ଏବେ ବି ଭକ୍ତଙ୍କ ହୃଦୟରେ ରହିଛନ୍ତି ସାରଥୀ, ଜାଣନ୍ତୁ ସାରଥୀଙ୍କ ଫେରିବା ଖବର ପରେ କଣ କହିଲେ ସମର୍ଥକ

ବହୁ ଚର୍ଚ୍ଚିତ ଆତ୍ମଘୋଷିତ ସାରଥି ବାବା ଓରଫ୍ ସନ୍ତୋଷ ରାଉଳଙ୍କ ଜେଲ୍ରୁ ମୁକୁଳିବା ଆଶା ଉଜ୍ଜୀବୀତ ହୋଇଛି। ଆଜି ହାଇକୋର୍ଟ ତାଙ୍କୁ ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ବାରିମୂଳରେ ଥିବା ଆଶ୍ରମରେ ଅନ୍ତେବାସିନୀ ଓ ତାଙ୍କ ମା’ଙ୍କ ମାମଲାରେ କୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ପୂର୍ବରୁ ଦୁଇଟି ମାମଲାରେ ତାଙ୍କକୁ ଜାମିନ ମିଳି ସାରିଥିବାରୁ ସେ ଜେଲ୍ରୁ ଖୁବଶୀଘ୍ର ମୁକୁଳି ପାରନ୍ତି। ବାବାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିବା ବେଳେ ତାଙ୍କ କେଳେଙ୍କାରୀକୁ
 
ଏବେ ବି ଭକ୍ତଙ୍କ ହୃଦୟରେ ରହିଛନ୍ତି ସାରଥୀ, ଜାଣନ୍ତୁ ସାରଥୀଙ୍କ ଫେରିବା ଖବର ପରେ କଣ କହିଲେ ସମର୍ଥକ

ବହୁ ଚର୍ଚ୍ଚିତ ଆତ୍ମଘୋଷିତ ସାରଥି ବାବା ଓରଫ୍‌ ସନ୍ତୋଷ ରାଉଳଙ୍କ ଜେଲ୍‌ରୁ ମୁକୁଳିବା ଆଶା ଉଜ୍ଜୀବୀତ ହୋଇଛି। ଆଜି ହାଇକୋର୍ଟ ତାଙ୍କୁ ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ବାରିମୂଳରେ ଥିବା ଆଶ୍ରମରେ ଅନ୍ତେବାସିନୀ ଓ ତାଙ୍କ ମା’ଙ୍କ ମାମଲାରେ କୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ପୂର୍ବରୁ ଦୁଇଟି ମାମଲାରେ ତାଙ୍କକୁ ଜାମିନ ମିଳି ସାରିଥିବାରୁ ସେ ଜେଲ୍‌ରୁ ଖୁବଶୀଘ୍ର ମୁକୁଳି ପାରନ୍ତି। ବାବାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିବା ବେଳେ ତାଙ୍କ କେଳେଙ୍କାରୀକୁ ନେଇ ବିରୋଧ ମଧ୍ୟ ଜୋର ଧରିଛି। ଏହିପରିପ୍ରେକ୍ଷୀରେ ବାବାଙ୍କ ଜାମିନ୍‌କୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଆସୁଛି ।

ଏବେ ବି ଭକ୍ତଙ୍କ ହୃଦୟରେ ରହିଛନ୍ତି ସାରଥୀ, ଜାଣନ୍ତୁ ସାରଥୀଙ୍କ ଫେରିବା ଖବର ପରେ କଣ କହିଲେ ସମର୍ଥକ

ଷ୍ଟେଟ ପୋଗ୍ରୋସିଭ ଓମେନ୍ସ ଫୋରମର ଅଧ୍ୟକ୍ଷ ମମତା ସାମନ୍ତରାୟ କହିଛନ୍ତି ଯେ, ସାରଥି ଜେଲରୁ ମୁକୁଳିବା ଦୁର୍ଭାଗ୍ୟର କଥା। ତାଙ୍କ କେଳେଙ୍କାରୀ ବିଷୟରେ ସମଗ୍ର ଓଡ଼ିଶାବାସୀଙ୍କୁ ଜଣା। ଏହି ଭଣ୍ଡ ବ୍ୟକ୍ତିଙ୍କୁ ସମସ୍ତ ଓଡ଼ିଶା ବାସୀ ଓ କେନ୍ଦ୍ରାପଡ଼ାବାସୀ ଘୃଣା କରିବେ। ସାରଥିଙ୍କୁ କେନ୍ଦ୍ରାପଡ଼ା ବାସୀ କେନ୍ଦ୍ରାପଡ଼ାକୁ ପୁରାଇ ଦେବେନି। ଯଦି ସେ କେନ୍ଦ୍ରାପଡ଼ାରେ ଆସି ପୁଣି ଲୀଳାଖେଳା କଲେ, ଆମେ ସମସ୍ତ ମହିଳା ରାଜରାସ୍ତାକୁ ଓହ୍ଲାଇବୁ।”

ଏବେ ବି ଭକ୍ତଙ୍କ ହୃଦୟରେ ରହିଛନ୍ତି ସାରଥୀ, ଜାଣନ୍ତୁ ସାରଥୀଙ୍କ ଫେରିବା ଖବର ପରେ କଣ କହିଲେ ସମର୍ଥକ

ଅନ୍ୟ ଜଣେ ମହିଳା ତଥା ବାରିମୂଳର ବାସିନ୍ଦା ଚନ୍ଦ୍ରକାନ୍ତି ପାତ୍ର କହିଛନ୍ତି ଯେ, ସାରଥି ବାବା ଧର୍ମରେ ଅଛନ୍ତି। ସେଥିପାଇଁ ଧର୍ମରେ ଜୟ ହେଲା। ବାବା ଆସିଲେ ଆମେ ଗ୍ରହଣ କରିବୁ। ଆମେ ତାଙ୍କ ନିକଟରୁ ବହୁତ ଉପକାର ପାଇଛୁ।”

ଏବେ ବି ଭକ୍ତଙ୍କ ହୃଦୟରେ ରହିଛନ୍ତି ସାରଥୀ, ଜାଣନ୍ତୁ ସାରଥୀଙ୍କ ଫେରିବା ଖବର ପରେ କଣ କହିଲେ ସମର୍ଥକ

ବାରିମୂଳର ଅନ୍ୟ ଜଣେ ବାସିନ୍ଦା କହିଛନ୍ତି,“ବିନା ଦୋଷରେ ବାବା ଜେଲ ଯାଇଥିଲେ। ଏକ ଚକ୍ରାନ୍ତ କରି ବାବାଙ୍କୁ ଫସାଯାଇଛି। ଆମ ପୁଅ ଆମ ଘରକୁ ଆସିବା ଦରକାର। ଆମ ଘରେ ଏପର୍ଯ୍ୟନ୍ତ ସାରଥିଙ୍କୁ ପୂଜା ବି କରାଯାଉଛି। ”