ଜେଲରୁ ବାହାରିଲେ ସାରଥି, ହେଲେ କରିପାରିବେନି ଏହିସବୁ କାମ, ଜାମିନ ଲାଗି ହାଇକୋର୍ଟ ରଖିଲା ସର୍ତ୍ତ

କେନ୍ଦ୍ରାପଡ଼ା ଜିଲା ବାରିମୂଳ ଆଶ୍ରମର ପ୍ରତିଷ୍ଠାତା ସନ୍ତୋସ ରାଉଳ ଓରଫ ସାରଥୀଙ୍କୁ ସୋମବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି। ଏହା ସହିତ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ ସାରଥୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରିମୂଳ ଆଶ୍ରମର ଅନ୍ତେବାସୀ ମାଆଝିଅଙ୍କ ପକ୍ଷରୁ ହୋଇଥିବା ୩ୟ ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ଜାମିନ ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ହାଇକୋର୍ଟ। ତେବେ
 
ଜେଲରୁ ବାହାରିଲେ ସାରଥି, ହେଲେ କରିପାରିବେନି ଏହିସବୁ କାମ, ଜାମିନ ଲାଗି ହାଇକୋର୍ଟ ରଖିଲା ସର୍ତ୍ତ

କେନ୍ଦ୍ରାପଡ଼ା ଜିଲା ବାରିମୂଳ ଆଶ୍ରମର ପ୍ରତିଷ୍ଠାତା ସନ୍ତୋସ ରାଉଳ ଓରଫ ସାରଥୀଙ୍କୁ ସୋମବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି। ଏହା ସହିତ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ ସାରଥୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜେଲରୁ ବାହାରିଲେ ସାରଥି, ହେଲେ କରିପାରିବେନି ଏହିସବୁ କାମ, ଜାମିନ ଲାଗି ହାଇକୋର୍ଟ ରଖିଲା ସର୍ତ୍ତ

ବାରିମୂଳ ଆଶ୍ରମର ଅନ୍ତେବାସୀ ମାଆଝିଅଙ୍କ ପକ୍ଷରୁ ହୋଇଥିବା ୩ୟ ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ଜାମିନ ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ହାଇକୋର୍ଟ। ତେବେ ଜାମିନ ପରେ ଜେଲରୁ ମୁକୁଳିବେ ସାରଥି। ୩ୟ ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାର ବଦଳରେ ଜାମିନ ମିଳିଥିବା ବେଳେ ଏହି ୫ଟି ସର୍ତ୍ତ ରଖିଛନ୍ତି କୋର୍ଟ।

୧-ଜେଲରୁ ମୁକୁଳିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେନି ସାରଥି। କୋଣସି ବି ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଜେଲରୁ ବାହାରିଲେ ସାରଥି, ହେଲେ କରିପାରିବେନି ଏହିସବୁ କାମ, ଜାମିନ ଲାଗି ହାଇକୋର୍ଟ ରଖିଲା ସର୍ତ୍ତ

୨- କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ଆଶ୍ରମକୁ ଯାଇ ପାରିବେନି ସାରଥି। ଜାମିନ ପାଇଲା ପରେ ବି ବାରିମୂଳକୁ ଯିବାକୁ କଟକଣା ଜାରି କରିଛନ୍ତି କୋର୍ଟ।

୩- ଏହା ଛଡା ରାଜ୍ୟ ବାହାରକୁ ମଧ୍ୟ ଯାଇପାରିବେନି ସାରଥି।

ଜେଲରୁ ବାହାରିଲେ ସାରଥି, ହେଲେ କରିପାରିବେନି ଏହିସବୁ କାମ, ଜାମିନ ଲାଗି ହାଇକୋର୍ଟ ରଖିଲା ସର୍ତ୍ତ

୪-ଜେଲରୁ ବାହାରିବା ପରେ କୌଣସି ସ୍ଥାନରେ ଧର୍ମୀୟସଭା କରି ପାରିବେନି ସାରଥି। ସାଧାରଣ ସ୍ଥାନରେ ଧର୍ମ ସଭା କରିବାକୁ ମନା କରିଛନ୍ତି କୋର୍ଟ।

୫-ଉପରୋକ୍ତ ୪ ବଡ ବଡ ନିର୍ଦ୍ଦେଶ ସହ ତଦନ୍ତକାରୀ ଅଧିକାରୀଙ୍କୁ ପୂର୍ଣ୍ଣମାତ୍ରାରେ ତଦନ୍ତରେ ସହଯୋଗ କରିବାକୁ ସାରଥିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।