାସ୍ତ୍ରବିତ୍ତଙ୍କ ମତରେ ଏହା ପଛର ଏକ ବଡ କାରଣ ହେଉଛି ବାସ୍ତୁ ଦୋଷ ।
 
ସ୍ବାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ହେବା ପଛରେ ରହିଛି ଏହି କାରଣ, ଜାଣନ୍ତୁ କିପରି କରିବେ ସମାଧାନ

ବିବାହ ହଉଚି ଏକ ପବିତ୍ର ବନ୍ଧନ, ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ଏହି ବନ୍ଧନ ୭ ଜନ୍ମ ପର୍ଯ୍ୟନ୍ତ ନିଭେଇବାକୁ ପଡିଥାଏ । ବେଳେ ବେଳେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥାଏ, ଏହା ଏହା ସାଧାରଣ କଥା କିନ୍ତୁ ସର୍ବଦା କଳି ଲାଗି ରହିଲେ ଜାଣି ନିଅନ୍ତୁ କିଛି ନା କିଛି ଅସୁବିଧା ଅଛି । ଶାସ୍ତ୍ରବିତ୍ତଙ୍କ ମତରେ ଏହା ପଛର ଏକ ବଡ କାରଣ ହେଉଛି ବାସ୍ତୁ ଦୋଷ । ଏହି ବାସ୍ତୁ ଦୋଷର ପ୍ରତିକାର ହୋଇ ପାରିଲେ ସ୍ବାମୀ – ସ୍ତ୍ରୀଙ୍କମଧ୍ୟରେ ସମ୍ପର୍କ ମଧୁର ହେବାକୁ ଟିକିଏ ବି ସମୟ ଲାଗିବ ନାହିଁ । ସୂଚନା ପାଇଁ କୁହାଯାଇପାରେ ଯେ, ଯେଉଁ ଘରର ଶୟନ କକ୍ଷରେ ବାସ୍ତୁ ଦୋଷ ରହିଥାଏ ସେହି ଘରେ ଦାମ୍ପତ୍ୟ କଳହ ଅଧିକ ହୋଇଥାଏ ।

ସ୍ବାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ହେବା ପଛରେ ରହିଛି ଏହି କାରଣ, ଜାଣନ୍ତୁ କିପରି କରିବେ ସମାଧାନ

ପ୍ରତ୍ୟେକ ଘରର ଶୟନ କକ୍ଷ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ମଣିଷ ଏଠାରେ ରିଲାକ୍ସ କରିଥାଏ । ନିଜର ଥକାପଣ ଦୂର କରିବା ସହ ନିଜ ପାର୍ଟନରଙ୍କ ସହ ସମୟ ଅତିବାହିତ କରିଥାଏ ।ଏହି କକ୍ଷରେ ମଣିଷ ନିଜ ଭବିଷ୍ୟତ ପାଇଁ ମଧ୍ୟ ରୂପରେଖ ଆଙ୍କିଥାଏ । ତେଣୁ ଘର ତିଆରି ସମୟରୁ ହିଁ ଶୟନ କକ୍ଷର ସମ୍ପର୍କରେ ସତର୍କ ହେବା ସହ ଏହାର ବାସ୍ତୁଗତ ଦିଗ ପ୍ରତି ସଜାଗ ରହିବା ଆବଶ୍ୟକ ।

ସ୍ବାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ହେବା ପଛରେ ରହିଛି ଏହି କାରଣ, ଜାଣନ୍ତୁ କିପରି କରିବେ ସମାଧାନ
Husband and wife at home angry about bills

ଶୟନକକ୍ଷରେ ଥିବା ଝରକାର ବିପରୀତ ଦିଗରେ ବା ଝରକା ସମ୍ନାରେ ଆଇନା ଓ ଡ୍ରେସିଂ ଟେବୁଲ ଭୁଲରେ ଖନ୍ତୁ ନାହିଁ । ଏହାଦ୍ବାରା ବାହାରୁ ଘର ମଧ୍ୟକୁ ପ୍ରବେଶ କରୁଥିବା ସକରାତ୍ମକ ଶକ୍ତି ପ୍ରତିଫଳିତ ହୋଇ ପୁଣି ଫେରିଯାଇଥା । ଯାହାଫଳରେ ଘରଭିତରେ ନକରାତ୍ମକ ଶକ୍ତି ରାଜୁତି କରିବାର ସୁଯୋଗ ପାଇଥାଏ । ସେହିଭଳି ପଲଙ୍କ ସମ୍ମୁଖରେ ମଧ୍ୟ ଆଇନା ବା ଡ୍ରେସିଂ ଟେବୁଲ ରଖନ୍ତୁ ନାହିଁ । ଏହା ଫଳରେ ଆପଣଙ୍କ ମନ ସବୁବେଳେ ବ୍ୟସ୍ତ ଓ ବ୍ୟାକୁଳ ରହିବ । ସ୍ବାମୀ ସ୍ତ୍ରୀ ଶୋଇଥିବା ବେଳର ଛବି ଆଇନାରେ ପ୍ରତିଫଳିତ ହେଲେ ଉଭୟଙ୍କ ମଧ୍ୟ ସ୍ନହ, ପ୍ରେମ ହ୍ରାସ ପାଇବା ସହ ତାହା ବାଣ୍ଟି ହୋଇଯିବାର ଆଶଂକା ସୃଷ୍ଟି କରିବ ।

ସ୍ବାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ହେବା ପଛରେ ରହିଛି ଏହି କାରଣ, ଜାଣନ୍ତୁ କିପରି କରିବେ ସମାଧାନ

ଶୟନକକ୍ଷରେ ଥିବା ଆସବାବପତ୍ର କେବେ ବି ଆର୍ଦ୍ଧ ଗୋଲିକାର, ଗୋଲାକାର ବା ଧନୁ ଆକୃତିର ହେବା ଅନୁଚି । ଏହା ଦ୍ବାରା ଏହି କକ୍ଷରେ ରହିଥିବା ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା କରାପ ହେବ । ସ୍ବାମୀ ସ୍ତ୍ରୀଙ୍କ ମନୋମାଲିନ୍ୟର ମୁଖ୍ୟ କାରଣ ହେବ ଶାରିରୀକ ଅସୁସ୍ଥତା ।

ଶୟନକକ୍ଷରେ ଆଲୋକ ବ୍ୟବସ୍ଥାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ମ ଭୂମିକା ରହିଛି । ଶୟନ କକ୍ଷର ପଲଂକ ଉପରେ ଯେପରି ସିଧାସଳଖ ଲାଇଟ କିମ୍ବା ବାହାର ଆଲୁଅ ନପଡେ ସେଥି ପ୍ରତି ଧ୍ୟମ ଦେବେ । ପଲଙ୍କ ଉପରକୁ ବାମ ପାର୍ଶ୍ବରୁ ଆଲୋକ ଆସିଲେ ସବୁ ଶୁଭ ହେବ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଭୀର ହେବ । ଶୟନକକ୍ଷରେ ଝରକା ରହିବା ନିତାନ୍ତ ଆବଶ୍ୟକ । ତେବେ ମନେ ରଖନ୍ତୁ ଶୟନ କକ୍ଷର ପ୍ରବେଶ ଦ୍ବାର ଆଡକୁ ଗୋଡୋ କରି କେବେ ଶୋଇବେ ନାହିଁ । ଏହି ସବୁ କଥା କୁ ଧ୍ୟାନ ଦେଲେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ ନିଶ୍ଚିତ ସୁଧୁରିଯିବ ।